Tritha Katha: ତୀର୍ଥକଥା: ତୀର୍ଥଗାଥା, ତ୍ରୟମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ
"ମହାରାଷ୍ଟ୍ରର ନାସିକଠାରୁ ୨୮ କି.ମି.
ଦୂରରେ ବ୍ରହ୍ମଗିରି, ନୀଳଗିରି ଓ କଳାଗିରି।
ଏହି ତିନି ପାହାଡ଼ ମଝିରେ ରହିଛି ତ୍ରୟମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର।
ସଂପୂର୍ଣ୍ଣ କୃଷ୍ଣପଥରରେ ନିର୍ମିତ ତ୍ରୟମ୍ବକେଶ୍ବର ମନ୍ଦିର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ।
ଏକ ପ୍ରାଚୀନ କଳାକୃତି ସଂପନ୍ନ ମନ୍ଦିର ଭାବରେ ଏହା ସ୍ବତନ୍ତ୍ର ଏବଂ ପ୍ରସିଦ୍ଧ କୁମ୍ଭମେଳା ନିମିତ୍ତ ସମଗ୍ର ପୃଥିବୀରେ ଖ୍ୟାତ।
ଏହି ଜ୍ୟୋତିର୍ଲିଙ୍ଗର ବିଶେଷତ୍ବ ହେଉଛି, ଏହା ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମିଳିତ ତନୁ ତ୍ରିଅମ୍ବକ।ଏକଦା ଏହି ତିନିମୂର୍ତ୍ତି ଗୋଟିଏ ହୀରକ ମୁକୁଟଦ୍ବାରା ବିଭୂଷିତ ହୋଇଥିଲେ।
ଏହି ବିବିଧ ରତ୍ନବିଜଡ଼ିତ ହୀରକ ମୁକୁଟ ପାଣ୍ଡବମାନଙ୍କ ସମୟରୁ ଥିଲା।
ପରବର୍ତ୍ତୀ କାଳରେ ଏହା ଇଂରେଜମାନଙ୍କ ଦ୍ବାରା ଅପହୃତ ହୋଇଥିଲା।
ପରବର୍ତ୍ତୀ କାଳରେ ମଧ୍ୟ ଏହା ଏକ ଖଡ଼୍ଗ ସହ ସଂଯୁକ୍ତ ହୋଇ ପ୍ରତି ସୋମବାର ଦିନ ସାଧାରଣ ଭକ୍ତଙ୍କୁ ଏକଘଣ୍ଟା ପାଇଁ ପ୍ରଦର୍ଶନ କରାଯାଉଛି।Advertisment Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା ଅତ୍ୟଧିକ ଜଳାଭିଷେକ ହେତୁ ଏହି ଲିଙ୍ଗ କ୍ରମଶଃ କ୍ଷୟପ୍ରାପ୍ତ ହେଉଛନ୍ତି।
ଏହାକୁ କିନ୍ତୁ ସନ୍ଥମାନେ ଭିନ୍ନ ଅର୍ଥରେ ଗ୍ରହଣ କରିଛନ୍ତି।
ସେମାନଙ୍କ ମତରେ, ଏହି ଲିଙ୍ଗଙ୍କର କ୍ଷୟ ମନୁଷ୍ୟ ସମାଜର ନୈତିକ ପତନର ପ୍ରତୀକ ସ୍ବରୂପ।
ଗୌତମ ମହର୍ଷିଙ୍କ ନିମିତ୍ତ ସୃଷ୍ଟି ହୋଇଥିବା କୁଶାବର୍ତ୍ତ କ୍ଷେତ୍ର ଏଠାରେ ରହିଛି, ଯେଉଁଠାରୁ ଗୋଦାବରୀ ନିଃସୃତ।
ପରବର୍ତ୍ତୀ କାଳରେ ଶ୍ରୀମାନ୍ ସରଦାର ରାଓ ସାହେବ ପାରନେକର କୁଶାବର୍ତ୍ତ କୁଣ୍ଡ ନିର୍ମାଣ କରିଥିଲେ।
ପ୍ରାଚୀନ ତ୍ରୟମ୍ବକେଶ୍ବର ମନ୍ଦିରକୁ ମୋଗଲ ସମ୍ରାଟ ଆଉରଙ୍ଗଜେବ ନଷ୍ଟ କରିଦେଇଥିଲେ।
ସଂପ୍ରତି ଦୃଶ୍ୟମାନ ହେଉଥିବା ମନ୍ଦିରଟିକୁ ପେଶୱା ବାଜିରାଓ ନିର୍ମାଣ କରିଥିଲେ।
ଭାରତର ବିଭିନ୍ନ ସ୍ଥାନରେ ଥିବା ଶିବଲିଙ୍ଗ ଜଳଲିଙ୍ଗ, ବାୟୁଲିଙ୍ଗ, ଅଗ୍ନିଲିଙ୍ଗ ଆଦି ଭାବରେ ଚିହ୍ନିତ।
ମାତ୍ର ନାସିକର ଶିବଲିଙ୍ଗ ତ୍ରୟମ୍ବକ ଭାବରେ ବିଖ୍ୟାତ।
ଅର୍ଥାତ୍ ସେ ଏକାଧାରରେ ତିନିନେତ୍ରଧାରୀ, ତିନିଶକ୍ତିଧାରୀ ତଥା ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ବିଧ୍ବଂସକର୍ତ୍ତା।
ଶିବଙ୍କର ଦୁଇନେତ୍ର ଚନ୍ଦ୍ର ଓ ସୂର୍ଯ୍ୟ ଏବଂ ତୃତୀୟ ନେତ୍ର ଅଗ୍ନି।
ଜଳ, ବାୟୁ ଓ ଅଗ୍ନି ସୃଷ୍ଟିକର୍ମର କାରକ।
ଶିବ ସ୍ବୟଂ ଯୋଗୀରାଜ।
କୁଣ୍ଡଳିନୀ ଶକ୍ତିର ଶୀର୍ଷ ବିନ୍ଦୁରେ ଥାଏ ଆଜ୍ଞାଚକ୍ର।
ତ୍ରିକୂଟରେ ତାର ଅବସ୍ଥାନ।
ଯେତେବେଳେ ସାଧକ ସାଧନାର ଶୀର୍ଷବିନ୍ଦୁରେ ପହଞ୍ଚେ, ତାହାର ସମସ୍ତ ଅଜ୍ଞାନତା ନାଶ ହୁଏ ଏବଂ ସେ ମୁକ୍ତିର ଆନନ୍ଦ ପାଏ।
ଠିକ୍ ସେହିପରି ଭୂତନାଥ (ଭୌତିକ ଜଗତର ସ୍ରଷ୍ଟା)।
ମହାଦେବ ସେପର୍ଯ୍ୟନ୍ତ ଭୌତିକ ଜଗତର ପରିପାଳନ କରନ୍ତି, ଯେ ପର୍ଯ୍ୟନ୍ତ ତାହା ଶୃଙ୍ଖଳିତ ଭୌତିକ ମାୟାର ବନ୍ଧନରେ ଥାଏ।
କିନ୍ତୁ ଯେତେବେଳେ ଅବିଦ୍ୟା ଅନ୍ଧକାର (ଅଜ୍ଞତା, ଲୋଭ, ମୋହ, ମାତ୍ସର୍ଯ୍ୟ) ପାର୍ଥିବଗୁଣକୁ ଦୂଷିତ କରେ, ଦେବଦେବଙ୍କର ତୃତୀୟ ଚକ୍ଷୁ (ଅଗ୍ନି) ଉନ୍ମୋଚିତ ହୋଇ ସେସବୁକୁ ପୋଡ଼ି ପାଉଁଶ କରିଦିଏ ଏବଂ ଏକ ନୂତନ ସୃଷ୍ଟି ପାଇଁ ଭିତ୍ତିଭୂମି ସ୍ଥାପନ କରେ।
Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍ରୁ ଧରାପଡ଼ିଥିଲେ ଅଭିଯୁକ୍ତ ଏହାର ଏକ ପ୍ରତୀକାତ୍ମକ ଉଦାହରଣ କାମଦେବଙ୍କର ବିନାଶ।
କାମଦେବଙ୍କର ବିନାଶ ଅର୍ଥାତ୍ କାମମୋହିତ ଚେତନାର ବିନାଶ।
ଅତଏବ ସଂପୂର୍ଣ୍ଣ ଜ୍ଞାନର ପ୍ରବକ୍ତା ଭାବରେ ତ୍ରୟମ୍ବକେଶ୍ବର ବିରାଜିତ।
ସେଥିପାଇଁ ତ ତାଙ୍କ ନିକଟରେ ରହିଛି ତ୍ରିବେଣୀ କୁମ୍ଭମେଳା।
ସେଠାରେ ସ୍ନାନ କରି ମନୁଷ୍ୟ ତ୍ରିଗୁଣକୁ ଅତିକ୍ରମ କରି ଶୁଦ୍ଧ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୁଏ।
ମୁକ୍ତିକାମୀ ମନୁଷ୍ୟମାନେ ଶୁଦ୍ଧଚିତ୍ତରେ ତ୍ରୟମ୍ବକେଶ୍ବରଙ୍କୁ ଦର୍ଶନ କରନ୍ତି।
ଏହା ହିଁ ତ୍ରୟମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗଙ୍କର ବିଶେଷତ୍ବ।ଏହି ମନ୍ଦିର ନିକଟରେ ଏକ ସରୋବର ରହିଛି, ଯାହାର ନାମ ଅମୃତବର୍ଷିଣୀ।
ମନ୍ଦିର ମଧ୍ୟରେ ପତିତପାବନୀ ଗଙ୍ଗା, ଜଳେଶ୍ବର, ରାମେଶ୍ବର, ଗୌତମେଶ୍ବର, କେଦାରନାଥ, କୃଷ୍ଣ, ପର୍ଶୁରାମ ଓ ଲକ୍ଷ୍ମୀନାରାୟଣ ଅବସ୍ଥାନ କରିଛନ୍ତି।
କୃଷ୍ଣଶିଳାରେ ନିର୍ମିତ ମନ୍ଦିର ସ୍ବୟଂ କାଳଭୈରବ।
ମନ୍ଦିର ପରିସରରେ ଅନେକ ମଠ ଓ ସାଧୁସନ୍ଥଙ୍କର ସମାଧି ମଧ୍ୟ ରହିଛି।
ନିକଟରେ ରହିଛି ବିଲ୍ବତୀର୍ଥ, ବିଶ୍ବନାଥ ତୀର୍ଥ ଓ ମୁକୁନ୍ଦତୀର୍ଥ ନାମରେ ତିନିଟି ଜଳତୀର୍ଥ।-ଡକ୍ଟର ତୁଳସୀ ଓଝା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
