Temple premises: ଖଣ୍ଡଯୁଦ୍ଧରେ ମନ୍ଦିର ପରିସର ଥରହର: ଆଇସିୟୁରେ୫, ୧୦ରୁ ଅଧିକ ଗାଡ଼ି ଚୂର୍ମାର
ଖଣ୍ଡଗିରି: ପ୍ରାୟ ୪୦ବର୍ଷର ବିବାଦ ଆଜି ଆଉ ଥରେ ଉଗ୍ରରୂପ ନେଲା।
ଶ୍ରୀ ନୀଳକଣ୍ଠେଶ୍ବର ମନ୍ଦିର ପରିଚାଳନାକୁ ନେଇ ପୁଣି ବଡ଼ରଘୁନାଥପୁର ଓ ମଦନପୁର ଗ୍ରାମବାସୀମାନେ ମୁହାଁମୁହିଁ ହେଲେ।
ମହାକାର୍ତ୍ତିକ ମାସର ପ୍ରଥମ ଦିନ ପୁଣି ପ୍ରଥମ ସୋମବାରରେ ଶ୍ରୀ ନୀଳକଣ୍ଠେଶ୍ବର ମନ୍ଦିର ପରିସର ଖଣ୍ଡଯୁଦ୍ଧରେ ଥରହର ହେଲା।
ରକ୍ତରଞ୍ଜିତ ହେଲା ଗୋହିରା-ଛତାବର ରାସ୍ତା।
ଉଭୟ ପକ୍ଷରୁ ୨୦ରୁ ଆହତ ହୋଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ୫ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଇନ୍ଫୋଭ୍ୟାଲି ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ୨ଟି ମାମଲା ରୁଜୁ କରାଯାଇଛି ଏବଂ ଉତ୍ତେଜନା ବଢ଼ିବା ଆଶଙ୍କାରେ କମିସନରେଟ୍ ପୁଲିସ ପକ୍ଷରୁ ବଡ଼ରଘୁନାଥପୁର ବଜାର ଓ ମନ୍ଦିର ସମ୍ମୁଖରେ ୨ପ୍ଲାଟୁନ୍ ପୁଲିସ ବଳ ମୁତୟନ କରାଯାଇଛି।
ସେହିଭଳି ଉତ୍ତେଜନା ହ୍ରାସ କରିବା ଲାଗି ପୁଲିସ ଉଭୟ ଗାଁର ମୁରବିମାନଙ୍କୁ ଥାନାକୁ ଡାକି ଆପୋସ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି।
Advertisment National Lawn Bowls: ଜାତୀୟ ଲନ୍ବଲ୍ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ଆଜି ଗଣ୍ଡଗୋଳର ସୂତ୍ରପାତ କେଉଁ ପରିସ୍ଥିତିରେ ଓ କିଭଳି ଆରମ୍ଭ ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ କାର୍ତ୍ତିକ ସୋମବାର ବେଢ଼ା ପରିକ୍ରମାକୁ ନେଇ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
ଦୁଇ ଦିନ ପୂର୍ବେ ମନ୍ଦିର ପାଚେରି ନିର୍ମାଣକୁ ନେଇ ଦୁଇ ଗାଁର ଲୋକେ ମୁହାଁମୁହିଁ ହୋଇଥିଲେ।
କିନ୍ତୁ ସେମାନେ ହାତାହାତି ହେବା ପୂର୍ବରୁ ଇନ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ପଛକୁ ହଟାଇଥିଲା।
କିନ୍ତୁ ସେହି ଘଟଣାପରଠୁ ଚାପା ଉତ୍ତେଜନା ଲାଗିରହିଥିଲା ଏବଂ ଉଭୟ ପକ୍ଷ ଛକାପଞ୍ଝା ହୋଇ ରହିଥିଲେ।
ଆଜି ମଧ୍ୟାହ୍ନରେ ଶ୍ରୀ ନୀଳକଣ୍ଠେଶ୍ବର ଦେବଙ୍କ ଚଳନ୍ତି ବିଗ୍ରହକୁ ବେଢ଼ା ପରିକ୍ରମା କରାଇବାକୁ ପୂଜକ ପ୍ରସ୍ତୁତି ଚଳାଇଥିଲେ।
ପୁଣି ବଡ଼ରଘୁନାଥପୁର-ମଦନପୁର ମୁହାଁମୁହିଁ ଠେଙ୍ଗା ଓ ଢେଲାମାଡ଼ରେ ୨୦ରୁ ଅଧିକ ଆହତ ଆଇସିୟୁରେ ୫ ୧୦ରୁ ଅଧିକ ଗାଡ଼ି ଚୂର୍ମାର ଏତିକିବେଳେ ପ୍ରଚାର ହୋଇଗଲା ଯେ ବଡ଼ରଘୁନାଥପୁର ଗ୍ରାମବାସୀମାନେ ବେଢ଼ା ପରିକ୍ରମାରେ ରାଧାକୃଷ୍ଣଙ୍କ ନୂଆ ବିଗ୍ରହ ସାମିଲ କରାଇଛନ୍ତି।
ଖବର ପାଇ ମଦନପୁର ଗାଁର କିଛି ଯୁବକ ମନ୍ଦିରରେ ପହଞ୍ଚି ବେଢ଼ା ପରିକ୍ରମାରେ ନୂଆ ବିଗ୍ରହ ସାମିଲ କରିବା କଥାକୁ ବିରୋଧ କଲେ।
ଏହି କଥାରୁ ଆରମ୍ଭ ହେଲା ହାତାହାତି।
ମନ୍ଦିର ବେଢ଼ାରେ ଚାଲିଲା ବାଡ଼ିଆପିଟା।
ଏହାଦେଖି ମନ୍ଦିରକୁ ଯାଇଥିବା ଶ୍ରଦ୍ଧାଳୁମାନେ ପ୍ରାଣବିକଳରେ ବାହାରକୁ ଦୌଡ଼ିଲେ।
ମନ୍ଦିର ପ୍ରାଙ୍ଗଣରେ ପିଟାପିଟି ହୋଇ ଉଭୟ ପକ୍ଷର ଲୋକେ ସମ୍ମୁଖ ରାସ୍ତାକୁ ଚାଲିଆସିଲେ।
ମାତ୍ର କିଛି ମିନିଟ୍ ମଧ୍ୟରେ ଦୁଇ ଗାଁର ଶତାଧିକ ଲୋକେ ଗଣ୍ଡଗୋଳରେ ଯୋଡ଼ିହୋଇଗଲେ।
ଠେଙ୍ଗା ପାହାରରେ ଉଭୟ ପକ୍ଷରୁ କିଛି କିଛି ରକ୍ତାକ୍ତ ହେବା ପରେ ଚାଲିଲା ଢେଲା,ପଥର ମାଡ଼।
ଫଳରେ ଗୋହିରା-ଛତାବର ରାସ୍ତା ପାଲଟିଗଲା ରଣକ୍ଷେତ୍ର।
ନିକଟସ୍ଥ ଇଂଜିନିୟରିଂ କଲେଜ ଛକ ବଜାର ଦୋକନୀମାନେ ସଟର ପକାଇ ପଳାଇଲେ।
ଉତ୍ତ୍ୟକ୍ତ ଲୋକେ ମନ୍ଦିର ନିକଟରେ ଥିବା ଗାଡ଼ିଗୁଡ଼ିକୁ ବାଡ଼େଇ ଭାଙ୍ଗି ପକାଇଥିଲେ।
ପ୍ରାୟ ୧୦ଟି ବାଇକ୍ ଚୂର୍ମାର ହୋଇଯାଇଥିଲା।
ଇନ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଖଣ୍ଡଯୁଦ୍ଧକୁ ନିୟନ୍ତ୍ରଣ କରିପାରିନଥିଲା।
ଜୋନ୍-୩ ଏସିପି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ତମାଣ୍ଡୋ ଓ ଖଣ୍ଡଗିରି ଥାନା ପୁଲିସ ଓ ୨ ପ୍ଲାଟୁନ୍ ଫୋର୍ସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
Tribal worker: ରାମ୍କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ ମନ୍ଦିର ପରିଚାଳନାକୁ ନେଇ ଦୁଇ ଗାଁ ଭିତରେ ଲାଗିରହିଥିବା ବିବାଦ ବହୁ ପୁରୁଣା।
ପ୍ରାୟ ୪୦ ବର୍ଷ ପୂର୍ବେ ଏମିତି ଏକ ଖଣ୍ଡଯୁଦ୍ଧ ଘଟିଥିଲା ଏବଂ ଉଭୟ ପକ୍ଷରୁ ୧୨ଜଣ ଗୁରୁତର ହୋଇଥିଲେ।
ଏହାପରେ ମାମଲା କୋର୍ଟକୁ ଯାଇଥିଲେ ହେଁ ମିଳିତ ଭାବେ ଦୁଇ ଗାଁର ଲୋକେ ମନ୍ଦିର ପରିଚାଳନା ବୁଝୁଥିଲେ।
ଆଉ କୌଣସି ଗଣ୍ଡଗୋଳ ହୋଇନଥିଲା।
କିନ୍ତୁ ମନ୍ଦିର ନିକଟରେ ନୂଆ ଦୋଳମେଳଣ କରିବାକୁ ବଡ଼ରଘୁନାଥପୁର ଗାଁ ଲୋକେ ଗତବର୍ଷ ପ୍ରସ୍ତାବ ଆଣିବା ପରେ ପୁଣି ପୁରୁଣା ବିବାଦ ମୁଣ୍ଡ ଟେକିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
