Land: ଜମି ବିକ୍ରି ନାଁରେ ୪୦ ଲକ୍ଷ ଚଳୁ: ପୁଅ ଗିରଫ ବାପା ଫେରାର
"ଭୁବନେଶ୍ୱର: ଜମି ବିକ୍ରି କରିବାକୁ କହି ଧୂର୍ତ୍ତ ବାପା-ପୁଅ ୪୦ ଲକ୍ଷ ଟଙ୍କା ଚଳୁ କରିଦେଲେ।
ଜମି ତ ଦେଲେ ନାହିଁ, ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ଦେଲେ।
ଏହି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁଅକୁ ବାନ୍ଧିଛି ଏବଂ ଫେରାର ବାପାକୁ ଖୋଜୁଛି।
ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳର ନିରଞ୍ଜନ ସାହୁ (୩୪)।
ବାପା ରମେଶ ଚନ୍ଦ୍ର ସାହୁ ଫେରାର ହୋଇଯାଇଛି।Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ପୁଲିସ ସୂଚନାନୁଯାୟୀ ଅଭିଯୋଗକାରୀ କିଶୋର ଚନ୍ଦ୍ର ପାତ୍ର ଏହି ଠକାମିର ଶିକାର ହୋଇଛନ୍ତି।
୨୦୧୦ମସିହାରୁ କିଶୋର ଓ ରମେଶଙ୍କ ମଧ୍ୟରେ ସମ୍ପର୍କ ଥିଲା।
୨୦୧୮ ମସିହାରେ ରମେଶ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ବେଗୁନିଆ ମୌଜାସ୍ଥିତ ତାଙ୍କ ଜମି ବିକ୍ରି କରିବେ ବୋଲି କହିଥିଲେ।
କିଶୋର ସେହି ଜମି କିଣିବା ପାଇଁ ରାଜି ହୋଇଥିଲେ।
ମୂଲଚାଲ ପରେ ଜମିର ମୂଲ୍ୟ ୧ କୋଟି ୭୦ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଛିଡ଼ିଥିଲା।
ଅଗ୍ରିମ ଆକାରରେ କିଶୋର ୪୦ ଲକ୍ଷ ଟଙ୍କା ଦେଇଥିଲେ।
ଏନେଇ ୨୦୧୮ ସେପ୍ଟେମ୍ବର ୧୨ରେ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ମଧ୍ୟ ହୋଇଥିଲା।
Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ ଏହି କାରବାରରେ ରମେଶଙ୍କ ପୁଅ ନିରଞ୍ଜନ ମଧ୍ୟ ସାମିଲ ଥିଲା।
ଜମି ରେଜିଷ୍ଟ୍ରି କରିବା ବେଳେ ବାକିତକ ଟଙ୍କା ଦେଣନେଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା।
କିନ୍ତୁ ୪୦ ଲକ୍ଷ ଟଙ୍କା ପାଇଯିବା ପରେ କିଶୋର ଆଉ ବାପା-ପୁଅଙ୍କ ପତ୍ତା ପାଇଲେ ନାହିଁ।
ଠକାମିର ଶିକାର ହୋଇ କିଶୋର ସେମାନଙ୍କୁ ଖୋଜିବାରେ ଲାଗିଲେ।
ଏତେ ଗୁଡ଼ାଏ ଟଙ୍କା ଦେଇଥିବାରୁ ସେ ପୁଲିସରେ ମାମଲା କରିନଥିଲେ।
୫ବର୍ଷ ପରେ ଅର୍ଥାତ୍ ୨୦୨୩ ଅଗଷ୍ଟ ୧୮ରେ କିଶୋର ହଠାତ୍ କଟକରୋଡ୍ରେ ରମେଶ ଓ ପୁଅ ନିରଞ୍ଜନଙ୍କୁ ଦେଖି ଟଙ୍କା ଫେରସ୍ତ ମାଗିଥିଲେ।
କିନ୍ତୁ ବାପ-ପୁଅ ପାଲଟା ତାଙ୍କୁ ଗାଳିମନ୍ଦ କରିବା ସହ ଧମକ ଦେଇଥିଲେ।
ଏନେଇ କିଶୋର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ସେବେଠୁ ବାପା-ପୁଅଙ୍କୁ ଖୋଜୁଥିଲା।
ଗତକାଲି ରାତିରେ ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରୁ ପୁଲିସ ନିରଞ୍ଜନକୁ ଗିରଫ କରିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
