Techie Kills Live-in Partner: ହତ୍ୟା ପରେ ରାତିସାରା ମୃତଦେହ ପାଖରେ ଜଗି ରହିଲା, ସକାଳେ ନିଜେ ପୋଲିସକୁ ଡାକିଲା

Nov 24, 2026 - 15:31
Techie Kills Live-in Partner: ହତ୍ୟା ପରେ ରାତିସାରା ମୃତଦେହ ପାଖରେ ଜଗି ରହିଲା, ସକାଳେ ନିଜେ ପୋଲିସକୁ ଡାକିଲା

ସାମାନ୍ୟ ଝଗଡ଼ା ନେଲା ଉଗ୍ର ରୂପ।

ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ବସି ରହିଲା ପ୍ରେମିକ।

ଆଉ ସକାଳ ହେବା ପରେ ନିଜେ ପୋଲିସକୁ ଫୋନ୍ କରି ଆମ୍ବୁଲାନ୍ସ ପଠାଇବାକୁ କହିଲା।

ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ପୁନେରେ।

Advertisment ମୃତ ଯୁବତୀଙ୍କ ନାଁ କୋମଲ ଡାହାଲେ।

ସେ ୱାର୍ଦ୍ଧା ଜିଲ୍ଲାର ବାସିନ୍ଦା ଥିବା ବେଳେ ଅଭିଯୁକ୍ତ ପ୍ରେମିକ ଶୁଭମ କାଲବାଣ୍ଡେ ବୁଲଢାଣା ଜିଲ୍ଲାର ବୋଲି ଜଣାପଡ଼ିଛି।

ଉଭୟ ପେଶାରେ ସଫ୍ଟୱେର ଇଞ୍ଜିନିୟର ଥିଲେ।

ଶୁଭମ ଇନ୍‌ଫୋସିସ୍‌ରେ କାମ କରୁଥିବା ବେଳେ କୋମଲ ୱିପ୍ରୋରେ ଚାକିରି କରୁଥିଲେ।

ପେଶାଗତ ପରିଚୟରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ପୋଲିସର ସୂଚନା ଅନୁସାରେ, ଉଭୟ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ।

ଗତ ୨ରୁ ୩ ବର୍ଷ ହେବ ଲିଭ୍‌-ଇନ୍‌ରେ ରହୁଥିଲେ।

ଏପରିକି ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ ବିବାହ ପାଇଁ ସମ୍ମତି ଦେଇଥିଲେ।

Advertisment ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଶୁଭମଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା କୋମଲ ସନ୍ଦେହ କରୁଥିଲେ।

ଏହି କାରଣରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।

ଘଟଣା ଦିନ ରବିବାର ରାତିରେ ଉଭୟ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ।

ସେଠାରୁ ଫେରିବା ପରେ କୋମଲ ରହୁଥିବା ରୁମ୍‌ରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା।

ରାତି ପ୍ରାୟ ୧୨ଟା ୩୦ରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଧୀରେ ଧୀରେ ଏହା ଉଗ୍ର ରୂପ ନେଇଥିଲା।

ପୋଲିସର କହିବା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଶୁଭମ ରାଗିଯାଇ କୋମଲଙ୍କୁ ବାରମ୍ବାର ମୁଥ ମାରିବା ସହ ଆକ୍ରମଣ କରିଥିଲେ।

ଫଳରେ ଘଟଣାସ୍ଥଳରେ କୋମଲଙ୍କ ମୃତ୍ୟୁ ହୋଇଥିଲା।

କୋମଲଙ୍କ ମୃତ୍ୟୁ ପରେ ଶୁଭମ ରାତିସାରା ତାଙ୍କ ମୃତଦେହ ପାଖରେ ବସି ରହିଥିଲେ।

ସୋମବାର ସକାଳ ପ୍ରାୟ ୬ଟା ୩୦ରେ ସେ ନିଜେ ପୋଲିସକୁ ଫୋନ୍ କରିଥିଲେ ଏବଂ ଆମ୍ବୁଲାନ୍ସ ପଠାଇବାକୁ କହିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତୁରନ୍ତ ହସ୍ପିଟାଲ ନେଇଥିଲା।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତଦନ୍ତ ପରେ ଶୁଭମ ହିଁ କୋମଲଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା।

ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)