Threat letter: କାଶ୍ମୀରୀ ପଣ୍ଡିତଙ୍କୁ ପୁଣି ଧମକ: ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି

Aug 28, 2026 - 21:03
Threat letter: କାଶ୍ମୀରୀ ପଣ୍ଡିତଙ୍କୁ ପୁଣି ଧମକ: ଚଳିତ ମାସରେ ଚତୁର୍ଥ ଧମକପୂର୍ଣ୍ଣ ଚିଠି

"ଶ୍ରୀନଗର: ଜମ୍ମୁ-କାଶ୍ମୀରରେ କାଶ୍ମୀରୀ ପଣ୍ଡିତମାନଙ୍କୁ ପୁଣି ଧମକ ଦିଆଯାଇଛି।

ଲସ୍କର-ଏ-ତୋଇବା (ଏଲ୍‌ଇଟି) ସହ ସମ୍ପର୍କ ଥିବା କୁହାଯାଉଥିବା ୟୁନାଇଟେଡ୍‌ ଲିବରେସନ୍‌ କାଉନସିଲ (ୟୁଏଲ୍‌ସି) ନାମରେ ଅଗଷ୍ଟ ୨୭ ତାରିଖର ଏକ ଧମକପୂର୍ଣ୍ଣ ଚିଠି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ଚଳିତ ମାସରେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ୍‌ କରି ଏହା ଚତୁର୍ଥ ଧମକ ବୋଲି ରିପୋର୍ଟ ହୋଇଛି।

ତେବେ ଚିଠିର ସତ୍ୟତା ଏବଂ ଏହା ପଛରେ କିଏ ଅଛି, ସେନେଇ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ଯାଞ୍ଚ କରୁଛନ୍ତି।Advertisment ଚିଠିରେ କାଶ୍ମୀରୀ ପଣ୍ଡିତଙ୍କ ବିସ୍ଥାପନ ଓ ହତ୍ୟା ସମ୍ପର୍କିତ ପୁରୁଣା ମାମଲା ପୁଣି ଖୋଲିବା ପ୍ରୟାସକୁ ନେଇ ଆପତ୍ତି ଉଠାଯାଇଛି।

ଏଥିରେ ବିଜବେହରା, ଗାବକାଦଲ, ସୋପୁର ଓ ହଣ୍ଡୱାଡ଼ା ଘଟଣାର ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି।

ବିସ୍ଥାପିତ ପଣ୍ଡିତଙ୍କ ସମ୍ପର୍କିତ ମାମଲା ଖୋଲିବାରେ ଯେଉଁମାନେ ଭୂମିକା ନେଉଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଚିଠିରେ ଧମକ ଦିଆଯାଇଛି।

ଅତିରିକ୍ତ ସୁରକ୍ଷା ଦିଆଗଲେ ମଧ୍ୟ ଏଥିରୁ ସୁରକ୍ଷା ମିଳିବ ନାହିଁ ବୋଲି ମଧ୍ୟ ଧମକ ଦିଆଯାଇଛି।

ସୁରକ୍ଷା ଏଜେନ୍ସିଗୁଡ଼ିକ ଚିଠିର ଉତ୍ସ, ପ୍ରାମାଣିକତା ଏବଂ ଏଥିରେ ଦିଆଯାଇଥିବା ଧମକ ପଛରେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ଅଛି କି ନାହିଁ, ତାହା ଯାଞ୍ଚ କରୁଛନ୍ତି।

ପୁଲିସ୍‌ ଚାକିରି ପିତା: ଲସ୍କର-ଏ-ତୋଇବାରେ ଯୋଗ ଦେଲେ କନ୍‌ଷ୍ଟେବଲ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)