The ugliest dog: କିମାଶ୍ଚର୍ଯ୍ୟମ୍‌: ସବୁଠୁ ଅସୁନ୍ଦର କୁକୁର

Aug 18, 2026 - 07:13
The ugliest dog: କିମାଶ୍ଚର୍ଯ୍ୟମ୍‌: ସବୁଠୁ ଅସୁନ୍ଦର କୁକୁର

"ଏ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୫୦ତମ ବିଶ୍ବ ଅସୁନ୍ଦର କୁକୁର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

ଏହି ବାର୍ଷିକ ପ୍ରତିଯୋଗିତାରେ ୨୦୨୬ର ସବୁଠୁ କଦାକାର ଶ୍ବାନର ମୁକୁଟ ଜିଣିନେଇଛି ଏକ ଛଅବର୍ଷୀୟ ପଗ୍‌ ଜାତିର କୁକୁର।

ଏହି କୁକୁରର ନାମ "ଜିନ୍ନି ଲୁ"।

ଗତ ୧୪ ତାରିଖରେ ଅନେକ ଉତ୍ସାହୀ ନିଜନିଜ କୁକୁର ନେଇ ଯୁକ୍ତରାଷ୍ଟ୍ର ଆମେରିକାର ସାଣ୍ଟା ରୋଜା ସହରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକତ୍ରିତ ହୋଇଥିଲେ।

ଅଦ୍ଭୁତ ଦିଶୁଥିବା କୁକୁରମାନଙ୍କର ପରେଡ୍‌ ହୋଇଥିଲା ଏବଂ ରୂପ ଅନୁଯାୟୀ ସେମାନଙ୍କର ମୂଲ୍ୟାଙ୍କନ କରାଯାଇଥିଲା।

ସେଥିରେ ଜିନ୍ନି ଲୁ ବିଜୟଲାଭ କରିଥିଲା ଏବଂ ତା" ମାଲିକ ମିଚେଲ୍‌ ଗ୍ରାଡିଙ୍କୁ ପୁରସ୍କାର ସ୍ବରୂପ ୫୦୦୦ ଡଲାର୍‌ ବା ସାଢ଼େ ଚାରି ଲକ୍ଷରୁ ଅଧିକ ଟଙ୍କା ମିଳିଛି।Advertisment Editorial: କେତେ ‌େଯ କିଡ୍‌ନି!

ମାଲିକାଣୀଙ୍କ କହିବା ଅନୁଯାୟୀ ସେ ଏହି କୁକୁରକୁ ଚାରି ବର୍ଷ ତଳେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

ସେବେଠାରୁ ଏହା ତାଙ୍କ ଜୀବନରେ ଉଲ୍ଲାସ ଭରିଆସିଛି।

ସେ ଚାରିଥର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ଶେଷରେ ଜିଣିଛନ୍ତି।

ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୁକୁର ମାଲିକଙ୍କୁ ଯଥାକ୍ରମେ ୩୦୦୦ ଓ ୨୦୦୦ ଡଲାର୍‌ ଦିଆଯାଇଛି।

ଏହି ଅସାଧାରଣ ପ୍ରତିଯୋଗିତାଟି ନିଷ୍ଠୁର ମନେ ହେଉଥିଲେ ହେଁ ଏହି ଆୟୋଜନ ପଛର ଉଦ୍ଦେଶ୍ୟ କୁକୁରମାନଙ୍କୁ ବିଦ୍ରୂପ କରିବା ନୁହେଁ।

ବାସ୍ତବରେ ପ୍ରତ୍ୟେକ କୁକୁରର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ଗୁଣକୁ ଉତ୍‌ଥାପନ କରିବା ମୂଳ ଲକ୍ଷ୍ୟ।

ଏହା ଦ୍ବାରା ଭିନ୍ନ ଦିଶୁଥିବା କୁକୁରମାନଙ୍କୁ ପୋଷ୍ୟ ଗ୍ରହଣ କରିବା ଲାଗି ଲୋକମାନେ ଉତ୍ସାହିତ ହେଉଛନ୍ତି।

Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media