Meena's resignation accepted: ମୀନାଙ୍କ ଇସ୍ତଫା ମଞ୍ଜୁର, ଦିଲ୍ଲୀ ଗଲା ଫାଇଲ୍‌: ଆଇପିଏସ୍‌ ଯାତ୍ରାରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ

Aug 28, 2026 - 02:44
Meena's resignation accepted: ମୀନାଙ୍କ ଇସ୍ତଫା ମଞ୍ଜୁର, ଦିଲ୍ଲୀ ଗଲା ଫାଇଲ୍‌: ଆଇପିଏସ୍‌ ଯାତ୍ରାରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ

"ଭୁବନେଶ୍ୱର: ଭୁବନେଶ୍ବର ଡିସିପି ତଥା ଆଇପିଏସ୍‌ ଜଗମୋହନ ମୀନାଙ୍କ ଇସ୍ତଫା ଆବେଦନକୁ ରାଜ୍ୟ ସରକାର ମଞ୍ଜୁର କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।

ଏବେ ମୀନାଙ୍କ ଇସ୍ତଫା ଉପରେ ଶେଷ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ।

ଗୃହ ମନ୍ତ୍ରଣାଳୟ ଏହାକୁ ସ୍ୱୀକୃତି ଦେଲେ ଶ୍ରୀ ମୀନାଙ୍କ ୧୩ ବର୍ଷର ଆଇପିଏସ୍‌ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବ।

ମାତ୍ର ୩୭ ବର୍ଷ ବୟସରେ ଦେଶର ମର୍ଯ୍ୟାଦାଜନକ ପୁଲିସ ସେବା ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଗମୋହନ ମୀନାଙ୍କ ଇସ୍ତଫା ଘଟଣା ଗତ କିଛି ସପ୍ତାହ ଧରି ଓଡ଼ିଶା ପୁଲିସ ମହଲରେ ଚର୍ଚ୍ଚାର ବିଷୟ ରହିଛି।

ଜୁଲାଇରେ ସେ ଇସ୍ତଫା ଦେଇଥିବା ଖବର ସାମନାକୁ ଆସିବା ପରେ ନିଜେ ମୀନା ସ୍ପଷ୍ଟ କରିଥିଲେ ଯେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି।

ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଏହା କୌଣସି ଚାପ କିମ୍ବା ବାହ୍ୟ ପ୍ରଭାବ ଯୋଗୁଁ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।Advertisment IPS Officer: ସମ୍ଭଲରୁ ବିଦାୟ ବେଳେ ଭାବୁକ ହେଲେ ଆଇପିଏସ୍ କେକେ ବିଷ୍ଣୋଇ, ପତ୍ନୀ ଅଂଶିକା କହିଲେ- "ତୁମ ପାଇଁ ମୁଁ ଗର୍ବିତ" ରାଜସ୍ଥାନ ସିକର ଜିଲ୍ଲାର ମୂଳବାସିନ୍ଦା ଶ୍ରୀ ମୀନା ଛାତ୍ର ଜୀବନରେ ଅତ୍ୟନ୍ତ ମେଧାବୀ ଥିଲେ।

ଆଇଆଇଟି କାନପୁରରୁ ସେ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ବିଟେକ୍‌ ଓ ଏମ୍‌ଟେକ୍ କରିଛନ୍ତି।

ପରେ ସେ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହୋଇଥିଲେ।

ପ୍ରଶିକ୍ଷଣ ପରେ ପ୍ରଥମ କଳାହାଣ୍ଡିରେ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଥିଲେ।

ପରେ ସେ ମାଲକାନଗିରି, ଅନୁଗୁଳ, ଗଞ୍ଜାମ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଏସ୍‌ପି ଦାୟିତ୍ୱ ତୁଲାଇଥିଲେ।

ମାଲକାନଗିରି ଭଳି ମାଓବାଦୀ ପ୍ରଭାବିତ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ୍‌ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି।

ପରେ ସେ କଟକ ଡିସିପି ଏବଂ ୨୦୨୫ ଫେବ୍ରୁଆରି ୨୮ରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।

ତେବେ ୩୭ ବର୍ଷ ବୟସରେ, ଆଗକୁ ଡିଆଇଜି ପଦୋନ୍ନତିର ସମ୍ଭାବନା ଥିବା ସମୟରେ ସେ କାହିଁକି ଆଇପିଏସ୍‌ ଛାଡ଼ିବାକୁ ଚାହିଁଲେ ତାହା ଏବେ ବି ଅସ୍ପଷ୍ଟ।

ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲେ ମଧ୍ୟ ଚାପ, ରାଜନୈତିକ ହସ୍ତକ୍ଷେପ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଘଟଣା ହିଁ ତାଙ୍କ ଇସ୍ତଫାର କାରଣ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ମୀନା ନିଜେ ଏହାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କ ନିଷ୍ପତ୍ତିରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନାହିଁ।

IPS: ୬ ଆଇପିଏସ୍‌ଙ୍କ ଦାୟିତ୍ବ ବଦଳିଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)