Rising Inflation: ବଢ଼ିବ ଦରଦାମ୍: କମିବ ବିକାଶର ଗତି -ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ବଢ଼ିବନି ଇଏମ୍ଆଇ
"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଗୁରୁତ୍ବପୂର୍ଣ୍ଣ ସୁଧ ହାର ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।
ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି କମିଟି ବ୍ୟାପକ ମାନସମନ୍ଥନ କରିବା ପରେ ସୁଧକୁ ସ୍ଥିର ରଖିଛି।
ଏହା ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଏକ ବଡ଼ ଆଶ୍ବସ୍ତି।
ସେମାନଙ୍କ ଋଣର ମାସିକ କିସ୍ତି ବା ଇଏମ୍ଆଇରେ କୌଣସି ବୃଦ୍ଧି ହେବ ନାହିଁ।ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ମଲହୋତ୍ରାଙ୍କ କିଛି ତଥ୍ୟ କିନ୍ତୁ ଚିନ୍ତାଜନକ ମନେ ହେଉଛି।
ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଦେଶର ବିକାଶର ଗତି ଧିମା ହୋଇଯିବ।
ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ।
ପୂର୍ବରୁ ଏହା କହିଥିଲା ଯେ ଅଭିବୃଦ୍ଧି ୬.୯ ପ୍ରତିଶତ ହେବ।
ଯୁଦ୍ଧ ପାଇଁ ଏହା ନିଜର ପୂର୍ବ ଆକଳନ ହ୍ରାସ କରିବାକୁ ବାଧ୍ୟ ହୋଇଛି।
ଅର୍ଥନୀତିକୁ ଡବଲ୍ ଟଝ୍କା ମିଳିବ।
କେବଳ ଅଭିବୃଦ୍ଧି କମିବ ନାହିଁ, ଅନ୍ୟ ପଟେ ଦରଦାମ୍ ମଧ୍ୟ ବେଲଗାମ ହୋଇପଡ଼ିବ।
ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଡେଇଁ ୫ ପ୍ରତିଶତରୁ ଅଧିକ ହୋଇଯିବ ବୋଲି ମଧ୍ୟ ଆକଳନ କରାଯାଇଛି।Advertisment ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସକୁ ହଟାଇ ଦିଆଯାଇଛି ଶ୍ରୀ ମଲହୋତ୍ରା କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ଅନିଶ୍ଚିତତା ରହିଛି।
ତାହାର ପ୍ରଭାବ ଓ ଯୋଗାଣ ଶୃଙ୍ଖଳା ସ୍ବାଭାବିକ ହେବାର ସମ୍ଭାବନାକୁ ଆଧାର କରି ମୁଦ୍ରାନୀତି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଦେଶରୁ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନଙ୍କୁ ଶାନ୍ତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରୀ ପ୍ରତିଭୂତି ଉପରେ ବିଦେଶୀ ନିବେଶକମାନଙ୍କ ଲାଗି ଲଗାଯାଇଥିବା ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସକୁ ହଟାଇ ଦିଆଯାଇଛି।
କେବଳ ସେତିକି ନୁହେଁ, ଅଧିକ ବିଦେଶୀ ପାଣ୍ଠି ଆଣିବା ପଥକୁ ସୁଗମ କରିବା ପାଇଁ ଅଣ ପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଇକ୍ବିଟିରେ ନିବେଶ ସୀମାକୁ ବୃଦ୍ଧି କରାଯାଇଛି।
ଆହୁରି ପଢ଼ନ୍ତୁ:Negligence Alleged: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।