National highway: ଜାତୀୟ ରାଜପଥରେ ୫ ଦୁର୍ଘଟଣା: ୩ ମୃତ, ୩ ଗୁରୁତର

Jul 13, 2026 - 07:55
National highway: ଜାତୀୟ ରାଜପଥରେ ୫ ଦୁର୍ଘଟଣା: ୩ ମୃତ, ୩ ଗୁରୁତର

"ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ଏକାଧିକ ସଡ଼କ ଦୁର୍ଘଟଣା ଘଟିଛି।

ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଯାଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।

ଜୟଦେବବିହାର ଓଭରବ୍ରିଜ୍‌ ଉପରେ ଘଟଇଥିବା ଦୁର୍ଘଟଣାରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ସୌମ୍ୟକାନ୍ତ ମାନାଙ୍କର ମୃତ୍ୟୁ ଘଟିଛି।

ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲ୍‌ରେ ନର୍ସିଂ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।

ସେହିଭଳି ତମାଣ୍ଡୋ ଥାନା ଅନ୍ତର୍ଗତ ହ୍ୟୁଣ୍ଡାଇ ସୋ ରୁମ୍‌ ସମ୍ମୁଖରେ ରାସ୍ତା ପାରି ହେଉଥିବା ଜିତେନ୍ଦ୍ର କୁମାର ଦେହୁରୀଙ୍କୁ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଉଭୟଙ୍କ ଶବ ବ୍ୟବଚ୍ଛେଦ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ହେବା ପରେ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।Advertisment Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଖବର ଅନୁସାରେ, ଗତକାଲି ରାତି ପ୍ରାୟ ୧ଟାରେ ସୌମ୍ୟକାନ୍ତ ଓ ତାଙ୍କ ସାଙ୍ଗ ଜ୍ୟୋତିରଂଜନ ସାହୁ ରସୁଲଗଡ଼ ଅଭିମୁଖେ ଯାଉଥିଲେ।

ଏହି ସମୟରେ ଏକ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଫଳରେ ଉଭୟ ଗାଡ଼ିରୁ ଛିଟ୍‌କି ପଡ଼ିଥିଲେ।

ଉଭୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା।

ମାତ୍ର ମୁଣ୍ଡରେ ମାଡ଼ ହେବା ସହିତ ପ୍ରଚୁର ରକ୍ତସ୍ରାବ କାରଣରୁ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ସାଙ୍ଗ ଜ୍ୟୋତିରଂଜନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଜଣା ଗାଡ଼ିକୁ ଧରିବାକୁ ଉଦ୍ୟମ ଚଳାଇଛି।ସେହିଭଳି ରାତି ପ୍ରାୟ ୨ଟା ସମୟରେ ତମାଣ୍ଡୋ ହ୍ୟୁଣ୍ଡାଇ ସୋ ରୁମ୍ ସାମ୍ନାରେ ଜିତେନ୍ଦ୍ର ଦେହୁରୀ ରାସ୍ତା ପାରି ହେଉଥିଲେ।

ଏହି ସମୟରେ ଭୁବନେଶ୍ୱର-ଖୋରଧା ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ।

ଏହାପରେ ଅନ୍ୟ ଏକ ଗାଡ଼ି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଗୁରୁତର ଅବସ୍ଥାରେ ତମାଣ୍ଡୋ ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି ଡିଏନ୍ ରିଗାଲିଆ ଓଭରବ୍ରିଜ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି।

ଗୋଟିଏ ମାଲବାହୀ ଟ୍ରକ୍ ଓ ମାଛ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଆଗ ପଛ ହୋଇ ଖୋରଧାରୁ ଭୁବନେଶ୍ୱର ଆଡ଼କୁ ଯାଉଥିଲେ।

ଡିଏନ୍ ରିଗାଲିଆ ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଏକ ଗାଇ ପିକଅପ୍ ଭ୍ୟାନ୍ ଆଗକୁ ପଶି ଆସିଥିଲା।

ଫଳରେ ପିକ୍‌ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ପିକ୍‌ଅପ୍ ଭ୍ୟାନର କ୍ୟାବିନ୍ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଚାଳକ ଆହତ ହୋଇଛନ୍ତି।

ଅନ୍ୟପଟରେ ମଦନପୁର ଛକ ନିକଟରେ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ମେଡିଆନ୍‌ରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍‌ଚାଳକଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ ଗଛରେ ପିଟି ହୋଇ ଯୁବକଙ୍କ ମୃତ୍ୟୁଦ୍ରୁତଗତିରେ ଗାଡ଼ି ଚଳାଇବା କାଳ ହେଲା।

ଭାରସାମ୍ୟ ହରାଇ ଗଛରେ ପିଟି ହେବା ଯୋଗୁଁ ନିରାକାରପୁର ଥାନା ଅନ୍ତର୍ଗତ ଆରଡ଼ି ଗାଁର ମାନସ ବଳିୟାରସିଂହଙ୍କର ମୃତ୍ୟୁ ଘଟିଛି।।

ମାନସ ଇନ୍‌ଫୋଭ୍ୟାଲି ସ୍ଥିତ ରାଧାଚରଣପୁର ଶିଳ୍ପାଞ୍ଚଳରେ ଜଣେ ଷ୍ଟିଲ୍ ମିସ୍ତ୍ରି ଭାବେ କାର୍ଯ୍ୟରତ।

ଆଜି ସନ୍ଧ୍ୟାରେ ସେ କାମ ସାରି ବାଇକ୍‌ ଯୋଗେ ଆରଡ଼ି ଗାଁ ଅଭିମୁଖେ ଯାଉଥିଲେ।

ତଳଖେତା ଛକରୁ କାଶୀପୁର ଆଡ଼କୁ ଯାଉଥିବା ସମୟରେ ସେ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟିଦେଇଥିଲେ।

ଇନ୍‌ଫୋଭ୍ୟାଲି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରିଥିଲା।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।