TMC: ନିଜକୁ ବାସ୍ତବ ଟିଏମ୍ସି କହିଲେ ବିଦ୍ରୋହୀ ଗୋଷ୍ଠୀ
କୋଲକାତା: ତୃଣମୂଳ କଂଗ୍ରେସରେ ଆନ୍ତଃକନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ଦଳର ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ, ତାଙ୍କ ଗୋଷ୍ଠୀ ବାସ୍ତବ ତୃଣମୂଳ କଂଗ୍ରସ (ଟିଏମ୍ସି)କୁ ପ୍ରତିନିଧିତ୍ବ କରୁଛି। ଦଳୀୟ ଚିହ୍ନକୁ ନେଇ କୌଣସି ବିବାଦ ଥିବା କଥାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଋତବ୍ରତ କହିଛନ୍ତି, ତାଙ୍କ ଗୋଷ୍ଠୀ ହେଉଛି ବାସ୍ତବ ତୃଣମୂଳ କଂଗ୍ରେସ। ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି। ତେଣୁ ଦଳୀୟ ଚିହ୍ନ ପାଇଁ ଦାବି କରିବାର କୌଣସି ପ୍ରଶ୍ନ ଉଠୁନି। ଅନ୍ୟପକ୍ଷେ ସାଂଗଠନିକ ପରିବର୍ତ୍ତନ ସଂକ୍ରାନ୍ତରେ ନିର୍ବାଚନ କମିସନ (ଇସି) ଓ ରାଜ୍ୟ ଶାଖାକୁ ଅବଗତ କରିବା ଏକ ରୁଟିନ୍ ପ୍ରକ୍ରିୟା ବୋଲି ସେ କହିଛନ୍ତି।
TMC: ମମତାଙ୍କୁ ଟିଏମ୍ସି ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଅରୂପ ରାୟ ନୂତନ ଅଧ୍ୟକ୍ଷ ନିଯୁକ୍ତ
ଉଲ୍ଲେଖଯୋଗ୍ୟ ଯେ, ଟିଏମ୍ସିର ୮୦ ବିଧାୟକଙ୍କ ମଧ୍ୟରୁ ପ୍ରଥମେ ୫୮ ଜଣ ଦଳୀୟ ନେତୃତ୍ବ ବିରୋଧରେ ବିଦ୍ରୋହ କରି ଏକ ପୃଥକ୍ ଗୋଷ୍ଠୀ ଗଠନ କରିଥିଲେ। ପରେ ବିଦ୍ରୋହୀ ଗୋଷ୍ଠୀ ପ୍ରତି ୬୪ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଇଥିଲା। ଏହି ଗୋଷ୍ଠୀ ମଧ୍ୟ ୩୦ ସଦସ୍ୟ ବିଶିଷ୍ଟ ଏକ ଏନ୍ଡବ୍ଲ୍ୟୁସି ( ଜାତୀୟ କାର୍ଯ୍ୟକାରିଣୀ କମିଟି) ଘୋଷଣା କରିଛି। ବିଦ୍ରୋହୀ ଗୋଷ୍ଠୀ ମମତାଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଛି। ମମତା କେବଳ ପରାମର୍ଶଦାତା ରହିପାରିବେ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛି।