TMC: ଟିଏମ୍ସି କାର୍ଯ୍ୟାଳୟ ପାଇଁ ସଙ୍କଟ: ୨ ମାସ ମଧ୍ୟରେ ଘର ଛାଡ଼ିବାକୁ କହିଲେ ମାଲିକ
"କୋଲକାତା: ତୃଣମୂଳ କଂଗ୍ରେସର ଅନ୍ୟତମ ମୁଖ୍ୟ କାର୍ଯ୍ୟାଳୟ ଏକ ଭଡ଼ା ଘରେ ଚାଲିଥିଲା।
କିନ୍ତୁ ମାତ୍ର ୨ ମାସ ମଧ୍ୟରେ ତୃଣମୂଳ ଦଳକୁ ଏହି ଘର ଛାଡ଼ିବାପାଇଁ ଘର ମାଲିକ କହିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘର ମାଲିକ ମଣ୍ଟୁ ସାହା ଏବଂ ତାଙ୍କ ପୁଅ ଅମିତ ସାହା ଘରଟିକୁ ଖାଲି କରିବାପାଇଁ ପୁଲିସର ସହଯୋଗ ମାଗିଛନ୍ତି। "ତୃଣମୂଳ ଭବନ" ଭାବେ ଜଣାଶୁଣା ଏହି କୋଠା ଟୋପ୍ସିଆ ଅଞ୍ଚଳର ଇଏମ୍ ବାଇପାସ ରୋଡ୍ରେ ଅବସ୍ଥିତ।
ତୃଣମୂଳ କଂଗ୍ରେସ ଦଳ ଦ୍ବାରା ଏହାକୁ ଏକ ଅସ୍ଥାୟୀ ଅଫିସ୍ ଭାବେ ବ୍ୟବହାର କରାଯାଉଥିଲା।
କାରଣ ଟିଏମ୍ସିର ମୂଳ ଅଫିସ୍ ମଧ୍ୟ ଟୋପ୍ସିଆରେ ଏବଂ ଏହାର ନବୀକରଣ କାମ ଚାଲିଛି।Advertisment ଆହୁରି ପଢନ୍ତୁ: SamajbadiParty: ସମାଜବାଦୀ ପାର୍ଟି ବିଭାଜିତ ହେବ କି?
ବିଜେପିରେ ଯୋଗଦେବାକୁ ପୂରା ଏସ୍ପି ପ୍ରସ୍ତୁତ: ୟୁପି ମନ୍ତ୍ରୀଙ୍କ ଦାବି ୨୦୨୧ ବିଧାନସଭା ନିର୍ବାଚନ ଜିତିବାପରେ ଟିଏମ୍ସି ଏହାର ନୂଆ କୋଠାର ନବୀକରଣ କାମ କରୁଥିଲା।
ଏଥିପାଇଁ ୨୦୨୨ରୁ ଟିଏମ୍ସି ଦଳର ନେତାମାନେ ମଣ୍ଟୁ ସାହାଙ୍କ କୋଠାକୁ ଭଡ଼ାରେ ନେଇଛନ୍ତି।
ଘର ମାଲିକଙ୍କ ଅନୁଯାୟୀ ଏହି ବିଲ୍ଡିଂର କଣ୍ଟ୍ରାକ୍ଟ ୨ ବର୍ଷ ପାଇଁ ସ୍ବାକ୍ଷର କରାଯାଇଥିଲା ଏବଂ ଏହାକୁ ପରେ ପୁଣି ଏକ ବର୍ଷ ପାଇଁ ପରିବର୍ଦ୍ଧିତ କରାଯାଇଥିଲା।
୨୦୨୫ରେ ଏହି ଚୁକ୍ତି ଶେଷ ହେବାପରେ ଟିଏମ୍ସି କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନେ ଲଗାତାର ଭାବେ ବିଲ୍ଡିଂ ଖାଲି କରିବାକୁ କହିଥିଲେ।
କିନ୍ତୁ ସେମାନେ ଶୁଶି ନଥିଲେ।
ଏବେ ଘର ମାଲିକ ପୁଣିଥରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସି ଦଳକୁ ୨ ମାସ ମଧ୍ୟରେ ଘର ଛାଡ଼ିବାପାଇଁ ଅନୁରୋଧ କରିଛି।
ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ସେମାନେ ତୁରନ୍ତ ଟିଏମ୍ସିକୁ ଘର ଛାଡ଼ିବାପାଇଁ କହିଛନ୍ତି।
ଆହୁରି ପଢନ୍ତୁ: Electricity Tariffs ବିଦ୍ୟୁତ୍ ଦର ବଢ଼ିଲେ ଆନ୍ଦୋଳନ: ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଉକ୍ତ ଭଡ଼ା ଘରେ ଟିଏମ୍ସିର ଗୁରୁତ୍ବପୂର୍ଣ୍ଣ ରାଜନୈତିକ କାର୍ଯ୍ୟ ସବୁ ଚାଲିଥିଲା।
୨୦୨୪ ଲୋକସଭା ନିର୍ବାଚନ ପାଇଁ ସମନ୍ବୟ କାର୍ଯ୍ୟ ମଧ୍ୟ ଏଠାରେ ଚାଲିଥିଲା।
ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ ଭିନ୍ନ ସ୍ଥାନରେ କାମ କରୁଥିଲେ ସୁଦ୍ଧା ଦଳର ବରିଷ୍ଠ ନେତାମାନେ ଏହି ଘରେ ବୈଠକ, ସାମ୍ବାଦିକ ସମ୍ମିଳନୀ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟ କରୁଥିଲେ।
ଟୋପ୍ସିଆ ରୋଡ୍ରେ ଥିବା ତୃଣମୂୂଳ କଂଗ୍ରେସର ପୁରୁଣା ମୁଖ୍ୟାଳୟକୁ ନେଇ ମଧ୍ୟ ବିବାଦ ଉପୁଜିଛି।
ବିଧାନସଭାର ଜଣେ ବିଦ୍ରୋହୀ ବିଧାୟକ ଜାଭେଦ ଖାନ ଦାବି କରିଛନ୍ତି ଯେ ତାଙ୍କ ପରିବାରର ଜମି ଉପରେ ଏହି କୋଠା ଠିଆ ହୋଇଛି।
ତେବେ ସାହା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସୁରକ୍ଷା କାରଣ ପାଇଁ ସେମାନେ ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।
ନିର୍ବାଚନ ଫଳ ଆସିବାପରେ ଘର ବାହାରେ ଅନେକ ଭଙ୍ଗାରୁଜା କରାଯାଇଛି।
ଆଗକୁ ଯେଭଳି ଅଧିକ ଖରାପ୍ ସ୍ଥିତି ନଉପୁଜେ ସେଥିପାଇଁ ସେ ଟିଏମ୍ସିକୁ ଏହି ଘର ଛାଡ଼ିବାପାଇଁ କହିଛନ୍ତି।"