Toddler Refuels Toy Car: ଖେଳନା କାର୍‌ରେ ସରିଗଲା ପେଟ୍ରୋଲ! ପମ୍ପରେ ପହଞ୍ଚିଲା କୁନି ଗ୍ରାହକ

Nov 19, 2026 - 13:42
Toddler Refuels Toy Car: ଖେଳନା କାର୍‌ରେ ସରିଗଲା ପେଟ୍ରୋଲ! ପମ୍ପରେ ପହଞ୍ଚିଲା କୁନି ଗ୍ରାହକ

ବୟସରେ ସିନା ଛୋଟ, ହେଲେ ଦାୟିତ୍ୱବୋଧରେ କାହାଠାରୁ କମ୍ ନୁହେଁ!

ନିଜ ଖେଳନା କାର୍‌ରେ ପେଟ୍ରୋଲ ସରିଯିବାରୁ ତାକୁ ରିଫିଲ୍ କରିବା ପାଇଁ ସିଧା ପେଟ୍ରୋଲ ପମ୍ପରେ ପହଞ୍ଚିଗଲା ଜଣେ କୁନି ପିଲା।

ଆଉ ତା'ର ଏହି ନିଆରା ଅନୁରୋଧ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ଯାହା କଲେ, ତାହା ଏବେ ସମସ୍ତଙ୍କ ମନ ଜିଣୁଛି।

କେବଳ ସେତିକି ନୁହେଁ, ତେଲ ପକାଇବା ପରେ କୁନି ଗ୍ରାହକ ଜଣକ ଟଙ୍କା ଦେଇ ପେମେଣ୍ଟ ମଧ୍ୟ କରିଥିଲା।

ଏହି ମଜାଦାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Advertisment ଖେଳନା କାର୍ ଧରି ପେଟ୍ରୋଲ ପମ୍ପରେ ପହଞ୍ଚିଲା କୁନି ପିଲା ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟିକୁ ନାଗାଲାଣ୍ଡ ମନ୍ତ୍ରୀ ତେମଜେନ ଇମ୍‌ନା ଆଲଙ୍ଗ ନିଜ X ଆକାଉଣ୍ଟରେ ସେୟାର କରିଛନ୍ତି।

ଭିଡିଓରେ ଜଣେ କୁନି ପିଲା ନିଜ ଖେଳନା କାର୍‌କୁ ଟାଣି ଟାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଖକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି।

ପିଲାଟିର ଅନୁରୋଧ ବୁଝିବା ପରେ କର୍ମଚାରୀ ଜଣକ ମଧ୍ୟ ତାକୁ ନିରାଶ କରିନଥିଲେ।

ହସି ହସି ପେଟ୍ରୋଲ ପମ୍ପର ନୋଜଲ୍ ଉଠାଇ ଖେଳନା କାର୍‌ରେ ତେଲ ପକାଇବା ଭଳି ଅଭିନୟ କରିଥିଲେ।

ଯେମିତି ଜଣେ ପ୍ରକୃତ ଗ୍ରାହକଙ୍କ ଗାଡ଼ିରେ ତେଲ ଭରୁଛନ୍ତି, ଠିକ୍ ସେମିତି ପୂରା ପ୍ରକ୍ରିୟାକୁ ମଜାଳିଆ ଢଙ୍ଗରେ ସମ୍ପୂର୍ଣ୍ଣ କରିଥିଲେ।

Advertisment ତେଲ ପକାଇବା ପରେ ଟଙ୍କା ଦେଲା କୁନି ଗ୍ରାହକ!

ଏହି ଘଟଣାର ସବୁଠାରୁ ମଜାଦାର ଦୃଶ୍ୟ ଥିଲା ଟଙ୍କା ପେମେଣ୍ଟ କରିବାର ମୁହୂର୍ତ୍ତ।

ଖେଳନା କାର୍‌ରେ ତେଲ ପକାଇବା ଶେଷ ହେବା ପରେ କୁନି ପିଲାଟି ନିଜ ପାଖରୁ ଏକ ନୋଟ୍ ବାହାର କରି କର୍ମଚାରୀଙ୍କୁ ବଢ଼ାଇ ଦେଇଥିଲା।

ପ୍ରଥମେ କର୍ମଚାରୀ ଜଣକ ଟଙ୍କା ନେବାକୁ ମନା କରିଥିଲେ।

ହେଲେ ପିଲାଟିର ଜିଦ୍ ଓ ନିଆରା ଅନ୍ଦାଜ ଦେଖି ଶେଷରେ ଟଙ୍କା ଗ୍ରହଣ କରିଥିଲେ।

ଏହାପରେ କୁନି ଗ୍ରାହକ ଜଣକ ନିଜ କାର୍‌ର ଟାଙ୍କି ଭରିଯାଇଥିବା ଭାବି ଖୁସିରେ ସେଠାରୁ ଚାଲିଯାଇଥିଲା।

ଭିଡିଓଟି ସେୟାର କରି ମନ୍ତ୍ରୀ ତେମଜେନ ଇମ୍‌ନା ଆଲଙ୍ଗ ମଜାଳିଆ ଢଙ୍ଗରେ ଲେଖିଥିଲେ, “ପୁରା ଖାଲି ହୋଇଯାଇଥିଲା।” କୁନି ପିଲାର ନିଆରା ଅନ୍ଦାଜକୁ ନେଇ ଚର୍ଚ୍ଚା ଏହି ଛୋଟିଆ ଘଟଣା ଇଣ୍ଟରନେଟ୍‌ରେ ଲୋକଙ୍କ ମୁହଁରେ ହସ ଫୁଟାଇ ଦେଇଛି।

ଅନ୍ୟପଟେ ପିଲାଟିର ମନ ରଖିବା ପାଇଁ ପେଟ୍ରୋଲ ପମ୍ପ କର୍ମଚାରୀ ଯେଉଁଭଳି ସହଯୋଗ କରିଛନ୍ତି, ତାହା ମଧ୍ୟ ଲୋକଙ୍କ ହୃଦୟ ଜିତିଛି।

ଜଣେ କୁନି ପିଲାର କଳ୍ପନାକୁ ସମ୍ମାନ ଦେଇ କର୍ମଚାରୀ ଜଣକ ତାକୁ ଯେଉଁ ଖୁସି ଦେଇଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ।

ସତରେ, ଖୁସି ପାଇଁ ବଡ଼ କିଛି ଦରକାର ନାହିଁ।

ବେଳେବେଳେ ଏମିତି ଛୋଟ ଛୋଟ ମୁହୂର୍ତ୍ତ ହିଁ ଲୋକଙ୍କ ମନରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିଯାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)