Bike crashes into JCB ଜେସିବିକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

Jun 24, 2026 - 20:24
Bike crashes into JCB ଜେସିବିକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

"ବିଷମ କଟକ: ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍‌ ଅନ୍ତର୍ଗତ ହାଟମୁନିଗୁଡା ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ବାଇକଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବାଇକ୍‌ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି।

Advertisment ସୂଚନାନୁସାରେ, ହାଟମୁନିଗୁଡା ଠାରେ ମେଗା ପ୍ରକଳ୍ପ ପାଇପ ବିଛା କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେସିନ୍ ରାସ୍ତାକଡାରେ ଠିଆ ହୋଇଥିଲା ।

ଅମ୍ବାଦଳା ଥାନା ଯୁଗାପଦର ଗ୍ରାମର ଜାଗତ ଟାକ୍ରି ଏବଂ ରୋହିତ କୁଶଲିଆ ଆଜି (ବୁଧବାର) ଅପରାହ୍ନରେ ବିଷମକଟକରୁ ନିଜ ଘରକୁ ଫେରୁଥିଲେ।

ତେବେ ଦ୍ରୁତଗତିରେ ଥିବାରୁ ବାଇକର ଭାରସାମ୍ୟ ହରାଇ ଜେସିବିକୁ ପଛ ପଟୁ ପିଟି ହୋଇ ରାସ୍ତା କଡକୁ ଛିଟିକି ପଡିଥିଲେ।

ଘଟଣା ସ୍ଥଳରେ ବାଇକ୍‌ଚାଳକ ଜଗତ ଟାକ୍ରି (୩୮)ଙ୍କ ମୃତ୍ୟୁ ଘଟିଛି।

ରୋହିତ କୁଶୁଲିଆ (୩୧) ଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ତାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନସ୍ ଯୋଗେ ବିଷମ କଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ।

ଖବର ପାଇ ମୁନିଗୁଡା ପୁଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି।

ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବା ବୋଲି ଥାନା ଅଧିକାରୀ କେଶବ ଷଡଙ୍ଗୀ ସୂଚନା ଦେଇଛନ୍ତି ।

"