Ministry of Home Affairs Notification : ୨୦୨୭ରେ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପରିବାରକୁ ପଚରାଯିବ ୪୦ଟି ପ୍ରଶ୍ନ

Oct 31, 2026 - 18:16
Ministry of Home Affairs Notification : ୨୦୨୭ରେ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପରିବାରକୁ ପଚରାଯିବ ୪୦ଟି ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ ଜନଗଣନା ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟର କାମ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।

ଏହି ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କ ଗଣନା କରାଯିବ।

ଜନଗଣନା ପ୍ରକ୍ରିୟା ୨୦୨୭ ଜାନୁଆରି ୨୫ରୁ ଫେବୃଆରି ୨୮ ପର୍ଯ୍ୟନ୍ତ ଚାଲିବ।ଭାରତର ରେଜିଷ୍ଟ୍ରାର ଜେନେରାଲ୍ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।

Advertisment କ'ଣ ରହିଛି ଜନଗଣନାର କାର୍ଯ୍ୟସୂଚୀ?

ବିଜ୍ଞପ୍ତି ଅନୁଯାୟୀ, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଏବଂ ବରଫପାତ ହେଉଥିବା ଅଞ୍ଚଳରେ ଏବେ ଜନଗଣନା କରାଯିବ ନାହିଁ।

ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ, ହିମାଚଳପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ବରଫପାତ ହେଉଥିବା ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭ ଜାନୁଆରି ୨୫ରୁ ଫେବୃଆରି ୨୮ ପର୍ଯ୍ୟନ୍ତ ଜନଗଣନା କରାଯିବ।

ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାର ଅଛି।

Notification for the conduct of Phase II of Census 2027 i.e.

Population Enumeration (PE) has been issued for all States and Union Territories, except Manipur.

Notifications for four States including Uttar Pradesh, Goa, Punjab and Uttarakhand along with the Union Territory of… pic.twitter.com/smQ6VOAJOm — Census India 2027 (@CensusIndia2027) October 30, 2026 ଏହାସହ ଘରକୁ ଘର ବୁଲି ଜନଗଣନା ଆରମ୍ଭ ହେବାର ଠିକ୍ ପୂର୍ବରୁ ୨୦୨୭ ଜାନୁଆରି ୧୦ରୁ ଜାନୁଆରି ୨୪ ପର୍ଯ୍ୟନ୍ତ ଲୋକଙ୍କୁ 'ସେଲ୍ଫ ଏନ୍ୟୁମରେସନ୍' ବା ନିଜେ ନିଜର ତଥ୍ୟ ପ୍ରଦାନ କରିବାର ସୁଯୋଗ ମିଳିବ।

ଜନଗଣନାର ପ୍ରଥମ ପର୍ଯ୍ୟାୟକୁ ହାଉସ୍ ଲିଷ୍ଟିଂ ଅପରେସନ୍ କୁହାଯାଉଥିଲା।

ଏଥିରେ କେବଳ ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା।

କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ହେଉଛି ପପୁଲେସନ୍ ଏନ୍ୟୁମରେସନ୍।

ଏଥିରେ ପ୍ରତ୍ୟେକ ପରିବାରକୁ ୪୦ଟି ପ୍ରଶ୍ନ ପଚରାଯିବ।

ଗୋଟିଏ ପରିବାରର ତଥ୍ୟ ସଂଗ୍ରହ କରିବାକୁ ପ୍ରାୟ ୨୦ରୁ ୨୫ ମିନିଟ୍ ସମୟ ଲାଗିବ।

ଜନଗଣନା କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ୭୫୦ରୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ ଦାୟିତ୍ୱ ଦିଆଯିବ।

ଏଥର ଏହି କାମରେ ପ୍ରାୟ ୩୪ ଲକ୍ଷ ଲୋକ ନିୟୋଜିତ ହେବେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ସ୍କୁଲର ଶିକ୍ଷକ ରହିବେ।ପ୍ରଥମ ଥର ପାଇଁ ଘରୋଇ ସ୍କୁଲର ଶିକ୍ଷକ ଏବଂ ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଜନଗଣନାକାରୀ ଭାବେ ନିଯୁକ୍ତ କରିବାକୁ ଅନୁମତି ଦିଆଯାଇଛି।

କେଉଁ କେଉଁ ପ୍ରଶ୍ନ ପଚରାଯିବ?

ଏଥର ଜନଗଣନାରେ ମୋଟ ୪୦ଟି ପ୍ରଶ୍ନ ପଚରାଯିବ।

୨୦୧୧ ଜନଗଣନା ତୁଳନାରେ ଏଥର ୧୩ଟି ନୂଆ ପ୍ରଶ୍ନ ସାମିଲ କରାଯାଇଛି।

୧.

ରୋଜଗାର ସମ୍ପର୍କିତ ପ୍ରଶ୍ନ - ବ୍ୟକ୍ତି ଜଣକ ଗତ ବର୍ଷ କାମ କରିଥିଲେ କି ନାହିଁ। - ତାଙ୍କର ଆର୍ଥିକ କାର୍ଯ୍ୟକଳାପ କ'ଣ? - ସେ କେଉଁ ବୃତ୍ତି, ଶିଳ୍ପ, ବ୍ୟବସାୟ କିମ୍ବା ସେବା ସହ ଜଡ଼ିତ? - ସେ କେଉଁ ଶ୍ରେଣୀର କର୍ମଚାରୀ? - ସେ କୌଣସି ଅଣ-ଆର୍ଥିକ କାର୍ଯ୍ୟରେ ନିୟୋଜିତ କି? - ସେ କାମ ଖୋଜୁଛନ୍ତି କିମ୍ବା କାମ କରିବାକୁ ଉପଲବ୍ଧ ଅଛନ୍ତି କି? - କାର୍ଯ୍ୟସ୍ଥଳକୁ ଯିବାଆସିବା ସମ୍ପର୍କିତ ତଥ୍ୟ।

୨.

ସ୍ଥାନାନ୍ତରଣ ବା ପ୍ରବାସ ସମ୍ପର୍କିତ ପ୍ରଶ୍ନ - ଜନ୍ମସ୍ଥାନ କେଉଁଠି? - ପୂର୍ବରୁ କେଉଁଠି ରହୁଥିଲେ? - ସ୍ଥାନାନ୍ତରଣର କାରଣ କ'ଣ? - ବର୍ତ୍ତମାନର ଗାଁ କିମ୍ବା ସହରରେ କେତେ ଦିନ ହେଲା ରହୁଛନ୍ତି? - ସ୍ଥାୟୀ ଠିକଣା କ'ଣ?

୩.

ମହିଳାଙ୍କ ପାଇଁ ବିଶେଷ ପ୍ରଶ୍ନ ମହିଳାଙ୍କ ସନ୍ତାନଙ୍କ ସଂଖ୍ୟା, ବର୍ତ୍ତମାନ ଜୀବିତ ଥିବା ସନ୍ତାନଙ୍କ ସଂଖ୍ୟା ଏବଂ ଗତ ବର୍ଷ ଜନ୍ମ ହୋଇଥିବା ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।

୪.

ଅନ୍ୟାନ୍ୟ ପ୍ରଶ୍ନ ଏହାବ୍ୟତୀତ ଲୋକଙ୍କୁ ଧର୍ମ, ମାତାପିତାଙ୍କ ଜନ୍ମସ୍ଥାନ, ଜନ୍ମତାରିଖ, ବ୍ୟାଙ୍କ ଖାତା, ଜୀବନସାଥୀଙ୍କ ନାମ, ନାଗରିକତା, ଡିଜିଟାଲ୍ ସାକ୍ଷରତା, ସ୍ଥାୟୀ ଠିକଣା, କୋଭିଡ୍-୧୯ ଟିକାକରଣ, ପାସପୋର୍ଟ ନମ୍ବର, ମୋବାଇଲ୍ ନମ୍ବର, ଆଧାର ନମ୍ବର ଏବଂ ଭୋଟର ପରିଚୟପତ୍ର ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚରାଯିବ।

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)