Japan 4-1: ଭାରତ ଷଷ୍ଠ ଥର ବିଜେତା: ଜାପାନକୁ ୪-୧ରେ ହରାଇଲା

Nov 06, 2026 - 06:56
Japan 4-1: ଭାରତ ଷଷ୍ଠ ଥର ବିଜେତା: ଜାପାନକୁ ୪-୧ରେ ହରାଇଲା

ମୋହାଲି: ଭାରତ ପୁଣି ଥରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି।

ନାଟକୀୟ ଫାଇନାଲ୍‌ରେ ଜାପାନକୁ ୪-୧ ଗୋଲ୍‌ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏହି ମୁକୁଟ ପିନ୍ଧିଛି।

ଗୁରୁବାର ଆୟୋଜକ ଭାରତ କିନ୍ତୁ ଜାପାନଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲା।

ଦ୍ବିତୀୟ ମିନିଟ୍‌ରେ ମାତସୁମୋଟୋ କାଜୁମାସା ହଠାତ୍‌ ଏକ ଫିଲ୍‌ଡ ଗୋଲ୍‌ କରି ଜାପାନକୁ ୧-୦ରେ ଅଗ୍ରଣୀ କରିଥିଲେ।

Advertisment ତୃତୀୟ କ୍ବାର୍ଟର ପର୍ଯ୍ୟନ୍ତ ଜାପାନ ଏହି ଅଗ୍ରଣୀ ବଜାୟ ରଖିଥିଲା।

କିନ୍ତୁ ୪୧ତମ ମିନିଟ୍‌ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଏକ ପେନାଲ୍ଟି କର୍ଣ୍ଣରରୁ ଗୋଲ୍‌ ଅମଳ କରି ସ୍ଥିତି ୧-୧ କରି ନେଇଥିଲେ।

ଚତୁର୍ଥ କ୍ବାର୍ଟରରେ ଭାରତୀୟ ଦଳ ଘନ ଘନ ଆକ୍ରମଣ କରି ଜାପାନ ଉପରେ ଚାପ ସୃଷ୍ଟି କରିବା ସହ ଲଗାତାର ୩ ଗୋଲ୍‌ ଲଦି ଦେଇଥିଲା।

୪୭ତମ ମିନିଟ୍‌ରେ ଦିଲପ୍ରୀତ୍‌ ସିଂହ ଭାରତକୁ ୨-୧ରେ ଆଗୁଆ କରିଥିଲେ।

ଏହା ପରେ ଯୁଗରାଜ ସିଂହ (୫୨ତମ ମିନିଟ୍‌) ଓ ବିବେକ ସାଗର ପ୍ରସାଦ (୫୩ତମ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ସ୍ମରଣୀୟ ବିଜୟ ପାଇଥିଲା।

ରୋଚକ କଥା ହେଉଛି ଲିଗ୍‌ ପର୍ଯ୍ୟାୟରେ ବି ଭାରତ ସେହି ୪-୧ ଗୋଲ୍‌ରେ ଜାପାନକୁ ହରାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)