TMC : ବିଦ୍ରୋହୀ ଟିଏମ୍ସି ବିଧାୟକଙ୍କ ଘରବାହୁଡ଼ା ଦିଦିଙ୍କ ସହ ପୁଣି ହାତ ମିଳାଇଲେ କସେମ ସିଦ୍ଦିକି
"କୋଲକାତା: ବିରୋଧୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେବାର କିଛି ଦିନ ପରେ ବିଦ୍ରୋହୀ ଟିଏମ୍ସି ବିଧାୟକ କସେମ ସିଦ୍ଦିକି ପୁଣିଥରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ଫେରିଛନ୍ତି।
ଉତ୍ତର ୨୪ ପ୍ରଗଣାର ଅମଡଙ୍ଗାର ଟିଏମ୍ସି ବିଧାୟକ ସିଦ୍ଦିକି କହିଛନ୍ତି, ସେ ସର୍ବଦା ମମତା ବାନାର୍ଜୀଙ୍କ ସହ ରହିଛନ୍ତି।
ବିଦ୍ରୋହୀ ଗୋଷ୍ଠୀ ଛାଡ଼ିବା ନିଷ୍ପତ୍ତି ସଂକ୍ରାନ୍ତରେ ବର୍ଣ୍ଣନା କରି ସେ କହିଛନ୍ତି, ତାଙ୍କୁ କୁହାଯାଇଥିଲା ଯେ ଏହି ଗୋଷ୍ଠୀ ମମତା ବାନାର୍ଜୀଙ୍କ ନେତୃତ୍ବରେ କାମ କରିବ।Advertisment ଆହୁରି ପଢନ୍ତୁ : Russia: ରୁଷ୍ରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର କିନ୍ତୁ ପରେ ସେ ଜାଣିଲେ ଯେ ଏହାର କାର୍ଯ୍ୟକାରିତାରେ କେଉଁଥିରେ ବି ଟିଏମ୍ସି ସୁପ୍ରିମୋଙ୍କ ନାଁ ନାହିଁ।
ସେ କହିଛନ୍ତି, ଆମକୁ ଏକ ଦସ୍ତାବିଜରେ ଦସ୍ତଖତ କରିବାକୁ କୁହାଯାଇଥିଲା ଏବଂ ଏହା ପରେ ଦିଦିଙ୍କ ନିକଟରେ ପହଞ୍ଚିବ ବୋଲି ମଧ୍ୟ କୁହାଯାଇଥିଲା।
କିନ୍ତୁ ଏମିତି ହୋଇନଥିବା ଜାଣିବାପରେ ମୁଁ ବିଦ୍ରୋହୀ ଗୋଷ୍ଠୀ ଛାଡ଼ିଦେଲି।
ଆମେ ଦିଦିଙ୍କ ସହ ରହିଛୁ ଓ ରହିବୁ।
ଦିଦି ଆମ ପାଇଁ ସବୁକିଛି।
ସେ ଆମକୁ ଟିକେଟ୍ ଦେଇ ବିଧାନସଭାକୁ ପଠାଇଛନ୍ତି।
ଆମେ ତାଙ୍କ ନାଁରେ ଭୋଟ୍ ପାଇଛୁ।
ଆମେ ଦିଦିଙ୍କ ସହ ରହିଛୁ ଓ ରହିବୁ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ : Revanth Reddy: ଆମେରିକା ଗସ୍ତ ଅନୁମତି ନ ମିଳିବାରୁ ସରକାରଙ୍କୁ ରେବନ୍ତଙ୍କ ସମାଲୋଚନା ଉଲ୍ଲେଖଯୋଗ୍ୟ, ସିଦ୍ଦିକିଙ୍କୁ ମୁସଲମାନ ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ଚେହେରା ଭାବେ ବିବେଚନା କରାଯାଏ।
ଗତବର୍ଷ ସେ ଟିଏମ୍ସିରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ନେତୃତ୍ବକୁ ନେଇ ଟିଏମ୍ସିରେ ଏକ ବଡ଼ ଧରଣର ରାଜନୈତିକ ସଂଘର୍ଷ ଜାରି ରହିଥିବାବେଳେ କସେମ ସିଦ୍ଦିକି ପୁଣିଥରେ ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀକୁ ଫେରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
