The toothbrush: ଟୁଥ୍‌ବ୍ରସ୍‌ କହିବ ଦାନ୍ତ ସଫା ହୋଇଛି କି ନାହିଁ!

Nov 05, 2026 - 04:17
The toothbrush: ଟୁଥ୍‌ବ୍ରସ୍‌ କହିବ ଦାନ୍ତ ସଫା ହୋଇଛି କି ନାହିଁ!

ଦାନ୍ତ ସଫା କରିବା ପାଇଁ ଏବେ ବଜାରକୁ ଆସିଛି ଏକ ନୂଆ ସ୍ମାର୍ଟ ଟୁଥ୍‌ବ୍ରସ୍‌।

ଚୀନ୍‌ ରେ ସାଓମି ଲଞ୍ଚ କରିଛି 'ମିଜିଆ ଇଲେକ୍ଟ୍ରିକ୍ ଟୁଥ୍‌ବ୍ରସ୍‌ ୨ ପ୍ରୋ'।

ଏହାର ବିଶେଷତ୍ୱ ହେଉଛି, ଆପଣ ଦାନ୍ତ ଘଷିବା ସମୟରେ କେତେ ଭଲ ଭାବେ ସଫା ହେଉଛି, ଏହା ସେକଥା ମଧ୍ୟ ଜଣାଇଦେବ।

ଏହି ଟୁଥ୍‌ବ୍ରସ୍‌ରେ ଏକ ରଙ୍ଗିନ ପରଦା ରହିଛି।

ଏଥିରେ ଦାନ୍ତ ଘଷିବାର ସମୟ ଏବଂ ପାଟିର କେଉଁ ଅଂଶ ସଫା ହୋଇଛି, ତାହା ଦେଖିହେବ।

କୌଣସି ଅଂଶ ସଫା କରିବାକୁ ଭୁଲିଗଲେ ଏହା ସତର୍କ କରାଇବ।

ଏଥିରେ ୪ ମିନିଟ୍‌ର ଦାନ୍ତ ଘଷିବା ସମୟ ରଖାଯାଇଛି।

Advertisment PV Sindhu: ବିଡବ୍‌ଲ୍ୟୁଏଫ୍‌ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ ଏହାର ଆଉ ଏକ ବିଶେଷତ୍ୱ ହେଉଛି ପ୍ରେସର୍‌ ଆଲର୍ଟ।

ଦାନ୍ତ ଘଷିବାବେଳେ ଆପଣ ଅଧିକ କିମ୍ବା କମ୍‌ ଚାପ ପକାଉଥିଲେ ଏହା ସଙ୍କେତ ଦେବ।

ଅଧିକ ଚାପ ପଡ଼ିଲେ ଏହା ନିଜେ କମ୍ପନର ଗତି କମାଇଦେବ।

ଫଳରେ ଦାନ୍ତ ଓ ମାଢ଼ି ଉପରେ ଅଧିକ ଚାପ ପଡ଼ିବନାହିଁ।

କମ୍ପାନି ର ଦାବି ଅନୁସାରେ, ଥରେ ପୂରା ଚାର୍ଜ କଲେ ଏହା ୧୯୦ ଦିନ ପର୍ଯ୍ୟନ୍ତ ଚାଲିବ।

ୟୁଏସ୍‌ବି ଟାଇପ୍‌-ସି ଚାର୍ଜରରେ ଏହାକୁ ଚାର୍ଜ କରିହେବ।

ପୂରା ଚାର୍ଜ ହେବାକୁ ପ୍ରାୟ ୬ ଘଣ୍ଟା ଲାଗିବ।

ଚୀନ୍‌ରେ ଏହାର ଦାମ୍‌ ୨୪୯ ୟୁଆନ୍‌ (ପ୍ରାୟ ୩,୫୦୦ ଟଙ୍କା) ରହିଛି।

ଭାରତରେ ଏହାର ବିକ୍ରି ନେଇ କମ୍ପାନି କିଛି କହିନାହିଁ।

ICICI Life Insurance: ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପେନ୍‌ସନ୍‌ ପ୍ଲାନ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)