Green Economy of Odisha: ଓଡ଼ିଶାର ସବୁଜ ଅର୍ଥନୀତି: ୧୦ ବର୍ଷରେ ୧୦ଲକ୍ଷ ନିଯୁକ୍ତି ସୁଯୋଗ

Sep 04, 2026 - 07:03
Green Economy of Odisha: ଓଡ଼ିଶାର ସବୁଜ ଅର୍ଥନୀତି: ୧୦ ବର୍ଷରେ ୧୦ଲକ୍ଷ ନିଯୁକ୍ତି ସୁଯୋଗ

"ଭୁବନେଶ୍ୱର: ରାଜ୍ୟର ସବୁଜ ଅର୍ଥନୀତି କ୍ଷେତ୍ରରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।

ଏଥିପାଇଁ ସ୍ୱତନ୍ତ୍ର ଭାବେ "ଓଡ଼ିଶା ସବୁଜ ନିଯୁକ୍ତି ଓ ଦକ୍ଷତା ବିକାଶ ଅଭିଯାନ" ଆରମ୍ଭ କରିବାକୁ ଆଇଫେଷ୍ଟ(ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନଭାଇରନମେଣ୍ଟ, ସଷ୍ଟେନବିଲିଟି ଆଣ୍ଡ୍ ଟେକ୍ନୋଲୋଜି) ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି।

ଏଥିସହ ଆଇଫରେଷ୍ଟ ପକ୍ଷରୁ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ "ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମଶକ୍ତି - ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା" ଶୀର୍ଷକ ଏକ ବିଶେଷ ରିପୋର୍ଟ ଉନ୍ମୋଚନ କରାଯାଇଥିଲା।

Advertisment Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ରିପୋର୍ଟରେ ସବୁଜ ଅର୍ଥନୀତି କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ଓ ଶିଳ୍ପ ଶ୍ରମଶକ୍ତିର ଦକ୍ଷତା ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି।

୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୩୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।

୨୦୩୫ ବେଳକୁ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଯିବ।

ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପ ଦ୍ୱାରା ୪୮,୪୦୦ରୁ ଅଧିକ ନିଯୁକ୍ତି ଆସିପାରିବ।

କୃଷି, ବନୀକରଣ, ଜଙ୍ଗଲ ପରିଚାଳନା ଓ ହେନ୍ତାଳବଣର ପୁନରୁଦ୍ଧାର ଫଳରେ ରାଜ୍ୟକୁ ଦୁଇଟି ଲାଭ ହେବ।

ଜଳବାୟୁ ସହନଶୀଳ ପରିବେଶ ନିର୍ମାଣ ସାଙ୍ଗକୁ ନିଯୁକ୍ତି ସୃଷ୍ଟି ହୋଇପାରିବ।

ଏ ଦିଗରେ ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ଅନ୍ୟ ଏକ ବଡ଼ ସମ୍ଭାବନା ରହିଛି।

ଏସବୁକୁ ମିଶାଇଲେ ଓଡ଼ିଶାର ସବୁଜ ଅର୍ଥନୀତି ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରିବ।

କୋଇଲା ଖନନ କାର୍ଯ୍ୟର ୮୯ ପ୍ରତିଶତ ନିଯୁକ୍ତିକୁ ରାଜ୍ୟର ଧାତୁ ଓ ଅନ୍ୟ ଜଟିଳ ଖଣିଜ ଖନନ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇପାରିବ।

ସେହିପରି ତାପଜ ବିଦ୍ୟୁତ୍‌ କ୍ଷେତ୍ରରେ ୭୫% ନିଯୁକ୍ତିକୁ ଅକ୍ଷୟ ଶକ୍ତି ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷେତ୍ରକୁ ନିଆଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

Jalchand jewellers: ଲାଲ୍‌ଚନ୍ଦ୍‌ର ପାର୍ବଣ ଭେଟି: "ଆପଣଙ୍କ ଟଙ୍କାରେ ଅଧିକ ସୁନା" ୨୦୨୫ରେ ଓଡ଼ିଶାର ଶ୍ରମଶକ୍ତି ଅଂଶଗ୍ରହଣ ହାର ୬୭.୯% ଓ ବେକାରୀ ହାର ୩.୩% ଥିଲା ଯାହାକି ଜାତୀୟ ହାର ଅପେକ୍ଷା ଭଲ ସ୍ଥିତିରେ ରହିଛି।

ତେବେ ମାତ୍ର ୩.୩% କର୍ମଜୀବୀ ଲୋକଙ୍କ ପାଖରେ ବୈଷୟିକ ଶିକ୍ଷା ଅଛି।

ସେହିପରି ଧନ୍ଦାମୂଳକ ତାଲିମର ସର୍ବନିମ୍ନ ଶିକ୍ଷା କେବଳ ୩% ଲୋକଙ୍କ ପାଖରେ ପହଞ୍ଚିଛି।

ଆଇଟିଆଇ ଓ ପଲିଟେକ୍‌ନିକ୍ କେନ୍ଦ୍ରଗୁଡ଼ିକର ପାଠ୍ୟକ୍ରମକୁ ଉନ୍ନତ କରାଯାଇ ସେଥିରେ ସବୁଜ ଦକ୍ଷତାକୁ ସାମିଲ କରିବା ଓ ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ଆଞ୍ଚଳିକ ସବୁଜ ଦକ୍ଷତା ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି।

କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ସୁକାନ୍ତ କୁମାର ପ୍ରଧାନ, ଆଇଫରେଷ୍ଟର ଜଷ୍ଟ ଟ୍ରାଞ୍ଜିସନ୍ ଆଣ୍ଡ୍ କ୍ଲାଇମେଟ୍ ଚେଞ୍ଜ ବିଭାଗର ନିର୍ଦ୍ଦେଶିକା ଶ୍ରେଷ୍ଠା ବାନାର୍ଜୀ,  ବିଶ୍ବ ଦକ୍ଷତା କେନ୍ଦ୍ର ସିଇଓ ରଶ୍ମୀରଞ୍ଜନ ମହାପାତ୍ର, ସିୱାଇଏସ୍‌ଡିର ସହ-ପ୍ରତିଷ୍ଠାତା ଜଗଦାନନ୍ଦ, ସେଞ୍ଜୁରିଆନ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)