The Lord: ସୁସ୍ଥ ହେଲେ ମହାପ୍ରଭୁ: ଗଜପତିଙ୍କୁ ଖବର ଦେଲେ ଦଇତାପତି, ରାଜପ୍ରସାଦ ବିଜେ ନୀତି
"ପୁରୀ: ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ।
ଦଇତାପତି ସେବକ ରାଜନଅରକୁ ଯାଇ ଗଜପତି ମହାରାଜଙ୍କୁ ମହାପ୍ରଭୁ ସୁସ୍ଥ ହେବାର ଖବର ଜଣାଇଛନ୍ତି।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ଗଜପତିଙ୍କୁ ପ୍ରଦାନ କରିଛନ୍ତି।
ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି।
ସ୍ନାନବେଦିରେ ସ୍ନାନ ପରଠୁ ଜ୍ବରରେ ପଡ଼ିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଅଟକି ରହିଥିଲେ।
ଦଇତା ଓ ପତି ମହାପାତ୍ର ଗୁପ୍ତ ସେବା ଯୋଗାଇ ଦେଇଥିଲେ।
ଫୁଲୁରି ତେଲ, ଦଶମୂଳ ମୋଦକ ଏବଂ ଶୁଦ୍ଧ ସୁଆରଙ୍କ ଓଷ ପରେ ଶ୍ରୀବିଗ୍ରହମାନେ ସୁସ୍ଥ ହୋଇଛନ୍ତି।
ସକାଳ ଧୂପ ପରେ ଭୋଗ ମଣ୍ଡପ ନୀତି ସମ୍ପନ୍ନ ହୋଇ ଜୟବିଜୟ ଦ୍ବାର ବନ୍ଦ ହୋଇଥିଲା।Advertisment Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା ତା" ପରେ ବେହେରଣ ଦ୍ବାର ଖୋଲିଥିଲା।
ଦଇତାପତି ସେବକ ଅଣସର ଘରକୁ ପ୍ରବେଶ କରିଥିଲେ।
ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ଆଚ୍ଛାଦିତ ରୁପା ଥାଳି ଅଣସର ଘରକୁ ନେଇଥିଲେ।
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ଆଦି ସେଥିରେ ରଖିଥିଲେ।
ବେହେରଣ ଦ୍ବାରରେ ଆସ୍ଥାନ ପଢିଆରୀ ପକାଇଥିବା କପଡ଼ା ଉପରେ ଏହି ଥାଳିକୁ ସଜାଇ ରଖିଥିଲେ।
ପରେ ଘଣ୍ଟ, ଛତା, କାହାଳୀ ସହ ଥାଳିଗୁଡ଼ିକୁ ଦଇତା ଓ ପତିମହାପାତ୍ର ସେବକ ଗଜପତି ମହାରାଜଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ଏକ ପଟୁଆରରେ ଯାଇଥିଲେ।
ଶ୍ରୀନଅର ରାଜବାଟୀରେ ପଡ଼ିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ।
ରାଜଗୁରୁଙ୍କ ସହିତ ଗଜପତି ମହାରାଜା ପହଞ୍ଚିବା ପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ।
Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା ଗଜପତି ମହାରାଜା ଦଇତାପତିଙ୍କୁ ଶାଢ଼ି ବନ୍ଧେଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ।
ଦଇତାପତିମାନେ ଶାଢ଼ି ବନ୍ଧାଇବା ପରେ ଦାରୁ ବିଗ୍ରହ ସୁସ୍ଥ ହେବା ଖବର ଜଣାଇଥିଲେ।
ଏଥିସହ ତ୍ରୟୋଦଶୀ ଅବସରରେ ଶ୍ରୀବିଗ୍ରହଙ୍କୁ ଘଣା ଲାଗି କରାଯାଇଛି।
ପହୁଡ଼ ଆଳତି ପରେ ଦଇତାପତି ଘଟାକଟାକୁ ପ୍ରବେଶ କରିଥିଲେ।
ଶ୍ରୀବିଗ୍ରହ ମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।
ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି।
ଶୁଦ୍ଧ ସୁଆରଙ୍କ ବାସଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥିଲେ।
ବିଜେ କାହାଳି ବାଜିବା ପରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିଥିଲା।
ଚତୁର୍ଦ୍ଦଶୀରେ ଚକା ଅପସାରଣ ଏବଂ ୧୪ ତାରିଖରେ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।