Donald Trump: ଦରକାର ପଡ଼ିଲେ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ: ଟ୍ରମ୍ପ

Nov 06, 2026 - 10:53
Donald Trump: ଦରକାର ପଡ଼ିଲେ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ: ଟ୍ରମ୍ପ

ୱାଶିଂଟନ୍/ତେହେରାନ୍: ଆମେରିକା ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ଏବଂ ଯୁଦ୍ଧକୁ ନେଇ ସାଧାରଣ ନାଗରିକଙ୍କ ଅସନ୍ତୋଷ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଭୟଙ୍କର ସାମରିକ ଚେତାବନୀ ଦେଇଛନ୍ତି।

Advertisment ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନ ବିରୋଧରେ ଆହୁରି କଠୋର ପଦକ୍ଷେପ ନେଇପାରେ।

ମୁଁ ଇରାନର ଅବଶିଷ୍ଟ ଭାଗକୁ ଧ୍ୱଂସ କରିବାକୁ ଚାହୁଁନାହିଁ, କିନ୍ତୁ ଆବଶ୍ୟକ ପଡ଼ିଲେ ମୋତେ ଏହା କରିବାକୁ ପଡ଼ିପାରେ।

ଆପଣମାନେ ଅତି ଶୀଘ୍ର ଏହା ଜାଣିପାରିବେ, ବୋଲି ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ଏହାସହ ଆମେରିକାର ଅନୁମତି ବିନା ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମରେ ଗୋଟିଏ ପାଦ ବି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

ସାମରିକ ବିକଳ୍ପକୁ ଖୋଲା ରଖିଛନ୍ତି ଟ୍ରମ୍ପ ଦୀର୍ଘ ୮ ମାସ ଧରି ଚାଲିଥିବା ଏହି ଯୁଦ୍ଧ ଯୋଗୁଁ ଆମେରିକାରେ ତୈଳ ଦର ଅତ୍ୟାଧିକ ବୃଦ୍ଧି ପାଇଛି, ଯାହା ମିଡଟର୍ମ ନିର୍ବାଚନରେ ଡେମୋକ୍ରାଟ୍ସଙ୍କ ଜୟର ପ୍ରମୁଖ କାରଣ ପାଲଟିଥିଲା।

ତେବେ ରାଜନୈତିକ ଚାପ ସତ୍ତ୍ୱେ ଟ୍ରମ୍ପ ସାମରିକ ବିକଳ୍ପକୁ ଖୋଲା ରଖିଛନ୍ତି।

ଅପରପକ୍ଷରେ, ଇରାନ କାତାର ମାଧ୍ୟମରେ ଆମେରିକାକୁ ଏକ ନୂତନ ପରମାଣୁ ପ୍ରସ୍ତାବ ପଠାଇଛି।

ତେବେ ଆମେରିକା ଉପରୁ ପ୍ରତିବନ୍ଧକ ହଟାଇବା, ବାଜ୍ୟାପ୍ତ ସମ୍ପତ୍ତି ଫେରାଇବା ଏବଂ ଯୁଦ୍ଧ କ୍ଷତିପୂରଣ ଦେବା ଦାବିକୁ ପୂରଣ କଲେ ହିଁ ଶାନ୍ତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ୍ ସ୍ପଷ୍ଟ କରିଦେଇଛି।

ବର୍ତ୍ତମାନ ହୋର୍ମୁଜ୍ ପ୍ରଣାଳୀରେ ତୈଳ ଟ୍ୟାଙ୍କର୍ ଉପରେ ବିସ୍ଫୋରଣ ଏବଂ ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀଙ୍କ ଜାହାଜ ଆକ୍ରମଣ ଯୋଗୁଁ ଯୁଦ୍ଧାଞ୍ଚଳ ଆହୁରି ବ୍ୟାପକ ହେବାରେ ଲାଗିଛି।

ଇରାନ ପଠାଇଥିବା ନୂଆ ପ୍ରସ୍ତାବକୁ ୱାଶିଂଟନ୍ ସମୀକ୍ଷା କରୁଥିବା ବେଳେ, ମଧ୍ୟପ୍ରାଚ୍ୟରେ କୂଟନୈତିକ ଏବଂ ସାମରିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି।

Israel Prime Minister: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗୁଆ ଆଇଜେନକୋଟ୍: ନେତାନ୍ୟାହୁଙ୍କୁ ଧକ୍କା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)