Nikhil Gupta Sentenced to Over 19 Years: ୧ ଲକ୍ଷ ଡଲାରର ଡିଲ୍, ସୁପାରି କିଲର ବାହାରିଲେ ଗୁପ୍ତଚର; ଶେଷରେ ୧୯ ବର୍ଷ ଜେଲ୍...

Nov 21, 2026 - 09:49
Nikhil Gupta Sentenced to Over 19 Years: ୧ ଲକ୍ଷ ଡଲାରର ଡିଲ୍, ସୁପାରି କିଲର ବାହାରିଲେ ଗୁପ୍ତଚର; ଶେଷରେ ୧୯ ବର୍ଷ ଜେଲ୍...

ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନକୁ ହତ୍ୟା କରିବା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ୧୯ ବର୍ଷ ୭ ମାସ ଜେଲ୍ ଦଣ୍ଡାଦେଶ ହୋଇଛି।

ଆମେରିକାର ନ୍ୟୁୟର୍କସ୍ଥିତ ଦକ୍ଷିଣ ଜିଲ୍ଲା ଫେଡେରାଲ୍ କୋର୍ଟର ବିଚାରପତି ଭିକ୍ଟର ମାରେରୋ ଶୁକ୍ରବାର ତାଙ୍କୁ ୨୩୫ ମାସର କାରାଦଣ୍ଡ ଶୁଣାଇଛନ୍ତି।

Advertisment ୫୫ ବର୍ଷୀୟ ନିଖିଲ ଗୁପ୍ତା ଚଳିତ ବର୍ଷ ହତ୍ୟା ପାଇଁ ସୁପାରି ଦେବା, ଏଥିପାଇଁ ଷଡ଼ଯନ୍ତ୍ର କରିବା ଏବଂ ଅର୍ଥ ହେରଫେର ଷଡ଼ଯନ୍ତ୍ର ଭଳି ତିନୋଟି ଅଭିଯୋଗ ସ୍ୱୀକାର କରିଥିଲେ।

୨୦୨୩ରେ ନ୍ୟୁୟର୍କରେ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ସେ ଯୋଜନା କରିଥିବା ନେଇ ଅଭିଯୋଗ ହୋଇଥିଲା।

ମାମଲା ଅନୁଯାୟୀ, ନିଖିଲ ଏହି ଷଡ଼ଯନ୍ତ୍ରରେ ବିକାଶ ଯାଦବଙ୍କ ସହ ଯୋଗାଯୋଗରେ ଥିଲେ।

ବିକାଶ ଏହି ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ନିଖିଲ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ହତ୍ୟା ପାଇଁ ସୁପାରି କିଲର ଯୋଗାଡ଼ କରିବାକୁ ଚାହିଁଥିଲେ।

କିନ୍ତୁ ସେହି ବ୍ୟକ୍ତି ଜଣକ ପ୍ରକୃତରେ ଆମେରିକାର ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ (DEA)ର ଜଣେ ଗୁପ୍ତ ସୂଚନାଦାତା ଥିଲେ।

Advertisment ଅଭିଯୋଗ ଅନୁସାରେ, ପନ୍ନୁନକୁ ହତ୍ୟା କରିବା ପାଇଁ ୧ ଲକ୍ଷ ଡଲାର ଦେବାକୁ ଯୋଜନା ହୋଇଥିଲା।

ଏହାର ଅଗ୍ରିମ ଭାବେ ୨୦୨୩ ଜୁନ୍ ୯ ତାରିଖ ପାଖାପାଖି ୧୫ ହଜାର ଡଲାର ନଗଦ ଟଙ୍କା ଜଣେ ସହଯୋଗୀଙ୍କ ମାଧ୍ୟମରେ ଗୁପ୍ତ ସୂଚନାଦାତାଙ୍କୁ ଦିଆଯାଇଥିଲା।

ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏହି କାରବାର ଉପରେ ନଜର ରଖି ପ୍ରମାଣ ସଂଗ୍ରହ କରିଥିଲା।

ଶୁକ୍ରବାର ଦଣ୍ଡାଦେଶ ପୂର୍ବରୁ ନିଖିଲ ଗୁପ୍ତା କୋର୍ଟରେ ନିଜ ଭୁଲ ପାଇଁ ଅନୁତାପ ପ୍ରକାଶ କରିଥିଲେ।

କୋର୍ଟକୁ ଦେଇଥିବା ଚିଠିରେ ସେ ଲେଖିଥିଲେ, “ମୁଁ ଯଦି ସମୟକୁ ପଛକୁ ଫେରାଇ ୨୦୨୩ରେ ନିଜର ଭୁଲଗୁଡ଼ିକୁ ସୁଧାରି ପାରନ୍ତି, ତେବେ ବହୁତ ଭଲ ହୁଅନ୍ତା।” ସେ ଆହୁରି ଲେଖିଥିଲେ ଯେ, ସେହି ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ଅବ୍ୟବସ୍ଥିତ ହୋଇପଡ଼ିଥିଲା।

ପରିବାରଠାରୁ ଦୂରେଇ ଯିବା ସହ ପ୍ରାୟ ପ୍ରତିଦିନ ରାତିରେ ଅତ୍ୟଧିକ ମଦ୍ୟପାନ କରୁଥିଲେ।

ନିଜ କାର୍ଯ୍ୟ ଯୋଗୁଁ ପରିବାର ଓ ଅନ୍ୟମାନଙ୍କୁ ହୋଇଥିବା ମାନସିକ ଯନ୍ତ୍ରଣା ପାଇଁ ସେ ଦୁଃଖ ପ୍ରକାଶ କରିଥିଲେ।

ତେବେ ଏହି ଷଡ଼ଯନ୍ତ୍ରରେ କାହାର ଜୀବନହାନି କିମ୍ବା ଶାରୀରିକ କ୍ଷତି ହୋଇନଥିବାରୁ ସେ ଈଶ୍ୱରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ।

ଅନ୍ୟପକ୍ଷରେ, ପନ୍ନୁନ କୋର୍ଟରେ କହିଥିଲା ଯେ ତାର ଜୀବନ ପ୍ରତି ବିପଦ ସମ୍ପର୍କିତ ଷଡ଼ଯନ୍ତ୍ର ସାମ୍ନାକୁ ଆସିବା ପରଠାରୁ ସେ ୧,୨୦୦ ଦିନରୁ ଅଧିକ ସମୟ ଧରି ନିଜର ନିୟମିତ ଆଇନଗତ କାର୍ଯ୍ୟ କରିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)