Welcome!

Unlock your personalized experience.
Sign Up

Dhanush and Mrunal Thakur : ଧନୁଷ ଏବଂ ମୃଣାଳଙ୍କ ସମ୍ପର୍କରେ ଫାଟ ? ଡେଟିଂ ଗୁଜବ ପରେ ବ୍ରେକଅପ୍ ଚର୍ଚ୍ଚା

Jun 20, 2026 - 18:41
Dhanush and Mrunal Thakur : ଧନୁଷ ଏବଂ ମୃଣାଳଙ୍କ ସମ୍ପର୍କରେ ଫାଟ ? ଡେଟିଂ ଗୁଜବ ପରେ ବ୍ରେକଅପ୍ ଚର୍ଚ୍ଚା

ମୁମ୍ବାଇ,୨୦/୬ : ସାଉଥ୍ ଅଭିନେତା ଧନୁଷ ଏବଂ ଅଭିନେତ୍ରୀ ମୃଣାଳ ଠାକୁର ବହୁ ଦିନ ଧରି ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେମାନେ ପରସ୍ପରକୁ ଡେଟ୍ କରୁଥିବା ଖବର ରହିଛି । କିନ୍ତୁ, ଏହି ଗୁଜବକୁ କେହି ସୁନିଶ୍ଚିତ କରିନାହାଁନ୍ତି । ବର୍ତ୍ତମାନ ରିପୋର୍ଟ ଅନୁସାରେ, ଉଭୟ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ ହେବା ପୂର୍ବରୁ ଶେଷ କରି ଦେଇଛନ୍ତି । 

ଏକ ରିପୋର୍ଟ ଅନୁସାରେ, ଧନୁଷ ଏବଂ ମୃଣାଳ ଠାକୁର ସେମାନଙ୍କ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମାସ ମାସର କଳ୍ପନାଜଳ୍ପନା ପରେ ଏବେ ଖବର ଆସିଛି ଯେ ଦୁହେଁ ଅଲଗା ହୋଇଯାଇଛନ୍ତି। ମାତ୍ର ସେମାନଙ୍କର କଥିତ ବ୍ରେକଅପର ପ୍ରକୃତ କାରଣ ଅଜଣା ରହିଛି । ସେମାନଙ୍କ ମଧ୍ୟରୁ କେହି ଏହି ଖବରକୁ କନଫର୍ମ କରିନାହାଁନ୍ତି ।

ଏହି ଦୁଇ ଷ୍ଟାର୍ସଙ୍କ ବିଷୟରେ ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଧନୁଷ ଅଜୟ ଦେବଗନଙ୍କ ସହ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ "ସନ୍ ଅଫ୍ ସରଦାର ୨"ର ପ୍ରିମିୟରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଧନୁଷ ଏବଂ ମୃଣାଳ ପରସ୍ପରକୁ ଭେଟୁଥିବା ଦେଖାଯାଇଥିଲା। ଏହାପରେ ଫ୍ୟାନ୍ସଙ୍କ ମଧ୍ୟରେ ସେମାନଙ୍କ କଥିତ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା ​​ଏବଂ ଦୁହେଁ ଚର୍ଚ୍ଚାରେ ସ୍ଥାନ ପାଇଥିଲେ। ମୃଣାଳ ପୂର୍ବରୁ ଧନୁଷଙ୍କ ସହିତ ଡେଟିଂ ଗୁଜବକୁ ଖାରଜ କରି ଦେଇଥିଲେ ଏବଂ ତାଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ।