Tourism: ପର୍ଯ୍ୟଟନର ଅପାର ସମ୍ଭାର ‘ତଳମିଟିଂ’: ପହଞ୍ଚିପାରୁନି ପ୍ରଶାସନ

Aug 10, 2026 - 06:51
Tourism: ପର୍ଯ୍ୟଟନର ଅପାର ସମ୍ଭାର ‘ତଳମିଟିଂ’: ପହଞ୍ଚିପାରୁନି ପ୍ରଶାସନ

"କୋରାପୁଟ: ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ତଳମିଟିଂ।

ଗାଁକୁ ଲାଗି ପଥୁରିଆ ଝରଣା ଦେଇ ବହିଯାଇଛି ଜଳପ୍ରପାତ, ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଜଳପ୍ରପାତର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ।

କିନ୍ତୁ ଗାଁରେ ମୌଳିକ ସୁବିଧା ସୁଯୋଗ ଏଯାଏଁ ପହଞ୍ଚି ପାରିନି।

ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‌, ମୋବାଇଲ୍‌ ଭଳି ସୁବିଧାରୁ ବଞ୍ଚିତ ହୋଇ ଡିଜିଟାଲ୍‌ ଦୁନିଆ ବାହାରେ ରହିଛନ୍ତି ଗ୍ରାମବାସୀ।Advertisment Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ଗୌଡ଼ଗୁଡ଼ା ପଞ୍ଚାୟତରେ ରହିଛି ତଳମିଟିଂ ଗାଁ।

ଖଣି ଅଞ୍ଚଳରୁ ମାତ୍ର ୨ କିମି ଦୂରରେ ରହିଥିବା ଏହି ଗାଁରେ ରହୁଛନ୍ତି ୫୦ ପରିବାର।

ପିଢ଼ି ପରେ ପିଢ଼ି ଜଙ୍ଗଲ ଓ ପାହାଡ଼ଘେରା ମଧ୍ୟରେ ରହିଥିଲେ ମଧ୍ୟ ପ୍ରଶାସନର ଶୁଭଦୃଷ୍ଟି ପଡ଼ୁନି ସେମାନଙ୍କ ଉପରେ।

ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇନି।

୨୦୧୭ ମସିହାରେ ଉକ୍ତ ଗାଁକୁ ସୌରଚାଳିତ ପ୍ରକଳ୍ପ ମାଧ୍ୟମରେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥିଲା।

ମରାମତି ଅଭାବରୁ ଅଧା ସୋଲାର ଲାଇଟ୍‌ ଜଳୁଥିବା ବେଳେ ଅଧା ଅଚଳ ହୋଇ ରହିଥିବା କହିଛନ୍ତି ଗ୍ରାମବାସୀ।

ଗାଁରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଟା‌ୱାର ସ୍ଥାପନ ହେବାର ବର୍ଷେ ବିତିଲାଣି।

ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇନାହିଁ।

ଗ୍ରାମବାସୀ ମୋବାଇଲ୍‌ ନେଟୱର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି।

ଗାଁରେ ଥିବା ପ୍ରାଥମିକ ସ୍କୁଲ୍‌କୁ କମ୍‌ ଉପସ୍ଥାନ ଦର୍ଶାଇ ଶିକ୍ଷା ବିଭାଗ ବନ୍ଦ କରିଦେବା ପରେ ଗାଁରୁ ୪ କିମି ଦୂରରେ ଥିବା ଲଛମଣି ଗାଁ ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ।

Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି ପ୍ରତିଦିନ ୪ କିମି ଯିବା ଆସିବା ସମ୍ଭବ ନଥିବାରୁ ସେବାଶ୍ରମରେ ରହିବା ଅନୁମତି ନ ମିଳିଲେ ପିଲା ବାଧ୍ୟ ହୋଇ ପାଠ ଛାଡ଼ୁଛନ୍ତି।

ପାହାଡ଼ଘେରା ଗାଁରେ ଚାଷ ଜମି ଅଭାବ ଯୋଗୁଁ ବାଉଁଶ ତିଆରି ସାମଗ୍ରୀ ଗ୍ରାମବାସୀଙ୍କୁ ରୋଜଗାର ପ୍ରଦାନ କରୁଥିଲା।

ସମୟକ୍ରମେ ଜଙ୍ଗଲ ନଷ୍ଟ କାରଣରୁ ବାଉଁଶ ବି ପର୍ଯ୍ୟାପ୍ତ ପରିମାଣରେ ମିଳୁନି।

ଗାଁଠାରୁ ୫୦୦ ମିଟର ଦୂରରେ ଜଳପ୍ରପାତ ରହିଛି।

ଅଥଚ ସେଠାକୁ ଯିବା ପାଇଁ ପକ୍କା ରାସ୍ତା ନ ଥିବାବେଳେ ପର୍ଯ୍ୟଟକଙ୍କ ଲାଗି ବିଶ୍ରାମଗୃହ ଓ ପାର୍କିଂ ବ୍ୟବସ୍ଥା ନାହିଁ।

ପର୍ଯ୍ୟଟନର ଅନନ୍ୟ ସମ୍ଭାର ତଳମିଟିଂ ସହ ଗାଁର ବିକାଶ ଦିଗରେ ତୁରନ୍ତ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବା ପାଇଁ ପୂର୍ବତନ ସରପଞ୍ଚ ଡମ୍ବରୁଧର ମୁଦୁଲି ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media