Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌କୁ ଟ୍ରକ୍‌ର ଧକ୍କା, ୮ ମୃତ

Aug 18, 2026 - 07:45
Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌କୁ ଟ୍ରକ୍‌ର ଧକ୍କା, ୮ ମୃତ

"ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା।

ଧାନ ରୁଆ କାମ ସାରି ଘରକୁ ଫେରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଲୋଡିଂ ପିକ୍‌ଅପ୍‌ ଭ୍ୟାନ୍‌କୁ ସାମ୍ନାପଟୁ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା।

ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି।

ଦୁର୍ଘଟଣାର ଭୟାବହତା ଦେଖି ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ।Advertisment Electricity: ୩ ରାଜ୍ୟରେ କୃଷି-ସ୍ବତନ୍ତ୍ର ବିଦ୍ୟୁତ୍‌ କମ୍ପାନି: ଆଗକୁ ବଢ଼ିଲେ ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା ମଧ୍ୟରାତ୍ରିରେ ଛିମକ ଗାଁ ନିକଟରେ ଦୁର୍ଘଟଣାସୂଚନା ଅନୁସାରେ, ଗ୍ୱାଲିଅର ଅନ୍ତର୍ଗତ ଗୋହଦ ଚୌରାହା ଥାନା ଅଞ୍ଚଳରେ ନ୍ୟାସନାଲ ହାଇୱେ-୭୧୯ର ଛିମକ ଗାଁ ନିକଟରେ ଅଧରାତିରେ ଏହି ଦୁର୍ଘଟଣା ଘଟିଥିଲା।

ଶ୍ରମିକମାନଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଏବଂ ଏକ ଟ୍ରକ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା।

ଧକ୍କା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା ।

ପ୍ରାଥମିକ ସୂଚନା ଅନୁଯାୟୀ, ହାଇୱେ ଉପରେ ଗାଈମାନେ ବସିଥିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media