Cricket: ୧୭ ବର୍ଷରୁ କମ୍ ମହିଳା କ୍ରିକେଟ୍: ଓଡ଼ିଶା ଦଳରେ ମୟୂରଭଂଜର ଝିଅ ସାମିଲ
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଜାତୀୟ ସ୍ତରୀୟ ୧୭ ବର୍ଷରୁ କମ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇ ମନପ୍ରୀତ ମହାନ୍ତ ମୟୂରଭଂଜ ଜିଲ୍ଳା ରାଇରଙ୍ଗପୁର ମାଟି ପାଇଁ ଗୌରବ ଆଣିଛନ୍ତି। ସାନପଖନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଦଡା ଗ୍ରାମର କୃଷକ ସୁଶାନ୍ତ କୁମାର ମହାନ୍ତ ଓ ମାତା ଜ୍ୟୋତ୍ସ୍ନାରାଣୀ ମହାନ୍ତଙ୍କ ଏକମାତ୍ର ଝିଅ ମନପ୍ରୀତ ରାଇରଙ୍ଗପୁର ଅନ୍ତର୍ଗତ ସାନମୋଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ପାଠପଢ଼ା ସହ କ୍ରୀଡ଼ା ଓ କଳା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ।
କ୍ରିକେଟ ପ୍ରତି ଥିବା ଆଗ୍ରହ ଓ ନିଷ୍ଠା ବଳରେ ମନପ୍ରୀତ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମେ ରାଇରଙ୍ଗପୁରରେ ଅନୁଷ୍ଠିତ ବ୍ଲକସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଚୟନ ହେବା ପରେ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟାରେ କରଞ୍ଜିଆ ଏବଂ ପରବର୍ତ୍ତୀ ସମୟରେ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ ଚୟନରେ ମନୋନୀତ ହୋଇଥିଲେ। ଏହାପରେ ଜମ୍ମୁ କଶ୍ମୀରଠାରେ ହେବାକୁ ଥିବା ଜାତୀୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ପାଇଁ ତାଙ୍କୁ ମନୋନୀତ କରାଯାଇଛି। ରାଜ୍ୟରୁ ମୋଟ ୧୬ ଜଣ ଖେଳାଳି ମନୋନୀତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ସେ ଜଣେ ମିଡିୟମ୍ ପେସ୍ ବୋଲର ଭାବେ ଦଳରେ ସ୍ଥାନ ପାଇଛନ୍ତି।
Cricket: ୬ ଓଭରରେ ୧୧୮ ରନ୍, ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ
ଅଞ୍ଚଳରେ ଖୁସିର ଲହରୀ
ମନପ୍ରୀତଙ୍କ ସଫଳତାକୁ ନେଇ ପରିବାର ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ମନପ୍ରୀତ ଭାରତୀୟ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇ ଦେଶ ଓ ଓଡ଼ିଶାର ଗୌରବ ବଢ଼ାନ୍ତୁ ବୋଲି ତାଙ୍କ ବାପା ଓ ମାଆ ଆଶା ପ୍ରକାଶ କରିଛନ୍ତି। ଏନେଇ ସାନମୋଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କରୁଣାକର ମାଝୀ ତାଙ୍କ କୋଚ୍ ଭାବେ ଉତ୍ସାହିତ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତାଶ୍ରୀ ଗୌଡ଼ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ତାଙ୍କୁ ତାଙ୍କୁ ଉତ୍ସାହିତ କରିଛନ୍ତି।
ଛଉ ନୃତ୍ୟ ଶିଳ୍ପୀ
ସୂଚନାଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ ମନପ୍ରୀତ ରାଷ୍ଟ୍ରପତି ଭବନରେ ପୁରସ୍କୃତ ହୋଇଛନ୍ତି। ସେ ଛତିଶଗଡ଼ରେ ଆୟୋଜିତ ଛଉ ପ୍ରତିଯୋଗିତାରେ ‘ଚାଷୀ ମୂଲିଆ’ ଛଉ ନୃତ୍ୟ ପରିବେଷଣ କରି ସମ୍ମାନିତ ହୋଇଥିଲେ। ସେହିପରି ରାଷ୍ଟ୍ରପତି ଭବନରେ ‘ଗରୁଡ଼ ବାହାନ’ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
