China's Robot Army: କିମାଶ୍ଚର୍ଯ୍ୟମ୍‌: ଚୀନ୍‌ର ରୋବଟ୍‌ ସେନା

Sep 10, 2026 - 09:18
China's Robot Army: କିମାଶ୍ଚର୍ଯ୍ୟମ୍‌: ଚୀନ୍‌ର ରୋବଟ୍‌ ସେନା

"ଗତ ମାସରେ ଚୀନ୍‌ "ୱାର୍ଲଡ୍‌ ହ୍ୟୁମାନଏଡ୍‌ ରୋବଟ୍‌ ଗେମ୍‌ସ୍‌" ଆୟୋଜନ କରିଥି‌ଲା।

ଏଥିରେ ରୋବଟ୍‌ ସବୁ ଦୌଡ଼, ମୁଷ୍ଟିଯୁଦ୍ଧ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ଭାଗ ନେଇଥିଲେ।

କିଛି ରୋବଟ୍‌ ତ ୧୦୦ ମିଟର ଦୌଡ଼ରେ ଉସେନ୍‌ ବୋଲ୍‌ଟଙ୍କ ରେକର୍ଡକୁ ଅତିକ୍ରମ କରିଯାଇଥିଲେ।

କ୍ରୀଡ଼ା ଶେଷ ହେବାର ମାତ୍ର ଦୁଇଦିନ ପରେ "ପିପୁଲ୍‌ସ ଲିବରେସନ୍‌ ଆର୍ମି" ପ୍ରକାଶ କରିଥିଲା ଯେ ସେହି ରୋବଟ୍‌ଗୁଡ଼ିକୁ ପରୀକ୍ଷାଗାରରୁ ରଣକ୍ଷେତ୍ରକୁ ନେଇ ଯୁଦ୍ଧ ନିମନ୍ତେ ସାମରିକ ପ୍ରଶିକ୍ଷଣ ଦିଆଯିବ।

ଏବେ ଚୀନ୍‌ ଯୁଦ୍ଧ ନିମନ୍ତେ ମନୁଷ୍ୟାକୃତି ରୋବଟ୍‌ଗୁଡ଼ିକୁ ପ୍ରସ୍ତୁତ କରୁଛି।

ସହରାଞ୍ଚଳ ଯୁଦ୍ଧରେ ମନୁଷ୍ୟ ସୈନିକମାନଙ୍କ ସହିତ ରୋବଟ୍‌ ସୈନିକଗୁଡ଼ିକୁ ସାମିଲ କରିବା ସମ୍ଭବ ବୋଲି ଚୀନ୍‌ର ସେନା ଗବେଷକମାନଙ୍କର ହୃଦ୍‌ବୋଧ ହେଲାଣି।

୨୦୨୫ ମସିହାରେ "ନ୍ୟାସ୍‌ନାଲ୍‌ ୟୁନିଭର୍ସିଟି ଅଫ୍‌ ଡିଫେନ୍‌ସ୍‌ ଟେକ୍ନୋଲଜି"ରେ ଗବେଷକମାନେ ଛଅ ପ୍ରକାର ଲଢୁଆ ରୋବଟ୍‌ ଉପରେ ଗବେଷଣା କରିଥିଲେ।Advertisment Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା ଏ ଛଅ ପ୍ରକାର ରୋବଟ୍‌ ମଧ୍ୟରେ ଥି‌ଲା ମାନବାକୃତି ରୋବଟ୍‌, ରୋବଟ୍‌ କୁକୁର ଏବଂ ମନୁଷ୍ୟ ବିନା ଚାଲୁଥିବା ଯାନ।

ସେହିପରି, ଶତ୍ରୁ ସେନା ସୀମା ସେପାରିକୁ ଅନୁପ୍ରବେଶ କରି ରୋବଟ୍‌ ସବୁ କିଭଳି ସେଠାକାର ଭୂପୃଷ୍ଠର ମାନଚିତ୍ର ଓ ଟାର୍ଗେଟ୍‌ ସ୍ଥାନଗୁଡ଼ିକୁ ଚିହ୍ନଟ କରିବ ତା" ଉପରେ ମଧ୍ୟ ଗବେଷକମାନେ ଏକ ପ୍ରତିଯୋଗିତା ଆୟୋଜନ କରିଥିଲେ।

ମନୁଷ୍ୟ ସୈନିକମାନଙ୍କୁ ଯୁଦ୍ଧରେ ସହାୟତା କରିବା ପରେ ରୋବଟ୍‌ ସୈନିକମାେନ ଆଗକୁ ଏକା ଏକା ଯୁଦ୍ଧ କରିବେ।

ଆକ୍ରମଣ କରାଯିବାକୁ ଥିବା କୌଣସି ଇଲାକାରେ ଆଗ ମନୁଷ୍ୟ ସୈନିକମାନେ ତଦାରଖ କରି ଆସିବେ।

ତା"ପରେ ରୋବଟ୍‌ ସୈନିକ ସବୁ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳ ବା ଟାର୍ଗେଟ୍‌ ଉପରେ ଆକ୍ରମଣ କରିବେ।

କେବଳ ଏତିକି ନୁହେଁ, ଜଟିଳ ପରିବେଶରେ ଏଆଇ  କିଭଳି ଯୁଦ୍ଧରେ ସହାୟତା କରିବ ସେଥିପାଇଁ ବି "ପିପୁଲ୍‌ସ ଲିବରେସନ୍‌ ଆର୍ମି" ଏକ ସିଷ୍ଟମ୍‌ ତିଆରି ନିମନ୍ତେ ୨୦୨୬ ଜୁନ୍‌ରେ ୩ ଲକ୍ଷ ଡଲାର୍‌ ବଜେଟ୍‌ କରିଛି।

ଏହି ସିଷ୍ଟମ୍‌ ମାନବାକୃତି ରୋବଟ୍‌ ସୈନିକ କ୍ୟାମେରା, ରାଡାର୍‌ ଓ ମୋସନ୍‌ ଡେଟା ଦ୍ବାରା ତଥ୍ୟ ସଂଗ୍ରହ କରିବ।

Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)