Trump: ମୋଜତାବା ଖେମିନିଙ୍କୁ ଭେଟିବାକୁ ଟ୍ରମ୍ପଙ୍କ ଆଗ୍ରହ
"ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କୁ ଭେଟିବା ଓ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଗୁରୁବାର ହ୍ବାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ, ମୁଁ ଖେମିନିଙ୍କୁ ଭେଟିବାକୁ ଚାହୁଁ ନଥିଲି।
କିନ୍ତୁ ଯଦି ମୁଁ ଭେଟିବି, ସମ୍ମାନିତ ମନେକରିବି।
ଯଦି ଆମେ ଏକ ଚୁକ୍ତି କରୁ, ତେବେ ଏହା ସମ୍ଭବ ଯେ ମୁଁ ତାଙ୍କୁ ଭେଟିବି ବୋଲି ଖେମିନିଙ୍କ ଉଦ୍ଦେଶ୍ୟରେ ଟ୍ରମ୍ପ ଏହା କହିଛନ୍ତି।
ମୁଁ ଏଥିରେ ରାଜି ହେବି ବୋଲି ଟ୍ରମ୍ପ କହିଛନ୍ତି।
ଦୁଇ ଦେଶର ଆଲୋଚନାରେ ପରମାଣୁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଟ୍ରମ୍ପ କହିଛନ୍ତି।
ଇରାନର ସମୃଦ୍ଧ ୟୁରାନିୟମ ଉପରେ ମଧ୍ୟ ଟ୍ରମ୍ପ ପୁଣି ଥରେ ଦାବି କରିଥିଲେ।
ତେବେ ଖେମିନି ପୂର୍ବରୁ ୟୁରାନିୟମ ବିଦେଶକୁ ପଠାଇବାକୁ ପୂରାପୂରି ମନା କରିଦେଇଥିଲେ।
ଅନ୍ୟପକ୍ଷରେ ଇରାନର ୟୁରାନିୟମ ଉପରେ ଆମେରିକାର ନଜର ରହିଛି ବୋଲି ଟ୍ରମ୍ପ କହିଛନ୍ତି।Advertisment ସେମାନଙ୍କ ନେତାଙ୍କୁ ଆମେ ଶେଷ କରିଦେଲୁ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଇରାନ ଦ୍ୱାରା ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରାଗଲେ ଯୁଦ୍ଧ ପୁନଃ ଆରମ୍ଭ ହେବ।
ହ୍ବାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାରେ ଟ୍ରମ୍ପ କହିଛନ୍ତି, ସେମାନଙ୍କ ପାଖରେ ନୌସେନା ନାହିଁ, ବାୟୁସେନା ନାହିଁ।
ସେମାନଙ୍କ ନେତାଙ୍କୁ ଆମେ ଶେଷ କରିଦେଲୁ।
କିନ୍ତୁ ଏହାସତ୍ତ୍ବେ ଆପଣମାନେ ମିଥ୍ୟା ଖବର ଶୁଣିବେ ଯେ, ସେମାନେ ଯୁଦ୍ଧରେ ଭଲ କରୁଛନ୍ତି।
ଇରାନ ସହିତ ଯୁଦ୍ଧ ବନ୍ଦ କରିବାକୁ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ ବାଧ୍ୟ କରିବାକୁ ଟ୍ରମ୍ପ ସମାଲୋଚନା କରିଛନ୍ତି ଓ ଏହାକୁ ସମର୍ଥନ କରିଥିବା ୪ ରିପବ୍ଲିକାନ୍ ଆଇନ ପ୍ରଣେତାଙ୍କୁ ମଧ୍ୟ ଦେଶପ୍ରେମ ବିହୀନ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି।
ଇରାନ -ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଓମାନର ମିନା ଅଲ୍ ଫହାଲ୍ ଟର୍ମିନାଲ ଏହାର ସିଙ୍ଗଲ୍-ବୟ ମୁରିଂ (ଏସ୍ବିଏମ୍) ବର୍ଥ ନିକଟରେ ବିସ୍ଫୋରଣ ପରେ ଅଶୋଧିତ ତୈଳ ଲୋଡିଂ କାର୍ଯ୍ୟକୁ ସ୍ଥଗିତ ରହିଛି।
ସୂତ୍ର ଅନୁଯାୟୀ, ବିସ୍ଫୋରଣଟି ଏସ୍ବିଏମ୍୧ ଓ ଏସ୍ବିଏମ୍ ୨ ବର୍ଥ ମଧ୍ୟରେ ଘଟିଥିଲା ଓ ଏହା ଏକ ଡ୍ରୋନ୍ ଆକ୍ରମଣ ଯୋଗୁଁ ଘଟିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଓମାନର ପ୍ରମୁଖ ତୈଳ ରପ୍ତାନି ଟର୍ମିନାଲଗୁଡ଼ିକ ମଧ୍ୟରୁ ଗୋଟିଏରେ ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ଯଦିଓ କ୍ଷତିର ପରିମାଣ କିମ୍ବା ସ୍ଥଗିତର ଅବଧି ବିଷୟରେ ତୁରନ୍ତ କୌଣସି ସରକାରୀ ବିବୃତି ଦିଆଯାଇ ନାହିଁ।
ଅନ୍ୟପକ୍ଷରେ ଇସ୍ରାଏଲ ଓ ଲେବାନନ ଯୁଦ୍ଧବିରତିକୁ ନବୀକରଣ କରିବାକୁ ରାଜି ହୋଇଛନ୍ତି।
ଉଭୟ ପକ୍ଷ ଏହି ମାସ ଶେଷରେ ଏକ ବ୍ୟାପକ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଗୁରୁବାର ଦକ୍ଷିଣ ଲେବାନନର ଟାୟାର ସହରସ୍ଥିତ ଏକ ହସ୍ପିଟାଲ ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲ ଆକ୍ରମଣ କରିବା ପରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ:Disappointment: ସଚିନଙ୍କ ଡାଇମଣ୍ଡ ଲିଗ୍ ପଦାର୍ପଣ ଫିକା ଆହୁରି ଦେଖନ୍ତୁ..
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।