Nepal flood: ନେପାଳ ବନ୍ୟାର ପ୍ରଭାବ; ସୋନୌଲି ସୀମାରେ ୧୬ କିମି ଲମ୍ବା ଟ୍ରକ୍‌ ଧାଡ଼ି

Aug 28, 2026 - 21:03
Nepal flood: ନେପାଳ ବନ୍ୟାର ପ୍ରଭାବ; ସୋନୌଲି ସୀମାରେ ୧୬ କିମି ଲମ୍ବା ଟ୍ରକ୍‌ ଧାଡ଼ି

"ମହାରାଜଗଞ୍ଜ/କୁଶୀନଗର: ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାର ପ୍ରଭାବ ଏବେ ଭାରତ-ନେପାଳ ବାଣିଜ୍ୟ ଉପରେ ପଡ଼ିଛି।

ବନ୍ୟା ଯୋଗୁଁ ନେପାଳର ଅନେକ ସଡ଼କ କ୍ଷତିଗ୍ରସ୍ତ ଓ ଜଳମଗ୍ନ ହୋଇଥିବାରୁ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ଦେଇ କାଠମାଣ୍ଡୁ ଓ ନେପାଳର ଅନ୍ୟାନ୍ୟ ଅଞ୍ଚଳକୁ ଯାଉଥିବା ମାଲବାହୀ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଫଳରେ ଭାରତୀୟ ପାର୍ଶ୍ୱର ସୋନୌଲି ସୀମାରେ ପ୍ରାୟ ୧୬ କିମି ଲମ୍ବା ଟ୍ରକ୍‌ ଧାଡ଼ି ସୃଷ୍ଟି ହୋଇଛି।Advertisment କାଠମାଣ୍ଡୁ ଅଭିମୁଖେ ଯାଉଥିବା ଗାଡ଼ି ସହ ନେପାଳର ଅନ୍ୟାନ୍ୟ ଅଞ୍ଚଳକୁ ମାଲ ନେଇ ଯାଉଥିବା ଶହ ଶହ ଟ୍ରକ୍‌ ସୀମାରେ ଅଟକି ରହିଛି।

ଏହି ଧାଡ଼ି ନୌତନୱା ଆଡ଼କୁ ବ୍ୟାପିଥିବାରୁ ଜାତୀୟ ରାଜପଥରେ ଯାତାୟାତ ନେଇ ଚିନ୍ତା ବଢ଼ିଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରୁଛନ୍ତି।

Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା ସୋନୌଲି ସୀମାରେ ନଜରଦାରି ବଢ଼ାଇ ଦିଆଯାଇଥିବା ସର୍କଲ ଅଫିସର ବସନ୍ତ ସିଂହ କହିଛନ୍ତି।

ସୀମାନ୍ତବର୍ତ୍ତୀ ଅଞ୍ଚଳର ସମସ୍ତ ଥାନା ଅଧିକାରୀଙ୍କୁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନେପାଳରେ ସଡ଼କ ସଂଯୋଗ ଶୀଘ୍ର ପୁନରୁଦ୍ଧାର ନ ହେଲେ ଦୁଇ ଦେଶ ମଧ୍ୟରେ ସାମଗ୍ରୀ ପରିବହନ ଓ ଯୋଗାଣ ଆହୁରି ବିଳମ୍ବିତ ହୋଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)