Trump: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଯୁଦ୍ଧ ଶେଷ ହେବା ସହ ତେଲ ଦର ବି କମିବ: ଟ୍ରମ୍ପ

Sep 10, 2026 - 09:34
Trump: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଯୁଦ୍ଧ ଶେଷ ହେବା ସହ ତେଲ ଦର ବି କମିବ: ଟ୍ରମ୍ପ

"ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଛଅ ମାସରୁ ଅଧିକ ସମୟ ଧରି ଚାଲିଛି।

ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି।

ତେବେ ଯୁଦ୍ଧ କେବେ ଶେଷ ହେବ ସେନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିବା ଦାବି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଟ୍ରମ୍ପ କହିଛନ୍ତି, ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ସହିତ ଚାଲିଥିବା ଯୁଦ୍ଧ ଶେଷ ହେବ ବୋଲି ମୁଁ ଅନୁମାନ କରୁଛି।

କାରଣ ଇରାନ ଆଉ ଅଧିକ ସମୟ ତିଷ୍ଠିପାରିବ ନାହିଁ।

ତେହେରାନ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।Advertisment ବ୍ୟକ୍ତିଗତ ଭାବରେ ଚେତାବନୀ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ କହିଛି ଯେ, ଟ୍ରମ୍ପଙ୍କ ଶୀର୍ଷ ପରାମର୍ଶଦାତାମାନେ ବ୍ୟକ୍ତିଗତ ଭାବରେ ଚେତାବନୀ ଦେଉଛନ୍ତି ଯେ ତାଙ୍କ କାର୍ଯ୍ୟକାଳର ବାକି ଦୁଇ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିପାରେ।

ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ନିକଟ ଭବିଷ୍ୟତରେ ଇରାନ ସହିତ କୌଣସି ଆଲୋଚନା ବିଷୟରେ ବିଚାର କରୁନାହାନ୍ତି।

ପ୍ରାରମ୍ଭରେ, ମୁଁ ଏକ ଚୁକ୍ତି କରିବାକୁ ଚାହୁଁଥିଲି।

ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି।

ଇରାନ ପାଖରେ ଏବେ କମ୍ ସଂଖ୍ୟକ ସହଯୋଗୀ ସମର୍ଥକ ଦେଶ ବାକି ଅଛନ୍ତି।

ସେଥିପାଇଁ ଆମେ ଚୁକ୍ତି କରିବାକୁ ଚାହୁଁନାହୁଁ।

ତେବେ ଆଲୋଚନା ସମ୍ଭବ, କିନ୍ତୁ ଆମେ ଏବେ ସେ ବିଷୟରେ ଚିନ୍ତା କରୁନାହୁଁ।

ବର୍ତ୍ତମାନର ପରିସ୍ଥିତିରେ, ଆମେରିକା ଇରାନ ସହିତ କୌଣସି ନୂତନ ଚୁକ୍ତି କିମ୍ବା ଆଲୋଚନା ଆରମ୍ଭ କରିବାକୁ ଚାହୁଁନାହିଁ।

Mayawati: ଆକାଶ ଆନନ୍ଦଙ୍କ ପଦବି ଫେରାଇବା ପାଇଁ ମାୟାବତୀଙ୍କ "ସନ୍ନ୍ୟାସ" ସର୍ତ୍ତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ତାଙ୍କ ଦଳର ପ୍ରଥମ ସମ୍ମିଳନୀ ପାଇଁ ଟେକ୍ସାସ ଯାଉଥିବା ସମୟରେ ତାଙ୍କର ଏହି ବିବୃତି ଆସିଛି।

ନିର୍ବାଚନରେ ଆମେରିକା ସରକାରଙ୍କ କ୍ଷମତା ସନ୍ତୁଳନ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଉଛି ଏବଂ ଇରାନ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ତାଙ୍କ ନିଜ ରିପବ୍ଲିକାନ୍ ଦଳ ଭିତରେ ସେ ଚାପର ସମ୍ମୁଖୀନ ହେଉଛନ୍ତି।

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଯୋଗୁଁ ଜୁଲାଇ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାରରେ ପହଞ୍ଚିଛି।

ନିର୍ବାଚନ ପରେ ତେଲ ମୂଲ୍ୟ ହଠାତ୍ ହ୍ରାସ ପାଇବ ବୋଲି ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)