Welcome!

Unlock your personalized experience.
Sign Up

Environment Panchayat: ଖାଇବା ବିଳମ୍ବରୁ ସ୍ବାମୀର ନୃଶଂସ କାଣ୍ଡ: ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା

Jul 13, 2026 - 07:15
Environment Panchayat: ଖାଇବା ବିଳମ୍ବରୁ ସ୍ବାମୀର ନୃଶଂସ କାଣ୍ଡ: ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା

ରାଉରକେଲା: ଖାଇବା ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ନିଶାସକ୍ତ ସ୍ବାମୀ। ପତ୍ନୀଙ୍କୁ ଭଙ୍ଗା ଟାଇଲ୍‌ରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ (୩୨)। ଗତକାଲି ରାତି ପ୍ରାୟ ୧୧ଟାରେ ରଘୁନାଥପାଲି ଥାନା ଅନ୍ତର୍ଗତ ନେତାଜୀନଗର ପାହାଡ଼ ଉପରବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ସଞ୍ଜୟ ବିଲୁଙ୍ଗ (୩୯) ନିକଟସ୍ଥ ହସ୍ପିଟାଲରେ ରାତିସାରା ଲୁଚି ବସିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୁଲିସ ସଞ୍ଜୟକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଇଲ୍‌କୁ ଜବତ କରିିଛି। 

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସିମ୍‌ଡେଗା ରେଙ୍ଗାରି ଗ୍ରାମର ସଞ୍ଜୟ ବିଲୁଙ୍ଗ ଛତିଶଗଡ଼ର ସୁନିତା ବିଲୁଙ୍ଗଙ୍କୁ ବିବାହ କରିଥିଲେ। ପ୍ରାୟ ୧୨ ବର୍ଷ ଧରି ଉଭୟ ରାଉରକେଲା ନେତାଜୀନଗର ପାହାଡ଼ ଉପରେ ଘର କରି ରହୁଥିଲେ। ସୁନିତା ଦିନ ମଜୁରିଆ ଭାବେ କାମ କରୁଥିଲେ। ସଞ୍ଜୟ ରାଉରକେଲା ଶିଳ୍ପାଞ୍ଚଳରେ ଟ୍ରକ୍‌ ଲୋଡିଂ ଓ ଅନ୍‌ଲୋଡିଂ କାମ କରନ୍ତି। ପ୍ରତିଦିନ ରାତିରେ ସଞ୍ଜୟ ନିଶାସେବନ କରି ଘରକୁ ଫେରି ପତ୍ନୀଙ୍କୁ ମାଡ଼ପିଟ କରୁଥିଲେ। ଦୁଇ ଝିଅ ହେବା ପରେ ମଧ୍ୟ ନିଶାକୁ ନେଇ ଉଭୟଙ୍କ ମଧ୍ୟରେ କଳି ହେଉଥିଲା। ଗତକାଲି ଶନିବାର ଥିବାରୁ ପତ୍ନୀ ସୁନିତା ଏକକାଳୀନ ୬ ଦିନର ପାରିଶ୍ରମିକ ପାଇଥିଲେ। ପାଖରେ ଟଙ୍କା ନ ଥିବାରୁ ସଞ୍ଜୟ ଗତକାଲି ସନ୍ଧ୍ୟାରେ ମଦ ପିଇବା ପାଇଁ ସୁନିତାଙ୍କୁ ଟଙ୍କା ମାଗିଥିଲା। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ସହ ମାଡ଼ପିଟ ହୋଇଥିଲା। ରାଗରେ ସଞ୍ଜୟ ଘରକୁ ନ ଯାଇ ମାର୍କେଟ୍‌କୁ ଫେରି ଆସିଥିଲା ଏବଂ ରାତିରେ ମଦପିଇ ଘରକୁ ଫେରିବା ସହ ସୁନିତାଙ୍କୁ ଖାଇବାକୁ ମାଗିଥିଲା।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

ସୁନିତା ଖାଇବାକୁ ଦେବାରେ ବିଳମ୍ବ ହେବାରୁ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରେ ପଡ଼ିଥିବା ଏକ ଭଙ୍ଗା ଟାଇଲ୍‌ରେ ସୁନିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ସୁନିତା ବେହୋସ ହୋଇ ପଡ଼ିଯିବା ପରେ ସଞ୍ଜୟ ଟାଇଲ୍‌ରେ ଛେଚି ହତ୍ୟା କରିଥିଲା। ପରେ ଘରୁ ଯାଇ ନିକଟସ୍ଥ ହସ୍ପିଟାଲ୍‌ ପାଖରେ ରାତିସାରା ଲୁଚି ବସିଥିଲା। ଦୁଇଝିଅ ଅନ୍ୟ ଘରେ ଜେଜେ ମା’ଙ୍କ ପାଖରେ ଶୋଇଥିବାରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିପାରିନଥିଲେ। ଆଜି ସକାଳେ ଦୁଇ ଝିଅ ଓ ସଞ୍ଜୟର ମା’ ସୁନିତାର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀ ସ୍ବାମୀକୁ ଧରି ଥାନାକୁ ଆଣିଥିଲା। ପରିବାରର ପରାମର୍ଶ ଅନୁଯାୟୀ ୬ ବର୍ଷ ଓ ସାଢ଼େ ୩ ବର୍ଷର ଦୁଇ ଝିଅଙ୍କୁ ସିଡବ୍ଲ୍ୟୁସି ଜରିଆରେ ଚାଇଲ୍‌ଡ ଲାଇନ୍‌ରେ ରଖାଯିବ ବୋଲି ପୁଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।