Tamil Nadu Gas Leak Tragedy ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣା, ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ

Jun 25, 2026 - 18:48
Tamil Nadu Gas Leak Tragedy ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣା, ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ

"ତେଲକୋଇ (ବିରଞ୍ଚି କୁମାର ବେହେରା): ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଜି (ଗୁରୁବାର) ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ହେଲେ କେନ୍ଦୁଝର ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପିତାମ୍ବର ଜୁଆଙ୍ଗଙ୍କ ଝିଅ ରୀତା ଜୁଆଙ୍ଗ(୧୬)।Advertisment ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ରୀତାଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ପୂର୍ବରୁ ଏହି ଦୁର୍ଘଟଣାରେ ୮ ଜଣକ ମୃତ୍ୟୁ ଘଟିଥିଲା।

ସେମାନେ ହେଲେ ତେଲକୋଇ ଥାନା ଟାଙ୍ଗିରୀ ଗାଁର ଶିବାନୀ, ଗୀତା, ରଙ୍ଗମାଟିଆର ଗୁମଣୀ, ଜମୀନୀ, ବାଂଶପାଳ କୋଡ଼ିପଶାର ଫୁଲମଣି, ସଜନୀ, ତଳଚମ୍ପେଇର ଚମ୍ପାବତୀ ଓ ହରିଚନ୍ଦନପୁର କନ୍ତଳାର ସୁବାସୀ ଜୁଆଙ୍ଗ।

ଗତକାଲି (ବୁଧବାର) ପ୍ରଶାସନ ପକ୍ଷରୁ ୫ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ପରେ ପ୍ରଶାସନର ଉପସ୍ଥିତିରେ ଶବ ସତ୍କାର କରାଯାଇଛି।

Tamil Nadu gas leak incident: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ୫ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଗତକାଲି (ବୁଧବାର) ବିଳମ୍ବିତ ରାତିରେ ରଙ୍ଗମାଟିଆର ଜମୀନୀ ଓ କୋଡିପଶାର ସଜନୀଙ୍କ ମୃତ୍ୟୁ ଦେହ ତାଙ୍କ ଗାଁରେ ପହଞ୍ଚି ଆଜି ସକାଳେ ଶବ ସତ୍କାର କରାଯାଇଛି।ଏହି ଘଟଣାରେ ଆହୁରି ଅନେକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ତେବେ ସମସ୍ତ ମୃତକ ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ  ଜୁଆଙ୍ଗ ଗାଁ ଗୁଡ଼ିକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

"