AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି

Jun 28, 2026 - 01:09
AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି

"ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ୍‌ ଶନିବାର ନୂଆଦିଲ୍ଲୀର ଡ.

ଆମ୍ବେଦକର୍‌ ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ଦିବସ ୨୦୨୬ ପାଳନ ସମାରୋହରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କେବଳ ଏକ ଅର୍ଥନୈତିକ ବର୍ଗ ନୁହେଁ, ବରଂ ଏହା ପ୍ରଥମ ପିଢ଼ିର ଉଦ୍ୟୋଗୀମାନଙ୍କ ସାହସ, ଯୁବପିଢ଼ିଙ୍କ ଆକାଂକ୍ଷା, ମହିଳା ଉଦ୍ୟୋଗୀମାନଙ୍କ ଦୃଢ଼ ସଂକଳ୍ପ ଏବଂ ଆହ୍ୱାନକୁ ସୁଯୋଗରେ ପରିଣତ କରିଥିବା କୋଟି କୋଟି କ୍ଷୁଦ୍ର ବ୍ୟବସାୟର ସାମର୍ଥ୍ୟକୁ ପ୍ରତିଫଳିତ କରେ । 'ବିକଶିତ ଭାରତ @୨୦୪୭' ଆଡ଼କୁ ଭାରତର ଯାତ୍ରା ଏକ ସମୃଦ୍ଧ ଏବଂ ଗତିଶୀଳ ଏମଏସଏମଇ କ୍ଷେତ୍ର ଦ୍ୱାରା ହିଁ ଚାଳିତ ହେବ ବୋଲି ସେ କହିଥିଲେ।Advertisment ନିଜର ଉଦ୍ୟୋଗୀ ଯାତ୍ରାର ଅଭିଜ୍ଞତା ବାଣ୍ଟି ଉପରାଷ୍ଟ୍ରପତି କହିଥିଲେ ଯେ, ସ୍ନାତକ ସମାପ୍ତ କରିବା ପରେ ସେ ନିଜ ପିତାଙ୍କ ଆର୍ଥିକ ସହାୟତାରେ ଏକ ଛୋଟ ପୋଷାକ ବ୍ୟବସାୟ ଆରମ୍ଭ କରିଥିଲେ।

ପ୍ରାରମ୍ଭିକ ବର୍ଷଗୁଡ଼ିକର ପ୍ରତିବନ୍ଧକଗୁଡ଼ିକୁ ମନେ ପକାଇ ସେ କହିଥିଲେ ଯେ, ଜନସେବାରେ ପ୍ରବେଶ କରିବା ପୂର୍ବରୁ ଅଧ୍ୟବସାୟ, ନିରନ୍ତର ଶିକ୍ଷା ଏବଂ କଠିନ ପରିଶ୍ରମ ହିଁ ତାଙ୍କୁ ଏକ ଅଗ୍ରଣୀ ଓ ଗୁଣାତ୍ମକ ପୋଷାକ ରପ୍ତାନି ବ୍ୟବସାୟ ପ୍ରତିଷ୍ଠା କରିବାରେ ସକ୍ଷମ କରିଥିଲା।

ସେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରାରମ୍ଭିକ ଆସୁଥିବା ପ୍ରତିବନ୍ଧକଗୁଡ଼ିକୁ ନେଇ ନିରାଶ ନହେବାକୁ ଏବଂ ନିଜ ବ୍ୟବସାୟର କୌଶଳ ଶିଖିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ।

କଏର ବୋର୍ଡର ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳକୁ ମନେ ପକାଇ ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ ଯେ, ଏହି କ୍ଷେତ୍ର ବିଷୟରେ ପୂର୍ବରୁ ତାଙ୍କର ବିଶେଷ ଜ୍ଞାନ ନଥିଲା, କିନ୍ତୁ ଏହାର ପ୍ରତ୍ୟେକ ଦିଗକୁ ବୁଝିବାରେ ନିଜକୁ ସେ ସମ୍ପୂର୍ଣ୍ଣ ନିୟୋଜିତ କରିଥିଲେ।

ରପ୍ତାନିକାରୀମାନଙ୍କ ସହ ଘନିଷ୍ଠ ଭାବେ ମିଶି କାର୍ଯ୍ୟ କରିବା ଏବଂ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ଦ୍ୱାରା ଏହି କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିପାରିଥିଲା।

ସେ କହିଛନ୍ତି, "ଯଦି ଆପଣ କିଛି ହାସଲ କରିବାକୁ ସ୍ଥିର କରନ୍ତି, କଠିନ ପରିଶ୍ରମ କରନ୍ତି ଏବଂ ନିଜ କ୍ଷେତ୍ର ବିଷୟରେ ସବୁକିଛି ଶିଖନ୍ତି, ତେବେ ସଫଳତା ନିଶ୍ଚିତ ଭାବେ ମିଳିପାରିବ।

ଗୁଣବତ୍ତାର ଗୁରୁତ୍ୱ ଉପରେ ଜୋର ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ ଗୁଣବତ୍ତାର ମାନଦଣ୍ଡ ସହିତ କୌଣସି ଆପୋଷ ବୁଝାମଣା କରାଯାଇପାରିବ ନାହିଁ।

ଉତ୍ପାଦନ ଖର୍ଚ୍ଚ କମାଇବାକୁ ଯାଇ କେବେ ବି ଗୁଣବତ୍ତାକୁ ହ୍ରାସ କରାଯିବା ଉଚିତ ନୁହେଁ।

ସେ କହିଥିଲେ, "ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଉତ୍କୃଷ୍ଟ ଗୁଣବତ୍ତା ଏବଂ ଉତ୍ତମ ସେବା ବଜାୟ ରଖିବା ସହିତ ଖର୍ଚ୍ଚ କମାଇବା ମଧ୍ୟରେ ହିଁ ପ୍ରକୃତ ସଫଳତା ନିହିତ ଥାଏ।

କ୍ରମବର୍ଦ୍ଧିଷ୍ଣୁ ପ୍ରତିଯୋଗିତାମୂଳକ ବିଶ୍ୱ ବଜାରରେ ବ୍ୟବସାୟକୁ ତିଷ୍ଠି ରଖିବା ପାଇଁ ଗୁଣବତ୍ତା ହିଁ ଏକମାତ୍ର ଚାବିକାଠି"।

OpenAI: ପ୍ରଭଜିତ ସିଂହ ଓପନଏଆଇ ଭାରତ ମୁଖ୍ୟ ଉପରାଷ୍ଟ୍ରପତି କହିଥିଲେ ଯେ ପ୍ରତ୍ୟେକ ଲଘୁ ଉଦ୍ୟୋଗ ଏକ କ୍ଷୁଦ୍ର ଉଦ୍ୟୋଗରେ ଏବଂ ପ୍ରତ୍ୟେକ କ୍ଷୁଦ୍ର ଉଦ୍ୟୋଗ ଏକ ମଧ୍ୟମ ଉଦ୍ୟୋଗରେ ପରିଣତ ହେବା ହେବା ପାଇଁ ଆକାଂକ୍ଷା ରଖିବା ଉଚିତ।

କୁଟୀର ଶିଳ୍ପରେ ଆରମ୍ଭ କରୁଥିବା ଉଦ୍ୟୋଗୀମାନେ ସବୁବେଳେ ସେହି ସ୍ତରରେ ରହିଯିବା ଉଚିତ ନୁହେଁ।

ଏହି ପରିବର୍ତ୍ତନକୁ ସୁଗମ କରିବା ପାଇଁ ସେ ପର୍ଯ୍ୟାପ୍ତ ନିବେଶ, ନୀତିଗତ ସମର୍ଥନ ଏବଂ ସହଜ ପାଣ୍ଠି ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଉପରାଷ୍ଟ୍ରପତି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟକୁ ଏମଏସଏମଇଗୁଡ଼ିକର ସାର୍ବଜନୀନ ପଞ୍ଜୀକରଣକୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ ଉନ୍ନତ ପଞ୍ଜୀକରଣ ତଥ୍ୟ ଗୁଣବତ୍ତା ବୃଦ୍ଧି କରିବ ଏବଂ ଏହି କ୍ଷେତ୍ରର ପ୍ରକୃତ ଆବଶ୍ୟକତା ଉପରେ ଆଧାରିତ ଅଧିକ ପ୍ରଭାବୀ ନୀତି ପ୍ରଣୟନକୁ ସକ୍ଷମ କରିବ।

ଏହି ବର୍ଷର ଜାତିସଂଘର ବିଷୟ "ଏଆଇ-ଚାଳିତ ଭବିଷ୍ୟତରେ ମାନବ-କେନ୍ଦ୍ରିକ ଉଦ୍ୟୋଗିତା" ଉପରେ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନକୁ ଭୟ କରିବା ପରିବର୍ତ୍ତେ ତାହାକୁ ଏକ ସୁଯୋଗ ଭାବରେ ଦେଖାଯିବା ଉଚିତ।

କମ୍ପ୍ୟୁଟର ପ୍ରଚଳନ ସମୟରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ମନେ ପକାଇ ସେ କହିଥିଲେ ଯେ, ଏହି ପ୍ରଯୁକ୍ତିବିଦ୍ୟା ଶେଷରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା।

ସେ ଆଶା ପ୍ରକଟ କରିଥିଲେ ଯେ, ଯଦି କୃତ୍ରିମ ବୁଦ୍ଧିମତ୍ତାକୁ ଗଠନମୂଳକ ଭାବେ ଗ୍ରହଣ କରାଯାଏ, ତେବେ ଏହା ମଧ୍ୟ ସମାନ ଭାବରେ ବିକାଶର ନୂଆ ମାର୍ଗ ଖୋଲିବ।

ଖଦୀ ଏବଂ ଗ୍ରାମୋଦ୍ୟୋଗ କମିସନର ଅବଦାନକୁ ପ୍ରଶଂସା କରି ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ ଯେ, ଏହି ସଂଗଠନ ମହୁ ଉତ୍ପାଦନ ଏବଂ ଖଦୀ ପୋଷାକ ଭଳି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି।

ତେବେ, ଖଦୀ ଗାନ୍ଧିବାଦୀ ଆଦର୍ଶରୁ ପ୍ରେରଣା ଗ୍ରହଣ କରୁଥିବା ବେଳେ, ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ହୋଇ ରହିବା ପାଇଁ ଗ୍ରାହକଙ୍କ ବଦଳୁଥିବା ପସନ୍ଦ ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ଏହାକୁ ନିରନ୍ତର ଖାପ ଖୁଆଇ ଚଳିବାକୁ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି 'ରାଷ୍ଟ୍ରୀୟ କ୍ଷୁଦ୍ର ଶିଳ୍ପ ନିଗମ'କୁ ସେଡ୍ୟୁଲ୍ 'ଏ' କମ୍ପାନୀର ମାନ୍ୟତା ମିଳିଥିବାରୁ ସମ୍ବର୍ଦ୍ଧିତ କରିଥିଲେ।

ଏଥିସହିତ ସେ ପିଏମଇଜିପି ୨.୦ ପୋର୍ଟାଲ, ସମାଧାନ ୨.୦ ପୋର୍ଟାଲ, କ୍ରୟ ଏବଂ ବିପଣନ ସହାୟତା ୨.୦ ପୋର୍ଟାଲ, ଏମଏସଏମଇ ଗ୍ଲୋବାଲ୍ ମାର୍ଟ ୨.୦ ପୋର୍ଟାଲ, ଟେଷ୍ଟିଂ ସେଣ୍ଟର ପୋର୍ଟାଲ ଏବଂ ଏମଏସଏମଇ ମନ୍ତ୍ରଣାଳୟର ବହୁଭାଷୀ ସହାୟତା ପଦକ୍ଷେପର ଶୁଭାରମ୍ଭ କରିଥିଲେ।

ଏହାଛଡ଼ା 'ଏମଏସଏମଇ ଆଇଡିଆ ହାକାଥନ୍ ୬.୦" ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଉପରାଷ୍ଟ୍ରପତି ଆତ୍ମନିର୍ଭର ଭାରତ ପାଣ୍ଠି ଏବଂ ପିଏମ୍ ବିଶ୍ୱକର୍ମା ଯୋଜନା ଉପରେ ଇ-ବୁକ୍ ଉନ୍ମୋଚନ କରିବା ସହ ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗର ନୂତନ ଉତ୍ପାଦଗୁଡ଼ିକର ବଜାର ପ୍ରବେଶ କରାଇଥିଲେ।

"