Landslide: ଜନସାଧାରଣଙ୍କ ସୁରକ୍ଷା, ଜୀବନ ରକ୍ଷା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା।
ଭୂସ୍ଖଳନ ପ୍ରଭାବିତ ପ୍ରତ୍ୟେକଟି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନିଆଯାଉ ଏବଂ ମାଟି ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି।
ବାତ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ ସହ ଆଗାମୀ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରଶାସନର ସମସ୍ତ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହି କାର୍ଯ୍ୟ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Advertisment ରାଜ୍ୟରେ ସମ୍ପ୍ରତି ବାତ୍ୟା 'ଅର୍ଣ୍ଣବ' ପରେ ଘଟିଥିବା ଭୂସ୍ଖଳନ ଜନିତ ସ୍ଥିତି, ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ସମୟରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଆଧିକାରିକ ଓ ସଠିକ୍ ତଥ୍ୟ ଯୋଗାଇ ଦିଆଯାଉ।
ଗଣମାଧ୍ୟମ ଓ ବିଭିନ୍ନ ସୂତ୍ରରୁ ଆସୁଥିବା ତଥ୍ୟ ଓ ଖବରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାଦ୍ୱାରା ଭ୍ରମାତ୍ମକ ଖବରର ନିରାକରଣ ହୋଇପାରିବ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟ ଓ ନିର୍ଭୁଲ ତଥ୍ୟ ପହଞ୍ଚିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ।
Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ ଏହି ସମୀକ୍ଷା ବୈଠକ ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟରେ ରେଳ ବିଭାଗର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି।
କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ପ୍ରଦାନ ସୁନିଶ୍ଚିତ କରାଯାଇଛି।
ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ରେଳବାଇ ସହାୟତାରେ ଚେନ୍ ପୁଲି ସିଷ୍ଟମ୍ ବ୍ୟବହାର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।
ଇଷ୍ଟ କୋଷ୍ଟ ରେଳୱେ ପକ୍ଷରୁ ଏହି ଚେନ୍ ପୁଲି ବ୍ୟବସ୍ଥାକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଯେ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜି.ଉଦୟଗିରି ଭୂସ୍ଖଳନ ସ୍ଥଳରେ ସିଧାସଳଖ କାମ କରିବା ନିମନ୍ତେ ହେଲିକପ୍ଟର ଯୋଗେ ଅତ୍ୟାଧୁନିକ 'ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍' ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ପ୍ରଯୁକ୍ତିରେ ଥିବା ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ମାଧ୍ୟମରେ ମାଟି, ପଙ୍କ କିମ୍ବା ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତକୁ ସହଜରେ ଚିହ୍ନଟ କରାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
