Welcome!

Unlock your personalized experience.
Sign Up

Rohit Sharma: ବୟସ୍କ ଖେଳାଳି ଭାବେ ଏହି ରେକର୍ଡ ନିଜ ନାମରେ କଲେ ରୋହିତ

Jun 21, 2026 - 06:18
Rohit Sharma: ବୟସ୍କ ଖେଳାଳି ଭାବେ ଏହି ରେକର୍ଡ ନିଜ ନାମରେ କଲେ ରୋହିତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜକୁ ଜିତି ନେଇଛି ଭାରତ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି ଭାରତ । ଅନ୍ତିମ ଦିନିକିଆ ଭାରତ ୯ ଓ୍ବିକେଟରେ ଜିତି ନେଇଥିବାବେଳେ ଗର୍ଜିଛି ଅଭିଜ୍ଞ ରୋହିତ ଶର୍ମାଙ୍କ ବ୍ୟାଟ୍ । ରୋହିତ ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତେବେ ଏହି ଅର୍ଦ୍ଧଶତକ ହାସଲ କରିବା ସଙ୍ଗେ ତାଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଛି ।

୨୧୯ ରନକୁ ଭାରତ ପିଛା କରୁଥିବାବେଳେ ରୋହିତ ଶର୍ମା ୬୯ ବଲରୁ ୭୯ ରନ କରିଛନ୍ତି । ଯେଉଁଥିରେ ୯ ଚୌକା ଏବଂ ୩ ଛକା ରହିଛି । ତେବେ ଏହି ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଭାରତର ସବୁଠାରୁ ବୟସ୍କ ଖେଳାଳିଭାବେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ସେ ୩୯ ବର୍ଷ ୫୧ ଦିନରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ପୂର୍ବରୁ ଏହି ରେକର୍ଡ ପୂର୍ବତନ କ୍ରିକେଟର ଅମରନାଥଙ୍କ ନାମରେ ରହିଥିଲା । ସେ ୩୯ ବର୍ଷ ୨୨ ଦିନରେ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହି ଦୁଇ ଖେଳାଳିଙ୍କୁ ଛାଡ଼ିଦେଲେ ବାକି କୌଣସି ଖେଳାଳି ୩୮ ବର୍ଷ ପରେ ଅର୍ଦ୍ଧଶତକ ହାସଲ କରିନାହାନ୍ତି । ଏକଦିବସୀୟ କ୍ରିକେଟରେ ଏହି ରେକର୍ଡ ଏବେ ରୋହିତ ନିଜ ନାମରେ କରିଛନ୍ତି ।

ଏହି ମ୍ୟାଚ୍ ସମୟରେ ରୋହିତ ଶର୍ମା ଭାରତୀୟ କ୍ରିକେଟ ଇତିହାସରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହୋଇ ଏହି ତାଲିକାରେ ବୀରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ଶର୍ମା ଏବେ ଓପନର ଭାବରେ ୧୬,୧୩୭ ଆନ୍ତର୍ଜାତୀୟ ରନ କରିଛନ୍ତି। ଏହି ସମୟରେ ବୀରେନ୍ଦ୍ର ସେହୱାଗ ଓପନର ଭାବରେ ୧୬,୧୧୯ ରନ କରିଛନ୍ତି, ସେହୱାଗଙ୍କ ତୁଳନାରେ ୧୪ ଟି ଇନିଂସ କମ ଖେଳିଛନ୍ତି।

ଏହାସହ ପଢ଼ନ୍ତୁ : Yashasvi Jaiswal: ଶତକ ମାରି ବିରାଟ-ଗିଲଙ୍କୁ ପଛରେ ପକାଇଲେ ଜୟସ୍ବାଲ