The traffic jam: କନ୍ଦାଉଛି ଟ୍ରାଫିକ୍‌ ଜାମ୍‌: ହାତ ଟେକିଦେଇଛି କମିସନରେଟ୍‌ ପୁଲିସ

Sep 04, 2026 - 06:47
The traffic jam: କନ୍ଦାଉଛି ଟ୍ରାଫିକ୍‌ ଜାମ୍‌: ହାତ ଟେକିଦେଇଛି କମିସନରେଟ୍‌ ପୁଲିସ

"ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ଜାମ ସ୍ଥିତି ଲୋକଙ୍କୁ ନାକେଦମ କଲାଣି।

ସହରର ମୁଖ୍ୟ ରାସ୍ତାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ସବୁଠି ଗାଡ଼ିର ଲମ୍ବା ଲାଇନ୍‌ ଲାଗୁଛି।

ରାଜମହଲରୁ ବାଣୀବିବହାର, ରସୁଲଗଡ଼ରୁ କଳ୍ପନା, ଜୟଦେବିହାରରୁ ପଟିଆ ସହରର ଯେଉଁଆଡ଼େ ଦେଖିଲେ ଚାରିଆଡ଼େ ଖାଲି ଗାଡ଼ିର ଲମ୍ବାଲାଇନ୍‌ ଦିଶୁଛି।

ଗାଡ଼ି ଆଗକୁ ଗଡ଼ିବା କାଠିକରପାଠ ହୋଇପଡ଼ିଛି।

ଶୁକ୍ରବାର ଦିନ ଜନ୍ମାଷ୍ଟମୀ ପାଳନ ପାଇଁ ଗୁରୁବାର ସନ୍ଧ୍ୟାରେ ସହରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

କୌଣସି ପର୍ବପର୍ବାଣି ପୂର୍ବରୁ ରାଜଧାନୀରେ ଏଭଳି ସ୍ଥିିତି ଯୋଗୁଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି।

ଜାମ୍‌ ଯୋଗୁ ସାଧାରଣ ଲୋକଙ୍କ ସହ ଆମ୍ବୁଲାନ୍ସ, ଦମକଳ ଓ ପୁଲିସ ଭ୍ୟାନ୍‌ ଭଳି ଜୁରୁରୀକାଳୀନ ସେବାପ୍ରଭାବିତ ହେଉଛି।

କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ପରିଚାଳନାରେ ଅବ୍ୟବସ୍ଥା, ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଅପରାଗତାକୁ ପଦାରେ ପକାଇଛି।Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ କାରଣ ପୂର୍ବରୁ କୌଣସି ପର୍ବପର୍ବାଣୀ ଥିଲେ ଜାମ୍‌କୁ ଦୃ‌ଷ୍ଟିରେ ରଖି କମିସନରେଟ୍‌ ପୁଲିସ ଲୋକଙ୍କୁ ସତର୍କ କରାଉଥିଲା।

ବିଭିନ୍ନ ସମୟରେ, ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ପାଇଁ ସ୍ମାର୍ଟ ସିଟିରେ ବଡ଼ ବଡ଼ ଡିସ୍‌ପ୍ଲେ ଲଗାଯାଇଛି।

ପ୍ରଚାର ପ୍ରସାର ପାଇଁ ଟ୍ରାଫିକ୍‌ ଛକଗୁଡ଼ିକରେ ଅଡିଓ ବ୍ୟବସ୍ଥା ରହିଛି।

ହେଲେ ଏହି ସବୁ ‌ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି।

ଅନେକ ଟ୍ରାଫିକ୍‌ରେ ଏହି ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଯାଇଛି।

ଫଳରେ  ଲୋକ ଜାମ୍‌ରେ ଫସି ଅଣନିଶ୍ବାସୀ ହେଉଛନ୍ତି।

ଟ୍ରାଫିକ୍‌ ଡିସିପି  ଅନୁପ୍‌ କାନୁନ୍‌ଗୋ କହିଛନ୍ତି ଯେ, ବିଭିନ୍ନ ରାସ୍ତାରେ ନିର୍ମାଣ କାମ ଚାଲିଛି।

ପର୍ବପର୍ବାଣୀ ଯୋଗୁ  ଗାଡ଼ି ସଂଖ୍ୟା ବି ବଢ଼ିଯାଉଛି।

ଗାଡ଼ି ସଂଖ୍ୟା ହଠାତ୍‌ ବଢ଼ିବା ସାଙ୍ଗକୁ ରାସ୍ତା ନିର୍ମାଣ କାମ ଯୋଗୁ ସମସ୍ୟା ସୃଷ୍ଟି ହେଉଛି।

ଆମେ ବିକଳ୍ପ ବ୍ୟବସ୍ଥା ପାଇଁ ସମସ୍ତ ଦିଗକୁ ନେଇ ଆଲୋଚନା କରୁଛୁ।

ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ବେହ ବୋଲି ଡିସିପି ଶ୍ରୀ କାନୁନ୍‌ଗୋ କହିଛନ୍ତି।

El Nino: ଅତି ଶକ୍ତିଶାଳୀ ହେବ ଏଲ୍‌ ନିନୋ, ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରଭାବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)