War: ଆମେରିକାର ବଡ଼ଧରଣର ଆକ୍ରମଣ: ଇରାନର ୧୪୦ ସାମରିକ ଘାଟି ଧ୍ବଂସ, ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ

Jul 13, 2026 - 04:39
War: ଆମେରିକାର ବଡ଼ଧରଣର ଆକ୍ରମଣ: ଇରାନର ୧୪୦ ସାମରିକ ଘାଟି ଧ୍ବଂସ, ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ

"ତେହେରାନ: ଆଜି ସକାଳେ ଇରାନ ଉପରେ ସବୁଠାରୁ ବଡ଼ଧରଣର ସାମରିକ ଆକ୍ରମଣ କରିଛି ଆମେରିକା।

ଇରାନର ପ୍ରାୟ ୧୪୦ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ଭୀଷଣ ଏୟାରଷ୍ଟ୍ରାଇକ୍‌ କରାଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ହର୍ମୁଜ ପ୍ରଣାଳୀରେ ସାଇପ୍ରସ୍‌ର ଏକ ପତାକାଧାରୀ ବାଣିଜ୍ୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆମେରିକାର ଆକ୍ରମଣ ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ଘନଘନ ମିସାଇଲ୍‌ ଓ ଡ୍ରୋନ୍‌ ମାଡ଼ କରିବାରୁ ସମଗ୍ର ଅଞ୍ଚଳରେ ଯୁଦ୍ଧ ସ୍ଥିତି ଗମ୍ଭୀର ହୋଇପଡ଼ିଛି।Advertisment Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଆମେରିକା ସାମରିକ ବାହିନୀର ସେଣ୍ଟ୍ରାଲ୍‌ କମାଣ୍ଡ (ସେଣ୍ଟକମ୍) ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ଅଭିଯାନରେ ଇରାନର ୧୪୦ଟି ସାମରିକ ଘାଟିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଛି।

ଏଥିମଧ୍ୟରେ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଲଞ୍ଚ ସାଇଟ୍, ଗୋଳାବାରୁଦ ଗୋଦାମ, ଯୋଗାଯୋଗ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ  ରହିଛି।

ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସୋସିଆଲ୍‌ ମିଡିଆରେ ଇରାନକୁ ଚେତାବନୀ ଦେଇ ଲେଖିଛନ୍ତି, "ଇରାନ ଏକ ଭୁଲ ନିଷ୍ପତ୍ତି ନେଇଥିଲା, ଏବେ ଏହାର ପରିଣାମ ଭୋଗୁଛି"।

ବିଶେଷ କରି ଇରାନର ଉପକୂଳବର୍ତ୍ତୀ ବନ୍ଦର ସହର ଅବାସ, ସିରିକ ସମେତ ହର୍ମୁଜ ପ୍ରଣାଳୀ ଆଖପାଖ ଅଞ୍ଚଳକୁ ଆମେରିକା ଟାର୍ଗେଟ୍‌ କରିଛି।

ପଶ୍ଚିମ ଏସିଆରେ ଯୁଦ୍ଧ ସଂକଟ ଚରମରେ୫ ଗଲ୍‌ଫ ରାଷ୍ଟ୍ର ଉପରେ ତେହେରାନର ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ ଆମେରିକାର ଏହି ବଡ଼ଧରଣର ଆକ୍ରମଣ ପରେ ଇରାନ ପକ୍ଷରୁ ମଧ୍ୟ ଭୟଙ୍କର ପ୍ରତିଆକ୍ରମଣ କରାଯାଇଛି।

ଇରାନ ସେନା ପକ୍ଷରୁ ହାହାରିନ, କତର, କୁଏତ, ଜୋର୍ଡାନ ଓ ଓମାନକୁ ଟାର୍ଗେଟ୍‌ କରି ବହୁ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରାଯାଇଛି।

ଆକ୍ରମଣ ପରେ କତର ଓ ଓମାନରେ ଜରୁରିକାଳୀନ ସାଇରନ୍‌ ବାଜି ଉଠିଥିଲା।

କତର ସାମରିକ ବାହିନୀ ପକ୍ଷରୁ କୁହାଯାଇଛି, ସେମାନେ ନିଜର ଏୟାର ଡିଫେନ୍ସ ଜରିଆରେ ଇରାନର ମିସାଇଲ୍‌କୁ ଆକାଶରେ ହିଁ ଅଟକାଇବାରେ ସକ୍ଷମ ହୋଇଛନ୍ତି।

ସେହିପରି ଆମେରିକା ନୌସେନାର ପଞ୍ଚମ ବାହିନୀର ମୁଖ୍ୟାଳୟ ଥିବା ବାହାରିନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।

ଇରାନର ଆ‌କ୍ରମଣରେ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।

Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା ଗତ ଫେବ୍ରୁଆରି ୨୮ ତାରିଖରୁ ଆରମ୍ଭ ହୋଇଥିବା ଆମେରିକା-ଇରାନ ଯୁଦ୍ଧକୁ ରୋକିବା ପାଇଁ ହେଉଥିବା ସମସ୍ତ ପ୍ରୟାସ ଏବେ ବିଫଳ ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତିର ଅନ୍ତ ଘଟିଛି ବୋଲି ସୂଚନା ଦେବା ପରଠାରୁ ଆକ୍ରମଣ ଦିନକୁ ଦିନ ଜୋର୍‌ଦାର ହେଉଛି।

ଇରାନର ନୂତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନି ମଧ୍ୟ ନିଜ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସର୍ବସାଧାରଣରେ ଶପଥ ନେଇଛନ୍ତି।

ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଓ ଗ୍ୟାସ୍‌ ପରିବହନ ହେଉଥିବାରୁ ଏହି ଯୁଦ୍ଧ ଯୋଗୁଁ ଆଗାମୀ ଦିନରେ ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।