The toxic grip of plastic: ମାଡ଼ିଗଲାଣି ପ୍ଲାଷ୍ଟିକର ବିଷ ବଳୟ: ବଜାରଘାଟରେ ହାଉଜାଉ, ପ୍ଲାଷ୍ଟିକମୁକ୍ତ ବଜାର ଧୂଆଁବାଣ
"ଭୁବନେଶ୍ବର: ପବିତ୍ର ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବର ସମେତ ୫ ମହାନଗର ନିଗମରେ ପଲିଥିନ୍ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାରରେ ଓଡ଼ିଶା ସରକାର କଟକଣା ଲଗାଇଥିଲେ।
ଲକ୍ଷ୍ୟ ଥିଲା, ପ୍ଲାଷ୍ଟିକ୍ର ବିଷ ବଳୟରୁ ଓଡ଼ିଶାକୁ ମୁକ୍ତ କରିବା।
ଆରମ୍ଭରୁ ଏଥିପାଇଁ ଘନ ଘନ ଚଢ଼ଉ ହେଲା।
ଦୋକାନ, ବଜାରରୁ କ୍ବିଣ୍ଟାଲ କ୍ବିଣ୍ଟାଲ ପଲିଥିନ୍ ଜବତ ହେଲା।
କିନ୍ତୁ ସେ ଜାଣତରେ ହେଉ କି ଅଜାଣତରେ, ମୂଳରେ ପହଞ୍ଚିବାକୁ ଚେଷ୍ଟା କଲେନି ଟିମ୍।
ଯେଉଁମାନେ ପଲିଥିନ୍ ଉତ୍ପାଦନ କରି ବଜାରକୁ ଛାଡ଼ୁଛନ୍ତି, ସେମାନଙ୍କୁ ଧରାଗଲାନି।
ଏଣୁ କଟକଣାର ୭ ବର୍ଷ ପରେ ବି ସ୍ଥିତି ଯଥାପୂର୍ବଂ ତଥା ପରଂ।
ଏହି କଟକଣା କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି।
ଚଢ଼ଉ କୋହଳ ଥିବାରୁ ପୁଣି ବିପୁଳ ପଲିଥିନ୍ ବଜାରରେ ପ୍ରବେଶ କଲାଣି ଓ ବଜାରଘାଟ ଚାରିଆଡ଼େ ଅବାଧ ବ୍ୟବହାର ବଢ଼ିଗଲାଣି।
ପାର୍ବଣରେ ଏହାର ବ୍ୟବହାର ଅଧିକ ବଢ଼ିଗଲାଣି।
ଯାହା ହାତକୁ ଦେଖିଲେ, ନିଷିଦ୍ଧ ପଲିଥିନ୍।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ, ଭୁବନେଶ୍ବର ମହାନଗର ନିଗମରୁ ପ୍ରତିବର୍ଷ ୨୦ହଜାର ଟନ୍ରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି।
ଯାହା ଭୁବନେଶ୍ବର ମହାନଗର ନିଗମରୁ ସଂଗୃହୀତ ଆବର୍ଜନାର ପ୍ରାୟ ୬୦ ପ୍ରତିଶତ।
ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମଗିରି ଓ ରାଉରକେଲା, ୫ ମହାନଗର ନିଗମ ଭିତରେ ଭୁବନେଶ୍ବରରୁ ସର୍ବାଧିକ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି।୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରାଜ୍ୟର ଏହି ୫ ମହାନଗର ନିଗମରେ ପଲିଥିନ୍ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରାଯାଇଥିଲା।
ପୂର୍ବରୁ ମାଟିରେ ମିଶୁନଥିବା ୫୦ ମାଇକ୍ରନ୍ ପଲିଥିନ୍ ବ୍ୟବହାରରେ କେନ୍ଦ୍ର ସରକାର କଟକଣା ଲଗାଇଥିଲେ।
୨୦୨୧ରେ ନୂଆ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମ ଆସିବା ପରେ ୨୦୨୨ ଡିସେମ୍ବରରୁ ୧୨୦ ମାଇକ୍ରନ୍ ପଲିଥିନ୍ ବ୍ୟବହାର ନିଷେଧ କରିଛନ୍ତି।
ସେପଟେ ବିଭିନ୍ନ ସହରାଞ୍ଚଳରେ ବଜାରଘାଟକୁ ପ୍ଲାଷ୍ଟିକ ଫ୍ରି" କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମିଳୁଛି।
କିନ୍ତୁ ଭୁବନେଶ୍ବର ମହାନଗର ନିଗମରେ ଏହା ନିୟମକୁ ଆଖିଠାର ସଦୃଶ ହୋଇଛି।
Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ ଚଳିତବର୍ଷ ମାର୍ଚ୍ଚରେ ଭୁବନେଶ୍ବର ମହାନଗର ନିଗମ ବିଭିନ୍ନ ହାଟରୁ ପ୍ଲାଷ୍ଟିକମୁକ୍ତ ଅଭିଯାନର ଶୁଭାରମ୍ଭ କରିଥିଲା।
ଏହି ଅଭିଯାନ କେବଳ ବଡ଼ ବଡ଼ ହୋର୍ଡିଂ ଓ ସୂଚନା ଫଳକରେ ସୀମିତ ରହିଛି।
ନିୟମ ତା" ବାଟରେ ଓ ପଲିଥିନ୍ ବ୍ୟବହାର ତା" ବାଟରେ।
ସବୁଠୁ ଚିନ୍ତାଜନକ ସ୍ଥିତି ରାଜଧାନୀର ବଡ଼ ୟୁନିଟ୍-୧ ଓ ୟୁନିଟ୍-୪ ହାଟରେ।
ଏଠାରେ ନିଷିଦ୍ଧ ପଲିଥିନ୍ର ଅବାଧ ବ୍ୟବହାର ହେଉଥିଲେ ବି ଏହା କେଉଁଠୁ ଆସୁଛି, ତାକୁ ଯାଞ୍ଚ କରିବାକୁ କେହି ନାହାନ୍ତି।
ଏଣୁ ଏହି ପଲିଥିନ୍ର ବିଷୟ ବଳୟ ଭବିଷ୍ୟତ ପିଢ଼ିଙ୍କ ପାଇଁ ସତର୍କ ଘଣ୍ଟି ସାଜିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
