Tiger spotted in Koraput forest: ଜଙ୍ଗଲରୁ ଜଙ୍ଗଲ ଡେଉଁଛି ମହାବଳ! ରାତି ଅଧରେ ଡ୍ରୋନ୍ ଉଡ଼ାଇ ବାଘକୁ ଖୋଜୁଛି ବନ ବିଭାଗ
ଜଙ୍ଗଲ ବଦଳାଉଛି ମହାବଳ।
ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଡେଉଁଛି ବାଘ।
କୋରାପୁଟ ବନ ବିଭାଗର ନିଦ ହଜାଇଛି ମହାବଳ।
ସେମିଳିଗୁଡ଼ା, ଦଶମନ୍ତପୁର, ନାରାୟଣପାଟଣା ପରେ ଏବେ ଲକ୍ଷ୍ମୀପୁର ବିଲାପୁଟ ଜଙ୍ଗଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।
Advertisment ଦୁଇଟି ବଳଦକୁ ମାରି ଖାଇଥିବା ସନ୍ଦେହ କରାଯାଉଛି।
ରାତି ଅଧରେ ଜଙ୍ଗଲରେ ଡ୍ରୋନ୍ ଉଡ଼ାଇ, ଟ୍ରାପ କ୍ୟାମେରା ଲଗାଇ ବାଘର ଗତିବିଧି ଖୋଜୁଛି ବନ ବିଭାଗ।
ହେଲେ ବାଘ କେଉଁଠି, କେଉଁ ଦିଗରେ ଯାଉଛି, ତାହାର ଟେର୍ ପାଉନାହାନ୍ତି ଅଧିକାରୀ।
ବାଘର ଏଭଳି ଲୁଚକାଳି ଖେଳ ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ଲକ୍ଷ୍ମୀପୁର ବ୍ଲକ ଭିତରଗଡ଼ ପଞ୍ଚାୟତ ଯାନିଗୁଡ଼ା ନିକଟରେ ପ୍ରଥମେ ମିଳିଥିଲା ବାଘର ପାଦଚିହ୍ନ।
ଏହାର କିଛି ସମୟ ପରେ ବିଲାପୁଟ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂର ଜଙ୍ଗଲରୁ ଦୁଇଟି ବଳଦର ଆଂଶିକ ମୃତଦେହ ଉଦ୍ଧାର ହୋଇଥିଲା।
Advertisment ପାଦଚିହ୍ନର ପ୍ରାଥମିକ ଯାଞ୍ଚରୁ ଏହା ଆନ୍ଧ୍ରର ମହାବଳ ବାଘ ହୋଇଥାଇପାରେ ବୋଲି ସନ୍ଦେହ।
ପୂର୍ବରୁ ସେମିଳିଗୁଡ଼ା ରାଜପୁଟ ନିକଟ ଝରାପୁଟ ଜଙ୍ଗଲରେ ମଇଁଷି ଶିକାର କରିଥିଲା ବାଘ।
ପରେ ଦଶମନ୍ତପୁର ଓ ନାରାୟଣପାଟଣା ରେଞ୍ଜରେ ଏହାର ଗତିବିଧି ନେଇ ଚର୍ଚ୍ଚା ହୋଇଥିଲା।
ଏବେ ବିଲାପୁଟ ଜଙ୍ଗଲରେ ତା'ର ଉପସ୍ଥିତିକୁ ନେଇ ବଢ଼ିଛି ଚିନ୍ତା।
ବାଘକୁ ଠାବ କରିବାକୁ ରାତିରେ ଜଙ୍ଗଲରେ ଡେରା ପକାଇଛି ବନ ବିଭାଗ।
ନିକଟବର୍ତ୍ତୀ ଗାଁଗୁଡ଼ିକରେ ସତର୍କତା ଜାରି କରିଛି ବନ ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
