Corporation meeting today: କର୍ପୋରେସନ୍‌ ବୈଠକ ଆଜି: ଅଟକିଛି ପରିମଳ, ବିଜୁଳି ଟେଣ୍ଡର ଘେରିବେ କର୍ପୋରେଟର୍‌

Oct 27, 2026 - 05:59
Corporation meeting today: କର୍ପୋରେସନ୍‌ ବୈଠକ ଆଜି: ଅଟକିଛି ପରିମଳ, ବିଜୁଳି ଟେଣ୍ଡର ଘେରିବେ କର୍ପୋରେଟର୍‌

ଭୁବନେଶ୍ବର: ବର୍ଷେ ହେଲାଣି ରାସ୍ତା ସଫେଇ ଟେଣ୍ଡର ନଗର ଉନ୍ନୟନ ବିଭାଗକୁ ମଞ୍ଜୁରି ପାଇ ଯାଇଛି ଯେ ଫେରୁନି।

ସେହିପରି ଷ୍ଟ୍ରିଟ୍‌ ଲାଇଟ୍‌, ବାୟୋମାଇନିଂ ଟେଣ୍ଡର ଫାଇଲ୍‌ ବି ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗରେ ପଡ଼ିଛି।

ଏହାକୁ ନେଇ କର୍ପୋରେଟରମାନେ ମେଳି ବାନ୍ଧିଛନ୍ତି। ‌ଅକ୍ଟୋବର ୨୭ ମଙ୍ଗଳବାର କର୍ପୋରେସନ୍‌ ବୈଠକରେ କର୍ପୋରେଟରମାନେ ଏହାକୁ ନେଇ ହଙ୍ଗାମା କରିପାରନ୍ତି।

କକ୍ଷ ତ୍ୟାଗ କରି ବାହାରେ ଧାରଣାରେ ବସିବେ ବୋଲି ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳିଛି।

ଏପରିକି ମେୟର ଓ କମିସନରଙ୍କୁ ବି ଘେରିବେ ବୋଲି ଶୁଣିବାକୁ ମିଳୁଛି।

ଆଜି ବି ଏହାର ଏକ ପୂର୍ବ ପ୍ରସ୍ତୁତି ବୈଠକ ଗୁପ୍ତରେ ଅନୁଷ୍ଠିତ ହୋଇଯାଇଛି।

ଯେଉଁଥିରେ ବିଜେଡି କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ।

ମେୟରଙ୍କୁ ବି ଏ ନେଇ କର୍ପୋରେଟରମାନେ ଚେତାବନୀ ଦେଇଛନ୍ତି।

କର୍ପୋ‌ରେଟରମାନେ ଅଭିଯୋଗ କରିଛନ୍ତି, ରାଜଧାନୀର ପରିମଳ, ଆଲୋକୀକରଣ ହେଉଛି ଆମର ମୌଳିକ କାମ।

କିନ୍ତୁ ଟେଣ୍ଡରକୁ ମଞ୍ଜୁରି ମିଳୁ ନଥିବାରୁ ସବୁ ୱାର୍ଡରେ ପରିମଳ ସ୍ଥିତି ବିଗିଡ଼ିଲାଣି।

Advertisment କୁଢ଼ କୁଢ଼ ଆବର୍ଜନା ଚାରିଆଡ଼େ ଗଦା ହୋଇଛି।

ଲୋକେ ଆମକୁ ପଚାରୁଛନ୍ତି।

ପୁରୁଣା ଏଜେନ୍ସିଙ୍କ ଅବଧି ସଂପ୍ରସାରଣ କରି ସଫେଇ କାମ ଚାଲିଛି। ‌ଗତବର୍ଷ ସେପ୍ଟେମ୍ବରରୁ କର୍ପୋରେସନ୍‌ ନୂଆ ଟେଣ୍ଡରକୁ ମଞ୍ଜୁରି ଦେଇ ନଗର ଉନ୍ନୟନ ବିଭାଗକୁ ପଠାଗଲାଣି।

କିନ୍ତୁ ଏଠି ରାଜଧାନୀ ପରିମଳ ଅପେକ୍ଷା ରାଜନୀତି ଅଧିକ ଚାଲିଛି।

ସେପଟେ ରାଜଧାନୀରେ ଚାରିଆଡ଼ ଅନ୍ଧାର।

ବର୍ଷ ବର୍ଷ ହେଲାଣି ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ଅବସ୍ଥାରେ ରହିଛି।

ସାହି ଗଳିକନ୍ଦି କଥା ନକହିବା ଭଲ।

ଏହାର ଟେଣ୍ଡର ବି ୬ ମାସ ତଳୁ କର୍ପୋରେସନ୍‌ ମଞ୍ଜୁରି ସହ ନଗର ଉନ୍ନୟନ ବିଭାଗକୁ ଗଲାଣି।

କିନ୍ତୁ ନଗର ଉନ୍ନୟନ ବିଭାଗ ଏହାକୁ ଝୁଲାଇ ରଖିଛି।

ବାୟୋମାଇନିଂ ଟେଣ୍ଡର ଅବସ୍ଥା ବି ସମାନ।

ଯେଉଁ ଫାଇଲ୍‌ ଗଲେ, ନଗର ଉନ୍ନୟନ ବିଭାଗରୁ ଫେରୁନି।

ପୂର୍ବରୁ ଏକାଧିକ କର୍ପୋରେସନ୍‌ ବୈଠକରେ ଏ ପ୍ରସଙ୍ଗ ଉଠାଇ ସାରିଛୁ, କିନ୍ତୁ କେବଳ ମିଛ ଆଶ୍ବାସନା ମିଳିଛି।

ଏଥର କର୍ପୋରେସନ୍‌ ବୈଠକରେ ହିଁ କଥା ଫଇସଲା କରିବାକୁ ବିଜେଡି କର୍ପୋରେଟର୍‌ମାନେ ଏକାଠି ହେଉଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)