Police Raid: ଭୁବନରେ ବେଆଇନ ବାଣ ଦୋକାନ ଉପରେ ପୁଲିସ ଚଢ଼ାଉ: ୩୩ ପ୍ରକାର ବାଣ ଜବତ; ୪ ଗିରଫ

Nov 07, 2026 - 10:22
Police Raid: ଭୁବନରେ ବେଆଇନ ବାଣ ଦୋକାନ ଉପରେ ପୁଲିସ ଚଢ଼ାଉ: ୩୩ ପ୍ରକାର ବାଣ ଜବତ; ୪ ଗିରଫ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ବେଆଇନ ବାଣ ଗଚ୍ଛିତ ରଖି ବ୍ୟବସାୟ କରୁଥିବା ଲୋକଙ୍କ ବିରୋଧରେ ପୁଲିସର ଚଢ଼ାଉ ଜୋରଦାର ହୋଇଛି।

ଅନଳ ଓ ମୃଦଙ୍ଗା ନୂଆହାଟ ଅଞ୍ଚଳରେ ଦୁଇଟି ପୃଥକ ଚଢ଼ାଉ ରେ ୩୩ ପ୍ରକାରର ବିଭିନ୍ନ ବାଣ ଜବତ ହୋଇଥିବାବେଳେ ୪ ଜଣଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଛି।

Advertisment ପୁଲିସ ସୂଚନା ଅନୁଯାୟୀ, ଗତ ୬ ତାରିଖ ଅପରାହ୍ନରେ ଭୁବନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ଅଜୟ କୁମାର ସାମଲଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ଉପରେ ଯାଞ୍ଚ ଆରମ୍ଭ କରିଥିଲା।

ପ୍ରଥମେ ଅନାଳ ଅଞ୍ଚଳର ଏକ ଦୋକାନରେ ଚଢ଼ାଉ କରି ଘନଶ୍ୟାମ ସେଠୀଙ୍କ ପୁଅ ଦୀପୁନା ସେଠୀ (୩୮), ହମ୍ବିରା ସାହୁଙ୍କ ପୁଅ କାଳନ୍ଦୀ ଚରଣ ସାହୁ (୪୩) ଓ ଭୀମସେନ ବେହେରାଙ୍କ ପୁଅ ଅଜୟ କୁମାର ବେହେରା (୩୫)ଙ୍କୁ ଥାନାକୁ ଅଣାଯାଇଥିଲା।

ଉକ୍ତ ଦୋକାନରୁ ୨୧ ପ୍ରକାରର ବାଣ ଜବତ ହୋଇଥିଲା।

ଏଥିରେ ଗ୍ରୀନ୍ ୱୁଲ୍ ବମ୍, ପାରଟ୍ ବମ୍, ଝରଝରି, ରକେଟ୍, ଟପ୍ ଟାଇଗର, ବ୍ଲାକ୍ କ୍ୟାଟ୍, ତାଳ ଫୋଟକା, ସନଫୁଟକା, ଲଙ୍କା ବମ୍ ଓ ପେପର ବମ୍ ଆଦି ରହିଥିଲା।

ଏହି ଘଟଣାରେ କେସ୍ ନଂ ୪୯୮/୨୦୨୬ରେ ମାମଲା ରୁଜୁ ହୋଇଛି।

ପୃଥକ ମାମଲା ରୁଜୁ ହୋଇଛି ସେହିଦିନ ସନ୍ଧ୍ୟାରେ ମୃଦଙ୍ଗା ନୂଆହାଟ ଅଞ୍ଚଳର ଅନ୍ୟ ଏକ ଦୋକାନରେ ମଧ୍ୟ ପୁଲିସ ଚଢ଼ାଉ କରିଥିଲା।

ସେଠାରୁ ମହୁଲପାଳ ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ପ୍ରଫୁଲ୍ଲ ସାହୁ (୫୪)ଙ୍କ ଦୋକାନରୁ ୧୨ ପ୍ରକାରର ବାଣ ଜବତ କରାଯାଇଥିଲା।

ଜବତ ବାଣ ମଧ୍ୟରେ ୩୦୦ଟି ତାଳ ଫୋଟକା, ୫୩ ପ୍ୟାକେଟ୍ ତାଜ୍ ଲଙ୍କା ବାଣ, ୯୦ଟି ପ୍ରବଳ ଚକୋଲେଟ୍ ବମ୍, ୧୦୦ଟି ସନଫୁଟକା, କୃଷ୍ଣଛାପ ବମ୍, ବ୍ଲାକ୍ କ୍ୟାଟ୍ ଚକୋଲେଟ୍ ବମ୍ ଓ ଅନ୍ୟାନ୍ୟ ବାଣ ରହିଛି।

ଏହି ଘଟଣାରେ କେସ୍ ନଂ ୪୯୯/୨୦୨୬ରେ ପୃଥକ ମାମଲା ରୁଜୁ ହୋଇଛି।

ଚାରି ଜଣଙ୍କୁ ଗିରଫ ପରେ ବ୍ୟକ୍ତିଗତ ମୁଚଳିକାରେ ଛଡା ଯାଇଛି ବୋଲି ଥାନାଧିକାରୀ ରେଣୁବାଳା ସାହୁଙ୍କ ସୂତ୍ରରୁ ଜଣାପଡିଛି।

ପୁଲିସ ରିପୋର୍ଟ ଅନୁଯାୟୀ, ଉଭୟ ଦୋକାନରେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ପାଇଁ ଆବଶ୍ୟକ ଲାଇସେନ୍ସ କିମ୍ବା ଅନୁମତିପତ୍ର ଦେଖାଇବାରେ ସମ୍ପୃକ୍ତ ବ୍ୟକ୍ତିମାନେ ବିଫଳ ହୋଇଥିଲେ।

ଓଡ଼ିଶା ଫାୟାରୱାର୍କସ୍ ଆଣ୍ଡ ଲାଉଡ୍ ସ୍ପିକର ଆଇନ ଏବଂ ବିଏନ୍‌ଏସ୍‌ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।

ଉଭୟ ଘଟଣାର ତଦନ୍ତ ଏଏସ୍‌ଆଇ ଅଜୟ କୁମାର ସାମଲ କରୁଛନ୍ତି।

ପୁଲିସର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ପର୍ବପର୍ବାଣି ସମୟରେ ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖି ବିକ୍ରି କରିବା ଦ୍ୱାରା ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଲିସର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Kalinga Ghati: ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ସ୍ୱାଭାବିକ ହେଲା ଯାତାୟତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)