Tribute Meeting ଜନନାୟକ ଅର୍ଜୁନ ଚରଣ ସେଠୀଙ୍କ ସ୍ମୃତିଚାରଣ ସଭା

Jun 09, 2026 - 05:51
Tribute Meeting ଜନନାୟକ ଅର୍ଜୁନ ଚରଣ ସେଠୀଙ୍କ ସ୍ମୃତିଚାରଣ ସଭା

"ଭଦ୍ରକ: ଆଜି ଭଦ୍ରକ ସହିଦ ସ୍ମୃତି ଭବନ  ପରିସରରେ ଅର୍ଜୁନ ଚରଣ ସେଠୀ ସ୍ମୃତି ସଂସଦ ପକ୍ଷରୁ ସଭାପତି ଡ ରବୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଭଦ୍ରକର ଜଣାଶୁଣା ଜନନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଧାୟକ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।Advertisment ଏହି ସଭାରେ ରାଜ୍ୟ ବିଜେପିର  ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ,  ଭଦ୍ରକ  ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ବିଜେପି ନେତା ଅଜୟ ନାୟକ ପ୍ରମୁଖ ଯୋଗଦେଇ  ଦିବଂଗତ ଆତ୍ମାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ।

ସ୍ବର୍ଗତ ଅର୍ଜୁନ ଚରଣ ସେଠୀ କେବଳ ଜଣେ ଜନପ୍ରତିନିଧୂ ନୁହେଁ, ସେ ଥିଲେ ଜନସାଧାରଣଙ୍କ ବିଶ୍ବାସ, ଦୃଢ଼ ନେତୃତ୍ବ ଏବଂ ନିଷ୍ଠାପର ଜନସେବାର ଏକ ଜୀବନ୍ତ ପ୍ରତୀକ ।

ତାଙ୍କ ଆଦର୍ଶ, କାର୍ଯ୍ୟ ଏବଂ ଜନକଲ୍ୟାଣ ପ୍ରତି ସମର୍ପିତ ଜୀବନ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସଭାରେ ଉପସ୍ଥିତ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ସଭାପୂର୍ବରୁ ଆଜି (ସୋମବାର)ପୂର୍ବାହ୍‌ଣରେ ସାଳନ୍ଦୀ ଘଟଣାରେ ତିଳ ତର୍ପଣ କରାଯାଇଥିଲା।

"