Maruti: ମାରୁତି ପରିବହନର ଭୁବନେଶ୍ବର-ହାଇଦ୍ରାବାଦ ବସ୍‌ ସେବା ଆରମ୍ଭ...

Jun 26, 2026 - 16:49
Maruti: ମାରୁତି ପରିବହନର ଭୁବନେଶ୍ବର-ହାଇଦ୍ରାବାଦ ବସ୍‌ ସେବା ଆରମ୍ଭ...

"ଭୁବନେଶ୍ବର, ୨୬/୬(ଇମିସ): ମାରୁତି ପରିବହନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭୁବନେଶ୍ବରରୁ ତେଲେଙ୍ଗାନାର ହାଇଦ୍ରାବାଦ ସହରକୁ ସିଧାସଳଖ ବସ୍‌ ସେବା ଆରମ୍ଭ କରାଯାଇଛି।

ବରମୁଣ୍ଡାର ବାବାସାହେବ ଭିମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌ (ବିଏସ୍‌ଏଟି)ରେ କମ୍ପାନିର ଦୁଇଟି ବିଳାସପୂର୍ଣ୍ଣ ବସ୍‌କୁ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକାର୍ପିତ କରିଥିଲେ।

ଦୁଇ ସହର ମଧ୍ୟରେ ଏହି ବସ୍‌ ସେବା ପ୍ରତିଦିନ ଉପଲବ୍ଧ ହେବ।

ଭୁବନେଶ୍ବରୁ ଅପରାହ୍ନ ୩ଟାରେ ବସ୍‌ ଛାଡ଼ିବ ଓ ପରଦିନ ସକାଳ ୮ଟାରେ ତାହା ହାଇଦ୍ରାବାଦରେ ପହଞ୍ଚିବ।

ସେହିପରି ହାଇଦ୍ରାବାଦରୁ ଅପରାହ୍ନରେ ବସ୍‌ ଛାଡ଼ିବ ଓ ପରଦିନ ସକାଳେ ତାହା ଭୁବନେଶ୍ବରରେ ପହଞ୍ଚିବ ବୋଲି ମାରୁତି ପରିବହନର ଅଧ୍ୟକ୍ଷ ସିତେଶ ପଟ୍ଟନାୟକ କହିଛନ୍ତି।Advertisment ଆହୁରି ପଢ଼ନ୍ତୁ- Lightning: ରାସନ ଚାଉଳ ଆଣିବାକୁ ଯାଇଥିଲେ ଦୁଇଭାଇ; ବଜ୍ରପାତରେ ବଡ଼ଭାଇ ମୃତ ଖୁବ୍‌ଶୀଘ୍ର ବେଙ୍ଗାଲୁରୁ, ସିଲିଗୁଡ଼ି, ସୁରଟକୁ ବସ୍‌ ଚାଲିବ ଆଜି ଲୋକାର୍ପିତ ହୋଇଥିବା ଭାରତ ବେଞ୍ଜର ଶୀତତାପ ନିୟନ୍ତ୍ରିତ (ଏସି) ବସ୍‌ରେ ୪୮ଟି ସିଟ୍‌ ରହିଛି।

ସେଥିରୁ ୨୪ଟି ବସିବା ପାଇଁ ଉଦ୍ଦିଷ୍ଟ ସିଟ୍‌ ହୋଇଥିବା ବେଳେ ଅନ୍ୟ ୨୪ଟି ହେଉଛି ସ୍ଲିପର।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ରେ ସିସିଟିଭି ଓ ଜରୁରୀକାଳୀନ ପ୍ରସ୍ଥାନ ସୁବିଧା ରହିଛି।

ମହିଳାଙ୍କ ପାଇଁ ବସ୍‌ଟି ସମ୍ପୂର୍ଣ୍ଣ ସୁରକ୍ଷିତ।

ଏହା ବ୍ୟତୀତ ବସ୍‌ରେ ମୋବାଇଲ୍‌ ଚାର୍ଜିଂ ଓ ଲାଇଭ୍‌ ଟ୍ରାକିଂ ସୁବିଧା ମଧ୍ୟ ରହିଛି।

ତାଲିମପ୍ରାପ୍ତ କ୍ରୁ ସଦସ୍ୟମାନଙ୍କ ଦ୍ବାରା ବସ୍‌ଟି ପରିଚାଳିତ ହେବ।

ଯାତ୍ରୀମାନେ ଅନଲାଇନ୍‌ରେ ଟିକଟ ବୁକିଂ କରିପାରିବେ।

ମାରୁତି ପରିବହନ ପକ୍ଷରୁ ଆସନ୍ତା ଡିସେମ୍ବର ସୁଦ୍ଧା ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ତିିନିଟି ବସ୍‌ ଚଳାଚଳ ଆରମ୍ଭ କରାଯିବ।

ଭବିଷ୍ୟତରେ ଭୁବନେଶ୍ବରରୁ ସିଲିଗୁଡ଼ି ଓ ସୁରଟକୁ ମଧ୍ୟ ସିଧାସଳଖ ବସ୍‌ ସେବା ଆରମ୍ଭ କରିବା ଯୋଜନା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅଧିକ ଦେଖନ୍ତୁ- "