Iran US Conflict: ଭୌଗୋଳିକ ସୀମା ବାହାରେ ବି ହେବ ସାମରିକ ଆକ୍ରମଣ: ଆମେରିକାକୁ ଇରାନର କଡ଼ା ଚେତାବନୀ

Nov 07, 2026 - 12:30
Iran US Conflict: ଭୌଗୋଳିକ ସୀମା ବାହାରେ ବି ହେବ ସାମରିକ ଆକ୍ରମଣ: ଆମେରିକାକୁ ଇରାନର କଡ଼ା ଚେତାବନୀ

ତେହେରାନ୍/ୱାଶିଂଟନ୍: ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହେରାନ୍ ପକ୍ଷରୁ ୱାଶିଂଟନକୁ ଅତି କଠୋର ଚେତାବନୀ ଦିଆଯାଇଛି।

ଇରାନର ସର୍ବୋଚ୍ଚ ନେତା ସେୟଦ ମୋଜତାବା ଖାମେନେଇଙ୍କ ଆଦେଶ ପାଇବା କ୍ଷଣି ଇରାନୀୟ ସେନା ବିନା କୌଣସି ଭୌଗୋଳିକ ସୀମାରେ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ତତ୍କାଳ ବିନାଶକାରୀ ଆକ୍ରମଣ କରିବ ବୋଲି ଶନିବାର ଇରାନୀ ସେନା ସ୍ପଷ୍ଟ କରିଛି।

Advertisment ଇରାନ ସେନାର ପ୍ରବକ୍ତା ମହମ୍ମଦ ଅକ୍ରାମିନିଆ ଦେଇଥିବା ସୂଚନା ଅନୁଯାୟୀ, ଗତ ଫେବୃଆରୀ ମାସରେ ଯୁଦ୍ଧ ଆରମ୍ଭ ହେବା ସମୟ ତୁଳନାରେ ଇରାନୀ ସଶସ୍ତ୍ର ବାହିନୀ ବର୍ତ୍ତମାନ ଆହୁରି ଅଧିକ ଶକ୍ତିଶାଳୀ, ସଂଗଠିତ ଏବଂ ଉଚ୍ଚ ସତର୍କତାରେ ରହିଛି।

ଯଦି ଆମେରିକା ନିଜର ଆକ୍ରମଣ ଜାରି ରଖେ, ତେବେ ମଧ୍ୟପ୍ରାଚ୍ୟ କେବଳ ନୁହେଁ, ବରଂ ଆଞ୍ଚଳିକ ସୀମା ବାହାରେ ଥିବା ଆମେରିକାର ପ୍ରତ୍ୟେକ ସାମରିକ ଘାଟି ଓ ସମ୍ପତ୍ତିକୁ ଇରାନ ନିଜର ଟାର୍ଗେଟ୍ ଲିଷ୍ଟରେ ସାମିଲ କରିସାରିଛି।

ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ସାଧାରଣ ଜାହାଜ ଚଳାଚଳ ପାଇଁ ଖୋଲାଯିବ ନାହିଁ ଏହା ସହିତ ଇରାନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତେହେରାନର ୭ଟି ସର୍ତ୍ତକୁ ଟ୍ରମ୍ପ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ନକରିବା ପର୍ଯ୍ୟନ୍ତ ବୈଶ୍ୱିକ ଇନ୍ଧନ ମାର୍ଗ ''ହୋର୍ମୁଜ୍ ପ୍ରଣାଳୀ''କୁ ସାଧାରଣ ଜାହାଜ ଚଳାଚଳ ପାଇଁ ଖୋଲାଯିବ ନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲକଡ୍ ଆଣ୍ଡ୍ ଲୋଡେଡ୍ ଧମକ ଏବଂ କେଶମ ଦ୍ୱୀପରେ ନିକଟରେ ହୋଇଥିବା ବୋମାବର୍ଷା ପରେ ଇରାନର ଏହି ''ଭୌଗୋଳିକ ସୀମାହୀନ'' ଆକ୍ରମଣ ଚେତାବନୀ ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷକୁ ଆହୁରି ଭୟାନକ ସ୍ଥିତିକୁ ନେଇଯାଇଛି।

Netanyahu: ନିର୍ବାଚନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ ନେତାନ୍ୟାହୁ: ଅଟକାଇଲା ଆମେରିକା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)