18 JUNE 2026

Welcome!

Unlock your personalized experience.
Sign Up

Textbook printing error : ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

Jun 18, 2026 - 15:05
Textbook printing error : ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ଭୁବନେଶ୍ବର, ୧୮/୦୬ : ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଘଟଣା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ ହେଲା କମିଟି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପ-ସଚିବ ଶ୍ରୀମତୀ ସ୍ମିତା ପାଣି ଏହାର ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣ ଜନିତ ତ୍ରୁଟିର ତଦନ୍ତ କରି ଏହା କେଉଁ ସ୍ତରରେ ହୋଇଛି ଏବଂ କେଉଁ ଅଧିକାରୀ ବା ସଂସ୍ଥାମାନେ ଦାୟୀ ତାହା ନିର୍ଣ୍ଣୟ କରିବେ। ସାତ ଦିନ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ରିପୋର୍ଟ ପ୍ରଦାନ କରିବେ।

ସୂଚନାଯୋଗ୍ୟ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ପିଲାମାନଙ୍କ ପାଠ ପଢାରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏହା ଉପରେ କଡା ଆଭିମୁଖ୍ୟ ପ୍ରକାଶ କରି ଗତକାଲି ଏ ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ଗୁଡିକୁ ତୁରନ୍ତ ସୁଧାରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢନ୍ତୁ-ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ; ତିନି ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Ananta Narayan Jena | ବହିରେ ଭୁଲ୍ କେମିତି ହେଲା,ଓଡ଼ିଆ ସ୍କୁଲର ମାନ ହ୍ରାସ ହେଉଛି..ତୁରନ୍ତ କାର୍ଯ୍ୟନୁଷ୍ଠାନ