Hemarushi: ଚରିତ୍ର-ଚର୍ଚ୍ଚା: ହେମଋଷି

Aug 28, 2026 - 06:45
Hemarushi: ଚରିତ୍ର-ଚର୍ଚ୍ଚା: ହେମଋଷି

"ଭାରତର ମୁନିଋଷିମାନଙ୍କର ଜୀବନ ଅତ୍ୟନ୍ତ ବିଚିତ୍ର।

ତପସ୍ୟା ଓ ସାଧନା ବଳରେ ସେମାନେ ବହୁ ଅସମ୍ଭବକୁ ସମ୍ଭବ କରି ପାରୁଥିଲେ।

ନିଜର ନିଷ୍ଠା ଓ ତପସ୍ୟା ବଳରେ ସେମାନେ ସମଗ୍ର ଭାରତବର୍ଷକୁ ଦେବଭୂମିରେ ପରିଣତ କରିପାରିଥିଲେ।

ସେମାନଙ୍କ ମଧ୍ୟରେ ଜଣେ ସିଦ୍ଧଋଷି ଥିଲେ, ଯାହାଙ୍କର ନାମ ହେମଋଷି।

ଦକ୍ଷିଣ ଭାରତର ଅଲୱାର ପରମ୍ପରା ଅନୁଯାୟୀ ଯେଉଁ ୧୦୮ ଦିବ୍ୟଦେଶମ୍‌ ରହିଛି, ସେଥିମଧ୍ୟରୁ ତାମିଲନାଡୁରେ ଥିବା କୁମ୍ଭକୋଣମ୍‌ ସ୍ଥିତ ସାରଙ୍ଗପାଣି ମନ୍ଦିର ଅନ୍ୟତମ।Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ପୂର୍ବଜନ୍ମରେ ହେମଋଷି ଭୃଗୁ ଭାବରେ ଶ୍ରୀବିଷ୍ଣୁଙ୍କର ବକ୍ଷରେ ପଦାଘାତ କରିଥିଲେ।

ଦେବୀ ଲକ୍ଷ୍ମୀ ଶ୍ରୀବତ୍ସ ଭାବରେ ବିଷ୍ଣୁଙ୍କ ହୃଦୟରେ ବାସ କରୁଥିବାରୁ, ସେ କ୍ରୋଧିତ ହୋଇ ବିଷ୍ଣୁଙ୍କୁ ଓ ବୈକୁଣ୍ଠକୁ ପରିତ୍ୟାଗ କରି ପାତାଳ ଗମନ କଲେ।

ପୁନଶ୍ଚ ବିଷ୍ଣୁ ତାଙ୍କ ପଛେ ପଛେ ଆସି ମହାଲକ୍ଷ୍ମୀଙ୍କୁ ପଦ୍ମାବତୀ ଭାବରେ ବିବାହ କରିଥିଲେ।

ତଥାପି ଲକ୍ଷ୍ମୀଙ୍କର କ୍ରୋଧ ଶାନ୍ତ ହୋଇ ନ ଥିଲା।

ଭୃଗୁ ଅନୁତପ୍ତ ହୋଇ ପରଜନ୍ମରେ ହେମଋଷି ରୂପେ ଜନ୍ମଲାଭ କଲେ।

ସେ ମା" ମହାଲକ୍ଷ୍ମୀଙ୍କୁ କନ୍ୟା ରୂପେ ପାଇବା ପାଇଁ ପୋଟ୍ରାମତାଇ ପୁଷ୍କରିଣୀ ନିକଟରେ କଠୋର ତପସ୍ୟାରେ ରତ ରହିଲେ।

ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ଆଶୀର୍ବାଦ କଲେ ଏବଂ ମହାଲକ୍ଷ୍ମୀ ପ୍ରସନ୍ନ ହୋଇ ପୋଟ୍ରାମରାଇ ପୁଷ୍କରିଣୀ ମଧ୍ୟରୁ କୋମଲାଭାଲି ଭାବରେ ଆବିର୍ଭୂତ ହେଲେ।

କୋମଲାଭାଲିର ଅର୍ଥ କମଳ ପୁଷ୍ପରୁ ସଂଜାତ।

ଏହାପରେ ସ୍ବୟଂ ବିଷ୍ଣୁ ସାରଙ୍ଗପାଣି ଭାବରେ ତାଙ୍କର ଏକ ଦିବ୍ୟରଥରେ ଆସି କୋମଲାଭାଲିଙ୍କୁ ବିବାହ କଲେ।

ଏହି ବିବାହର ସ୍ମୃତିରେ କୁମ୍ଭକୋଣମ୍‌ ନାମରେ ଏକ ମନ୍ଦିର ନିର୍ମିତ ହେଲା।

ସାରଙ୍ଗପାଣି ବିଷ୍ଣୁ ଯେଉଁ ଦିବ୍ୟରଥରେ ମର୍ତ୍ତ୍ୟଲୋକକୁ ଆସିଥିଲେ, ଠିକ୍‌ ସେହି ରଥ‌ର ପ୍ରତିରୂପକୁ ନେଇ ଏହି ମନ୍ଦିର ନିର୍ମିତ ହେଲା।

ଏହି ଦିବ୍ୟରଥକୁ ବିରାଟ ବିରାଟ ଅଶ୍ବ ଓ ହସ୍ତୀ ବହନ କରି ଆଣିଥିଲେ।

ଠିକ୍‌ ସେହିପରି, ରଥାକୃତିର ଏହି ମନ୍ଦିରକୁ କାରୁକାର୍ଯ୍ୟ ସଂପନ୍ନ ଚକ ଓ ବଶାଳ ବିଶାଳ ଅଶ୍ବ ଓ ହସ୍ତୀ ବହନ କରି ନେଉଥିବା ଦୃଷ୍ଟିଗୋଚର ହୁଏ।

Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ମନ୍ଦିରର ଦୁଇପାର୍ଶ୍ବରେ ପ୍ରବେଶଦ୍ବାର ରହିଛି।

ମନ୍ଦିରର ପଶ୍ଚିମପଟରେ ଏକ ବିଶାଳ ମଣ୍ଡପ ଅଛି।

ତାହାକୁ ହେମଋଷି ମଣ୍ଡପ କୁହାଯାଏ।

ଏଥିରେ ହେମଋଷିଙ୍କର ତପସ୍ୟା ଏବଂ ସହସ୍ର ପଦ୍ମଫୁଲ ସୁଶୋଭିତ।

ମନ୍ଦିର ମଧ୍ୟ‌େର ଲକ୍ଷ୍ମୀଙ୍କର ପ୍ରକଟ ଆଦି ଦୃଶ୍ୟ ୧୦୮ଟି ଭାରତନାଟ୍ୟମ୍‌ ମୁଦ୍ରାରେ ଅଙ୍କିତ ହୋଇଛି।

ମଧ୍ୟଚୋଳ, ବିଜୟନଗର ଶାସକ ଓ ମଦୁରାଇ ନାୟକମାନେ ଏହାର ବିପୁଳ ଅଭିବୃଦ୍ଧି ଘଟାଇ ଦକ୍ଷିଣ ଭାରତର ଏକ ପ୍ରମୁଖ ଦିବ୍ୟଧାମରେ ପରିଣତ କରିଦେଇଛନ୍ତି।କାବେରୀ ନଦୀ ମଧ୍ୟରେ ଥିବା ପଞ୍ଚରଙ୍ଗା କ୍ଷେତ୍ର ମଧ୍ୟରୁ ଏହା ଅନ୍ୟତମ।

ଚୈତ୍ର ମାସରେ ଏହି ମନ୍ଦିରରେ ଏକ ବିଶାଳ ରଥୋତ୍ସବ ଅନୁଷ୍ଠିତ ହୁଏ।

ଏହା ତାମିଲନାଡୁର ସବୁଠାରୁ ବଡ଼ ରଥ।

ଏଠାରେ ସାରଙ୍ଗପାଣି ଶୟନମୁଦ୍ରାରେ ରହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)