Diwali: ଦୀପାବଳି: ଉତ୍ତର-ଦକ୍ଷିଣ ଭାରତରେ କଣ ରହିଛି ପରମ୍ପରା

Nov 07, 2026 - 12:14
Diwali: ଦୀପାବଳି: ଉତ୍ତର-ଦକ୍ଷିଣ ଭାରତରେ କଣ ରହିଛି ପରମ୍ପରା

ଦୀପାବଳି କେବଳ ଦୀପ ଜାଳିବା, ବାଣ ଫୁଟାଇବା କିମ୍ବା ମିଠା ବାଣ୍ଟିବାର ପର୍ବ ନୁହେଁ।

ଏହା ଭାରତୀୟ ସଂସ୍କୃତି, ଧାର୍ମିକ ବିଶ୍ୱାସ, ଐତିହାସିକ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପ୍ରତୀକ।

ଅନ୍ଧକାର ଉପରେ ଆଲୋକର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟକୁ ଏହି ପର୍ବ ପ୍ରତିପାଦନ କରେ।

ହଜାର ହଜାର ବର୍ଷ ଧରି ଭାରତୀୟ ସମାଜରେ ପାଳିତ ହୋଇଆସୁଥିବା ଏହି ପର୍ବର ଇତିହାସ ଯେତିକି ରୋଚକ, ଏହା ସହ ଜଡ଼ିତ କିମ୍ବଦନ୍ତୀ ଓ ପରମ୍ପରା ମଧ୍ୟ ସେତିକି ଗଭୀର।

Advertisment ଦୀପାବଳିର ଇତିହାସକୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ମତ ନାହିଁ।

ଉତ୍ତର ଭାରତରେ ଏହି ପର୍ବକୁ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସହ ଯୋଡ଼ାଯାଏ।

ପୌରାଣିକ କଥା ଅନୁଯାୟୀ, ୧୪ ବର୍ଷର ବନବାସ ଶେଷ କରି ରାବଣକୁ ପରାସ୍ତ କରି ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ।

ତାଙ୍କ ସ୍ୱାଗତ ପାଇଁ ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜାଳି ସମଗ୍ର ନଗରୀକୁ ଆଲୋକିତ କରିଥିଲେ।

ଏହି ପରମ୍ପରା ପରବର୍ତ୍ତୀ ସମୟରେ ଦୀପାବଳିର ଏକ ପ୍ରମୁଖ ଧାର୍ମିକ ଆଧାର ହୋଇଥିଲା।

ତେବେ ଦୀପାବଳିର ଇତିହାସ କେବଳ ରାମାୟଣର ଏହି କାହାଣୀ ମଧ୍ୟରେ ସୀମିତ ନୁହେଁ।

ମୂଳ ଅର୍ଥ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଦକ୍ଷିଣ ଭାରତରେ ଦୀପାବଳିର ଅନ୍ୟ ଏକ ପୌରାଣିକ ମହତ୍ତ୍ୱ ରହିଛି।

ଏଠାରେ ଏହି ପର୍ବକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ନରକାସୁର ବଧର ସ୍ମୃତିରେ ପାଳନ କରାଯାଏ।

ପୌରାଣିକ କଥା ଅନୁସାରେ, ନରକାସୁର ନାମକ ଅସୁର ନିଜ ଅତ୍ୟାଚାରରେ ଦେବତା ଓ ସାଧାରଣ ଲୋକଙ୍କୁ ଅତିଷ୍ଠ କରିଦେଇଥିଲା।

ସେ ଅନେକ ନାରୀଙ୍କୁ ବନ୍ଦୀ କରି ରଖିଥିଲା।

ଶେଷରେ ଭଗବାନ ଶ୍ରୀକୃଷ୍ଣ ତାକୁ ବଧ କରି ବନ୍ଦୀ ନାରୀମାନଙ୍କୁ ମୁକ୍ତ କରିଥିଲେ।

ଏହି ବିଜୟକୁ ନରକ ଚତୁର୍ଦ୍ଦଶୀ ଭାବେ ସ୍ମରଣ କରାଯାଏ।

ଏହି କାହାଣୀ ମଧ୍ୟ ଦୀପାବଳିର ମୂଳ ଭାବନା ଅର୍ଥାତ୍ ଅନ୍ୟାୟ ଓ ଅତ୍ୟାଚାର ଉପରେ ନ୍ୟାୟର ବିଜୟକୁ ପ୍ରକାଶ କରେ।

ପ୍ରାଚୀନ ଗ୍ରନ୍ଥରେ ଦୀପାବଳି ଦୀପାବଳିର ଇତିହାସ ଖୋଜିବାକୁ ଗଲେ ପ୍ରାଚୀନ ଭାରତୀୟ ସାହିତ୍ୟ ଓ ଐତିହାସିକ ଦଲିଲରେ ଏହାର ଅନେକ ସୂଚନା ମିଳେ।

ସଂସ୍କୃତର 'ଦୀପାବଳି' ଶବ୍ଦଟି 'ଦୀପ' ଓ 'ଆବଳି' ଶବ୍ଦରୁ ଆସିଛି।

ଏହାର ଅର୍ଥ ହେଉଛି ଦୀପମାଳା ବା ଆଲୋକର ଧାଡ଼ି।

ଐତିହାସିକ ଗବେଷଣା ଅନୁସାରେ, ବାତ୍ସ୍ୟାୟନଙ୍କ 'କାମସୂତ୍ର'ରେ 'ଯକ୍ଷରାତ୍ରି' ନାମକ ଏକ ଉତ୍ସବର ଉଲ୍ଲେଖ ରହିଛି, ଯାହାକୁ କେତେକ ଗବେଷକ ଦୀପାବଳିର ପ୍ରାଚୀନ ପରମ୍ପରା ସହ ଯୋଡ଼ିଛନ୍ତି।

ସପ୍ତମ ଶତାବ୍ଦୀର ରାଜା ହର୍ଷଙ୍କ ନାଟକ 'ନାଗାନନ୍ଦ'ରେ ମଧ୍ୟ ଦୀପୋତ୍ସବ ସମ୍ପର୍କରେ ଉଲ୍ଲେଖ ମିଳେ।

ଏହା ସହ ଦଶମ ଶତାବ୍ଦୀର ଜୈନ ଗ୍ରନ୍ଥ 'ଯଶସ୍ତିଳକ ଚମ୍ପୁ'ରେ ଦୀପାବଳି ସମୟରେ ଆଲୋକସଜ୍ଜା ଓ ଉତ୍ସବ ପାଳନର ବର୍ଣ୍ଣନା ରହିଛି।

ଏଥିରୁ ଜଣାପଡ଼େ ଯେ ଏହି ପର୍ବର ପରମ୍ପରା ବହୁ ପ୍ରାଚୀନ।

Diwali: ଦୀପାବଳି ପୂର୍ବରୁ ସାଂଘାତିକ ପ୍ରଦୂଷଣ: ଦିଲ୍ଲୀ-ଏନ୍‌ସିଆର୍‌ରେ 'ଗ୍ରାପ୍-୩' ଲାଗୁ ଅନ୍ୟ ଧର୍ମରେ ମଧ୍ୟ ରହିଛି ମହତ୍ତ୍ୱ ଦୀପାବଳି କେବଳ ହିନ୍ଦୁ ଧର୍ମର ପର୍ବ ନୁହେଁ।

ଜୈନ, ଶିଖ ଏବଂ କେତେକ ବୌଦ୍ଧ ସମ୍ପ୍ରଦାୟ ମଧ୍ୟ ଏହାକୁ ନିଜ ନିଜ ଧାର୍ମିକ ଧର୍ମରେ ଅନୁଯାୟୀ ପାଳନ କରନ୍ତି।

ଜୈନ ଧର୍ମରେ ଭଗବାନ ମହାବୀରଙ୍କ ନିର୍ବାଣ ପ୍ରାପ୍ତି ଦିବସ ଭାବେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି।

ଅନ୍ୟପକ୍ଷରେ ଶିଖ ସମ୍ପ୍ରଦାୟ ଏହି ଦିନକୁ 'ବନ୍ଦୀ ଛୋଡ଼ ଦିବସ' ଭାବେ ପାଳନ କରନ୍ତି।

ଶିଖ ଇତିହାସ ଅନୁଯାୟୀ, ଷଷ୍ଠ ଶିଖ ଗୁରୁ ହରଗୋବିନ୍ଦ ସାହିବ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ବନ୍ଦୀଶାଳାରୁ ମୁକ୍ତ ହୋଇଥିବା ଘଟଣାକୁ ଏହି ଦିନ ସ୍ମରଣ କରାଯାଏ।

ଏହିପରି ଭାବେ ଭିନ୍ନ ଧର୍ମରେ ଦୀପାବଳିର ଭିନ୍ନ ଭିନ୍ନ ଧାର୍ମିକ ଓ ଐତିହାସିକ ଆଧାର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)