Welcome!

Unlock your personalized experience.
Sign Up

Temple Roof Collapse: ହଠାତ ହନୁମାନ ମନ୍ଦିରର ଖସି ପଡିଲା ଛାତ: ୭ ମୃତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୩୦-୪୦ ଶ୍ରଦ୍ଧାଳୁ

Jun 20, 2026 - 18:41
Temple Roof Collapse: ହଠାତ ହନୁମାନ ମନ୍ଦିରର ଖସି ପଡିଲା ଛାତ: ୭ ମୃତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୩୦-୪୦ ଶ୍ରଦ୍ଧାଳୁ

ମୁମ୍ବାଇ,୨୦।୬:  ମହାରାଷ୍ଟ୍ରର ପରଭାନୀ ଯଶୱାଡି ଗାଁରେ ବଡ଼ ଧରଣର ଦୁର୍ଘଟଣା। ଏଠାର ପ୍ରସିଦ୍ଧ ହନୁମାନ ମନ୍ଦିରରେ ଥିବାର ସଭା ମଣ୍ଡପର ପିଲାର ଏବଂ ଛାତ ହଠାତ ଭୁଶୁଡି ପଡିଥିଲା। ଦୁର୍ଘଟଣାରେ ବର୍ତ୍ତମାନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ମନ୍ଦିର ପରିସରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସ୍ତାନୀୟ ପ୍ରଶାସନ ଏବଂ ଗାଁ ଲୋକେ ଭଗ୍ନାବଶେଷ ତଳୁ ଫଶି ରହିଥିବା ଲୋକଙ୍କୁ ବାହାର କରି ଯୁଦ୍ଧସ୍ତରରେ ରେସକ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି। ଶନିବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତରଙ୍କ ପ୍ରବଳ ଭିଡ ଥିଲା।

ଉଦ୍ଧାର ହୋଇଥିବା ବହୁ ଶ୍ରଦ୍ଧାଳୁ ଏବେ ଗୁରୁତର ଅବସ୍ଥାରେ ଥିବା ନେଇ ଜଣାପଡିଛି। ଯାହାଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାରେ। ଆହତଙ୍କ ସଂଖ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଫଶି ରହିଥିବା ଲୋକଙ୍କୁ ତୁରନ୍ତ ବାହାରି କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ପହଁଞ୍ଚାଇବା କାମ ଜାରି ରହିଛି। ଘଟଣାସ୍ଥଳରୁ ଯେଉଁ ଫଟୋ ଏବଂ ଭିଡିଓ ସାମନାକୁ ଆସୁଛି, ତା ଅନୁସାରେ, ମନ୍ଦିରର ସଭା ମଣ୍ଡପ ନିର୍ମାଣଧୀନ ଅବସ୍ଥାରେ ଥିଲା।

ପ୍ରଶାସନ ପୁରା ଅଞ୍ଚଳରୁ ଘେରାବନ୍ଦୀ କରି ଉଦ୍ଧାର କାର୍ଯ୍ୟ ଦ୍ରୁତ କରିଛି। ଶନିବାର ହୋଇଥିବାରୁ ମନ୍ଦିରକୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ। ସେଠାରେ ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ମଣ୍ଡପ ସଭାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ ଭୁଶୁଡି ପଡିଥିଲା ଛାତ।