The SIR declaration: ଫର୍ମ-୬ରୁ ଏସ୍‌ଆଇଆର୍‌ ଘୋଷଣାପତ୍ର ଅଲଗା ହେଲା

Nov 06, 2026 - 06:56
The SIR declaration: ଫର୍ମ-୬ରୁ ଏସ୍‌ଆଇଆର୍‌ ଘୋଷଣାପତ୍ର ଅଲଗା ହେଲା

ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିସନରଙ୍କ ଆପତ୍ତି ପରେ ଶେଷରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଅନ୍‌ଲାଇନ୍‌ ଭୋଟର ପଞ୍ଜୀକରଣ ଫର୍ମ -୬ରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସମ୍ପର୍କିତ ଘୋଷଣାପତ୍ରକୁ ସମ୍ପୂର୍ଣ୍ଣ ଅଲଗା କରିଛନ୍ତି।

ଏଣିକି ଏହି ଦୁଇଟି ଦସ୍ତାବିଜ ଅଲଗା ଅଲଗା ଦାଖଲ କରିବାକୁ ପଡ଼ିବ।

ଏଥିପାଇଁ ପୃଥକ୍‌ ଓଟିପି ଓ ଇ-ସ୍ୱାକ୍ଷର ଆବଶ୍ୟକ ହେବ।

ଯେଉଁ ରାଜ୍ୟଗୁଡ଼ିକରେ ଏସ୍‌ଆଇଆର୍‌ ଜାରି ରହିଛି, ସେଠାରେ ଏହି ନିୟମ ଲାଗୁ ହେବ।

Advertisment ଓଡ଼ିଶାର କାର୍ବନ ସଙ୍କଟ ଓ ସମାଧାନ ଚିନ୍ତା ଫର୍ମ-୬ ହେଉଛି ନୂଆ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ଉଦ୍ଦିଷ୍ଟ ବୈଧାନିକ ଆବେଦନପତ୍ର।

ଏହା ସହିତ ଏସ୍‌ଆଇଆର୍‌ ସମ୍ପର୍କିତ ଏକ ଘୋଷଣାପତ୍ର ମଧ୍ୟ ଯୋଡ଼ା ଯାଇଥିଲା।

ଏଥିରେ ଆବେଦନକାରୀଙ୍କ ନାମ କିମ୍ବା ତାଙ୍କ ପିତାମାତା ଅଥବା ଜେଜେବାପା, ଜେଜେମା'ଙ୍କ ନାମ ୨୦୦୦ ମସିହାର ପୂର୍ବବର୍ତ୍ତୀ ସଘନ ସଂଶୋଧନ ସମୟର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ୁଥିଲା।

Achievements: ରୋଟାରି କ୍ଲବ୍‌ ଭୁବନେଶ୍ବରକୁ ପ୍ଲାଟିନମ୍‌ କ୍ଲବ୍‌ ପୁରସ୍କାର ପୂର୍ବରୁ ଅନ୍‌ଲାଇନ୍‌ରେ ଏହି ଦୁଇଟି ଦସ୍ତାବିଜ ଗୋଟିଏ ପ୍ରକ୍ରିୟାରେ ଦାଖଲ ହେଉଥିଲା।

ଗୋଟିଏ ଓଟିପି ଓ ଇ-ସ୍ୱାକ୍ଷର ମାଧ୍ୟମରେ ଉଭୟ କାମ ହୋଇଯାଉଥିଲା।

କିନ୍ତୁ ଏହାଦ୍ୱାରା ଫର୍ମ-୬ରେ ଆଇନଗତ ପରିବର୍ତ୍ତନ କରାଯାଇଥିବା ଭଳି ଧାରଣା ସୃଷ୍ଟି ହେଉଥିବାରୁ ବିବାଦ ଦେଖାଦେଇଥିଲା।

ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଏହି ପରିବର୍ତ୍ତନକୁ ଅନଧିକୃତ ଓ ବେଆଇନ ବୋଲି ଦର୍ଶାଇଥିଲେ।

ନିୟମ ଅନୁଯାୟୀ, ଫର୍ମ-୬ରେ ପରିବର୍ତ୍ତନ କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ରହିଛି ବୋଲି ସେମାନେ ଯୁକ୍ତି ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)