Truck Driver Lottery Winner: ମାତ୍ର ୫୦୦ ଟଙ୍କା ବଦଳାଇଦେଲା ଭାଗ୍ୟ! ଟ୍ରକ୍ ଡ୍ରାଇଭର ଜିତିଲେ ୧୨ କୋଟି
ଟ୍ରକ ଡ୍ରାଇଭରରୁ ରାତାରାତି କୋଟିପତି, ୫୦୦ ଟଙ୍କା ବଦଳାଇ ଦେଲା ଭାଗ୍ୟ।
ଏକଥରେ ମିଳିଗଲା ୧୨ କୋଟି ଟଙ୍କା।
ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି।
୧୫ ବର୍ଷର ଅପେକ୍ଷା ।
ଆଉ ରାତାରାତି କୋଟିପତି ।
୫୦୦ ଟଙ୍କାରୁ ୧୨ କୋଟିର ମାଲିକ ।
ଗୋଟିଏ ଲଟେରୀ ଟିକେଟ୍ ବଦଳାଇଦେଲା ଟ୍ରକ୍ ଡ୍ରାଇଭରଙ୍କ ଭାଗ୍ୟ ।
ପଞ୍ଜାବର ମୋହାଲିରୁ ସାମ୍ନାକୁ ଆସିଛି ଏହି ଘଟଣା ।
Advertisment ବଲଜିନ୍ଦର ସିଂ ସେ ଟ୍ରକ ଚଲାଇବା ସହ ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ।
ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ତାଙ୍କର ଅଭାବୀ ସଂସାର ।
ପରିବାର ଲୋକଙ୍କୁ ନ ଜଣାଇ ପ୍ରତିବର୍ଷ ପର୍ବପର୍ବାଣୀରେ ବଳଜିନ୍ଦର ଲଟେରୀ ଟିକେଟ୍ କିଣୁଥିଲେ ।
୧୫ ବର୍ଷ ହେଲା ଲଟେରୀ କିଣି ଆସୁଥିବା ବେଳେ କେବେ ବି ଭାଗ୍ୟଦେବୀ ତାଙ୍କ ସାଥ୍ ଦେଉନଥିଲେ ।
ସବୁଥର ନିରାଶ ହେଉଥିଲେ ବଲଜିନ୍ଦର।
ହେଲେ ମନରେ ବିଶ୍ୱାସ ଥିଲା, ଦିନେ ନା ଦିନେ ତାଙ୍କ ଭାଗ୍ୟ ଚମକିବ ।
ଭଗବାନ ତାଙ୍କର ପ୍ରାର୍ଥନା ଶୁଣିବେ ।
ଏଥର ଦୀପାବଳିରେ ବି ସେ ଜିରକପୁରର ଏକ ଦୋକାନରୁ ମାତ୍ର ୫୦୦ ଟଙ୍କା ଦେଇ 'ପଞ୍ଜାବ ଷ୍ଟେଟ୍ ଡିଅର୍ ଦିୱାଲି ବମ୍ପର୍' ଲଟେରୀ ଟିକେଟ୍ କିଣିଥିଲେ ।
ସୋମବାର ରାତିରେ ଲଟେରୀ ରେଜଲ୍ଟ ଆସିବା ପରେ ଖୁସିରେ ଆତ୍ମହରା ହୋଇପଡିଥିଲେ ବଲଜିନ୍ଦର ।
କାରଣ ସେ ୧୨ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଥିଲେ ।
୧୨ କୋଟି ଜିତିବା ପରେ ବଲଜିନ୍ଦରଙ୍କ ପ୍ରଥମ ଇଚ୍ଛା ହେଉଛି, ଏହି ଟଙ୍କାର ଏକ ବଡ଼ ଅଂଶ ସେ ନିଜ ଦୁଇ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ କରିବେ।
ଗାଁରେ ଏହି ଖବର ପହଞ୍ଚିବା ପରେ ଖୁସିର ଲହରୀ ଖେଳିଯାଇଛି ।
ଘର ଆଗରେ ଶୁଭେଚ୍ଛୁଙ୍କ ଭିଡ଼ ଜମୁଥିବା ବେଳେ ଗାଁ ସାରା ମିଠା ବଣ୍ଟା ଚାଲିଛି ।
ସତରେ, ୧୫ ବର୍ଷର ଧୈର୍ଯ୍ୟ ଆଉ ବିଶ୍ୱାସ ଆଜି ଜଣେ ସାଧାରଣ ଡ୍ରାଇଭରଙ୍କୁ କୋଟିପତି ବନାଇ ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
