Tennis: ସିଏସ୍‌୭ ଟେନିସ୍‌: ସୂୟାଶଙ୍କୁ ଦ୍ବିମୁକୁଟ

Nov 07, 2026 - 12:14
Tennis: ସିଏସ୍‌୭ ଟେନିସ୍‌: ସୂୟାଶଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ କମ୍ପ୍ଲେକ୍ସଠାରେ ଖୋରଧା ଜିଲ୍ଲା ଟେନିସ ସଂଘ (କେଡିଟିଏ) ଆନୁକୂଲ୍ୟରେ ଆୟୋଜିତ ୧୬ ବର୍ଷରୁ କମ୍‌ ବାଳକ ଆଇଟା-ଓଟିଏ ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌୭) ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶାର ସୂୟାଶ ପଟ୍ଟନାୟକ ଦ୍ବିମୁକୁଟ ହାସଲ କରିଛନ୍ତି।

ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଉଭୟ ଏକକ ଓ ଯୁଗଳରେ ବିଜେତା ହୋଇ ରାଜ୍ୟ ପାଇଁ ଗର୍ବ ଓ ‌ଗୌରବ ଆଣିଛନ୍ତି।

ଏକକ ଫାଇନାଲ୍‌ରେ ସେ ସିଧାସଳଖ ୬-୦, ୬-୦ ସେଟ୍‌ରେ ପଶ୍ଚିମବଙ୍ଗର ସାଇରାହଶ ଝାଙ୍କୁ ପରାସ୍ତ କରିଥିଲେ।

Advertisment ଯୁଗଳ ଫାଇନାଲ୍‌ରେ ସୂୟାଶ ଓ ତାଙ୍କ ଝାଡ଼ଖଣ୍ଡ ସାଥୀ ସଫଳ ଆଗମନ ୬-୩, ୫-୭, ୧୦-୮ରେ ପଶ୍ଚିମବଙ୍ଗ ଯୋଡ଼ି ରିୟାନ ଚାଟାର୍ଜୀ ଓ ବିଶାଳ ହଲଦାରଙ୍କୁ ହରାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ, କେଡିଟିଏ ସମ୍ପାଦକ ଅସିତ ପ୍ରଧାନ, ପ୍ରତିଯୋଗିତା ନି‌ର୍ଦେଶକ ରାଜେଶ କାନୁନ୍‌ଗୋ, ରେଫରି ଯତୀନ ବତ୍ସ୍ୟ ଓ ପ୍ରବନ୍ଧକ ପ୍ରକାଶ ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ସହ ପଶ୍ଚିମବଙ୍ଗ, ଆସାମ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

IND vs NZ ODI: ୱେଲିଂଟନ୍‌ରେ ଗର୍ଜିପାରିଲାନି ନ୍ୟୁଜିଲାଣ୍ଡର ବ୍ୟାଟ୍‌, ଧରାଶାୟୀ କଲେ ଭାରତୀୟ ବୋଲର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)